“ଯଦି କୌଣସି ପ୍ରଡ୍ୟୁସର ଆସନ୍ତି ଆମପାଖେ ବହୁତ ଝିଅ ଅଛନ୍ତି ..କ୍ୟାମେରାମ୍ୟାନ ମାନସ “

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ କେଉଁଠି ଲୁ-ଚିଛନ୍ତି ସେ ବିଷୟରେ ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ୍‌ କିଛି ଟେର ପାଇନି । ଇତିମଧ୍ୟରେ ପୁଣି ଏକ କଥା ପଦାକୁ ଆସିଛି । ମାନସଙ୍କ ହ-ତ୍ୟାକା-ଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ପୁରୀ ସହର ଲୁ-ଚିଛି । ସେଠାରେ କ’ଣ ଘଟିଥିଲା ଯେ ଯେଉଁଥିପାଇଁ ମାନସକୁ ହ-ତ୍ୟା କରିବାକୁ ନିଷ୍ପତ୍ତି ନେଲେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ । ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ପୁରୀ ଯିବ ବୋଲି ଜଣାପଡ଼ିଛି ।

ପୁ-ଲିସ୍‌ ତ-ଦ-ନ୍ତ କରି ଜାଣିବାକୁ ପାଇଥିଲା ଏକ ମେମୋରି ଚିପ୍‌ ପାଇଁ ଏସବୁ କା-ଣ୍ଡ ଘ-ଟିଛି । ଏଥିପାଇଁ ପୁ-ଲିସ୍‌ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କ ସମେତ ୬ଜଣଙ୍କୁ ଗି-ରଫ କରିସାରିଛି । ହେଲେ ହଠାତ୍‌ ମା-ମ-ଲା କ୍ରାଇମ୍‌ବ୍ରାଞ୍ଚକୁ ଗଲା । ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି ୨୦୨୧ ନଭେମ୍ବରୁ ୨୦୨୨ ଜାନୁଆରୀ ସୁ-ଟିଂ ପାଇଁ ମାନସ, ଶର୍ମିଷ୍ଠା, ନିରଞ୍ଜନ ଓ ଅନ୍ୟମାନେ ଅନେକ ଥର ପୁରୀ ଯାଇଥିଲେ । ଜାନୁଆରୀ ୨୯ରେ ମାନସ, ୫ ଜଣ ଯୁବକ, ୨ଜଣ ଯୁବତୀ, ଶର୍ମିଷ୍ଠା, ୨ ଜଣ ବଙ୍ଗୀୟ ଯୁବତୀଙ୍କ ସହ ଶର୍ମିଷ୍ଠା ଓ ନିରଞ୍ଜନ ପୁରୀ ଯାଇଥିଲେ ।

ମାନସ, ୨ ଯୁବତୀ ଓ ୫ ଜଣ ଯୁବକ ଗୋଟିଏ ଗାଡ଼ିରେ ଥିଲେ । ଅନ୍ୟମାନେ ଆଉ ଏକ ଗାଡ଼ିରେ ଯାଇଥିଲେ । ପୁରୀରେ ପହଞ୍ଚିଲା ପରେ ଏକ ହୋଟେଲ୍‌ ରୁମ୍‌ରେ ସୁ-ଟିଂ ହୋଇଥିଲା । ତା’ପରେ ବେଳାଭୂମିରେ କିଛି ସୁ-ଟିଂ ହୋଇଥିଲା । ସମୁଦ୍ର କୂଳରେ ନିରଞ୍ଜନ ଜଣେ ଯୁବତୀଙ୍କ ସହ ଜୋର ଜବ-ରଦ-ସ୍ତ ଅସ-ଦାଚ-ରଣ କରିଥିଲେ । ଯାହାକୁ ମାନସ କ୍ୟାମେରାରେ ରେ-କ-ର୍ଡ କରିଥିଲେ । ଉକ୍ତ ଦୃ-ଶ୍ୟକୁ ଡିଲିଟ୍‌ କରିବାକୁ ମାନସଙ୍କୁ କୁହାଯାଇଥିଲା । ହେଲେ ମାନସ ଡିଲିଟ୍‌ ନକରି ଉକ୍ତ ଚିପ୍‌କୁ ନେଇ ପଳାଇ ଯାଇଥିଲେ ।

ଏହି କ୍ରମରେ ଏବେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓଟିଡିସି ଅଫିସ୍‌ ଠାରୁ ପୁରୀ ପର୍ଯ୍ୟନ୍ତ ଛା-ନ୍‌ଭି-ନ୍‌ ଆରମ୍ଭ କରି ଦେଇଛି । ଯେପରି କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ । ସେପରି ଛା-ନଭି-ନ୍ କରିବା ଭିତରେ ପୁରୀର ଜଣେ ଲେଖକ ତଥା ସଙ୍ଗୀତ ନିର୍ଦେଶକ ଜନାର୍ଦ୍ଦନ ଙ୍କୁ ପଚାରିବା ବେଳେ ସେ ଏକ କଥା ଗଣ ମାଧ୍ୟମ ସାମ୍ନାକୁ ଆଣିଥିଲେ ଯେ ସେ ମାନସ ସ୍ୱାଇଁଙ୍କୁ ୧୦ ବର୍ଷ ହେବ ଜାଣିଛନ୍ତି । କିନ୍ତୁ ଗତ ବର୍ଷ ମାନସ ତାଙ୍କୁ କହିଥିଲେ ଯେ ଯଦି କୌଣସି ପ୍ରଡ୍ୟୁସର ଆସନ୍ତି ତେବେ କହିବ ଆମ ପାଖରେ ବହୁତ ଝିଅ ଅଛନ୍ତି । ଏପରି କଥାରୁ ସ୍ପଷ୍ଟ ବାରି ହେଉଛି ଯେ କିଭଳି କାର୍ଯ୍ୟ ଚାଲିଥିଲା ।

Leave a Reply

Your email address will not be published. Required fields are marked *