ସାମ୍ନାକୁ ଆସିଲା ସଲମାନ ଖାଁ ବିବାହ ନକରିବାର ବଡ଼ କାରଣ,ବୃଦ୍ଧାବସ୍ଥାରେ ଏହି କାରଣରୁ ରହିବାକୁ ଚାହୁଁଛନ୍ତି କୁଆଁରା !

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ପିତା ତଥା ଅତୀତର ପ୍ରସିଦ୍ଧ ସ୍କ୍ରିନ୍ ରାଇଟର୍ ସଲିମ୍ ଖାନ୍ ଦୁଇଥର ବିବାହ କରିଛନ୍ତି । ଏଥିସହିତ ସଲମାନ ଖାନଙ୍କ ଦୁଇ ଭାଇ ଅରବାଜ ଖାନ ଏବଂ ସୋହେଲ ଖାନଙ୍କର ମଧ୍ୟ ବିବାହ ହୋଇସାରିଛି ତେବେ ତାଙ୍କ ଦୁଇ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ଅର୍ପିତା ଖାନା ଶର୍ମା ମଧ୍ୟ ବିବାହ କରିଛନ୍ତି।

ସଲମାନଙ୍କ ସମସାମୟିକ ଅଭିନେତା ଏବଂ ଅଭିନେତ୍ରୀମାନଙ୍କର ମଧ୍ୟ ବର୍ଷେ ପୂର୍ବରୁ ବିବାହ ହୋଇସାରିଛି ଏବଂ ସେମାନଙ୍କର ପିଲାମାନେ ମଧ୍ୟ ବହୁତ ବଡ ହୋଇଗଲେଣି । ତେବେ ୫୬ବର୍ଷ ବୟସ ଅତିକ୍ରମ କରିବା ପରେ ମଧ୍ୟ ସଲମାନ ବିବାହ ବନ୍ଧନ ରେ ବାନ୍ଧି ହୋଇନାହାନ୍ତି । ତାଙ୍କର ଅଧା ଡର୍ଜନ ରୁ ଅଧିକ ଅଭିନେତ୍ରୀମାନଙ୍କ ସାଙ୍ଗରେ ଆଫେୟାର ରହିଥିଲା କିନ୍ତୁ କାହା ସାଥିରେ ମଧ୍ୟ ତାଙ୍କ ପ୍ରେମକୁ ଗନ୍ତବ୍ୟସ୍ଥଳ ମିଳିପାରିଲା ନାହିଁ ।

ସଲମାନ ଖାନଙ୍କ କ୍ୟାରିଅରର ଆରମ୍ଭରୁ ହିଁ ଏବେ ଯାଏଁ ଅନେକ ଆଫେୟାର ରହିଛି । ଅଭିନେତ୍ରୀ ସଂଗୀତା ବିଜଲାନୀ ସାଥିରେ ତାଙ୍କ ସମ୍ପର୍କ ବହୁତ ଲମ୍ବା ଚାଲିଥିଲା । ଦୁହିଁଙ୍କର ବିବାହ ମଧ୍ୟ ହେବାର ଥିଲା । ବିବାହର କାର୍ଡ୍ସ ମଧ୍ୟ ଛପିଯାଇଥିଲା କନ୍ତୁ କୌଣସି କାରଣ ବଶତଃ ସମ୍ପର୍କ ବିବାହ ମଣ୍ଡପ ଯାଏଁ ପହଁଞ୍ଚି ପାରିଲା ନାହିଁ ।

ସଲମାନ ସଂଗୀତାଙ୍କ ବ୍ୟତୀତ ସୋମି ଅଲ୍ଲୀ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ,କ୍ୟାଟ୍ରିନା କୈଫ ପରି ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ଫ୍ଲର୍ଟ କରିଥିଲେ କିନ୍ତୁ କାହା ସହ ବି ତାଙ୍କ ସମ୍ପର୍କ ରହିପାରିଲା ନାହିଁ । ସଲମାନ ବିବାହ କାହିଁକି କରୁନାହାନ୍ତି ? ତାଙ୍କ ବିବାହ କାହିଁକି ହେଉନାହିଁ କିମ୍ୱା ସଲମାନ ବିବାହ କେବେ କରିବେ ? ଏହି ପ୍ରକାରର ପ୍ରଶ୍ନ ପ୍ରାୟତଃ ଚର୍ଚ୍ଚାରେ ବନି ରହିଥାଏ ।

ଏହି ପ୍ରଶ୍ନର ଉତ୍ତର ତ କେବଳ ସଲମାନଙ୍କୁ ହିଁ ଜଣା । ଲୋକମାନଙ୍କୁ ଏହି ବିଷୟରେ କିଛି ବି ଜଣାନାହିଁ । ଯଦିଓ ସଲମାନ ପ୍ରତ୍ୟେକ ଥର ବିବାହର ପ୍ରଶ୍ନକୁ ଅଣଦେଖା କରିଆସିଛନ୍ତି । ସେ କେବେ ବି ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାନ୍ତି କିନ୍ତୁ କୁହାଯାଉଛି କି ସଲମାନ ଖାନଙ୍କୁ ବିବାହର ନାଁ ଶୁଣିବା ମାତ୍ରେ ଡର ଲାଗୁଛି । ତାଙ୍କର ଏକ ସାକ୍ଷାତକାର ରେ ସେ ଏହି ବିଷୟରେ ଚର୍ଚ୍ଚା କରିଥିଲେ ।

ସଲମାନଙ୍କୁ ନେଇ ଏହି କଥା ସମସ୍ତେ ଜାଣନ୍ତି କି ସେ ତାଙ୍କ ପରିବାର,ମାତା ପିତା, ଭାଇ ଭଉଣୀଙ୍କର ବହୁତ ନିକଟତର ଏବଂ ତାଙ୍କୁ ଲାଗୁଚି କି ବିବାହ କରିବା ଦ୍ୱାରା ବୋଧହୁଏ ସେ ତାଙ୍କ ସ୍ତ୍ରୀଙ୍କୁ ବହୁତ ସମୟ ନଦେଇପାରନ୍ତି କିମ୍ବା ବହୁତ ମହତ୍ତ୍ୱ ଦେଇ ନପାରନ୍ତି । ଏହି କାରଣରୁ ସଲମାନଙ୍କୁ ବିବାହ କରିବାକୁ ଡର ଲାଗୁଛି । ତାଙ୍କୁ ଏହା ମଧ୍ୟ ଲାଗୁଚି କି ବୋଧହୁଏ ବିବାହ ପରେ ସେ ତାଙ୍କ ପରିବାର ଠୁ ଦୂରେଇ ଯିବେ

ସଲମାନ ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଶେଷ ଥର ପାଇଁ ଫିଲ୍ମ ‘ଅନ୍ତିମ’ ରେ ନଜର ଆସିଥିଲେ ଯାହା କି ଫ୍ଲପ୍ ହୋଇଥିଲା ତେବେ ତାଙ୍କର ଆଗାମୀ ଫିଲ୍ମ ହେଉଛି ‘ଟାଇଗର ୩’ ଏଥିରେ ସେ ଅଭିନେତ୍ରୀ କ୍ୟାଟ୍ରିନା ଙ୍କ ସହ ନଜର ଆସିବେ ।

Leave a Reply

Your email address will not be published. Required fields are marked *