ଶିଳ୍ପା – ରବିନାଙ୍କ ଠାରୁ ଆରମ୍ଭ କରି ରେଖା – ପ୍ରିୟଙ୍କା ପର୍ଯ୍ୟନ୍ତ ଏହି ୬ ସୁନ୍ଦରୀ ହେଉଛନ୍ତି ଟ୍ଵିଙ୍କିଲଙ୍କ ସୈତୁଣୀ,ଅକ୍ଷୟ ସମସ୍ତଙ୍କୁ ବହୁତ ଭଲ ପାଉଥିଲେ !

ହିନ୍ଦୀ ସିନେମାର ସୁପରଷ୍ଟାର ଅକ୍ଷୟ କୁମାର ଅନେକ ସୁନ୍ଦରୀଙ୍କୁ ପ୍ରେମ କରିଛନ୍ତି କିନ୍ତୁ ସେ ବିବାହ ଟ୍ଵିଙ୍କିଲ ଖାନ୍ନାଙ୍କୁ କରିଛନ୍ତି । କିନ୍ତୁ ଏହା ପରେ ମଧ୍ୟ ଅକ୍ଷୟ କୁମାରଙ୍କ ଆଫେୟାର ରହିଛି । ତେବେ ବୈବାହିକ ଜୀବନରେ ଅସୁବିଧା ହେବାରୁ ଅକ୍ଷୟ ଏହି ସବୁ ଜିନିଷରୁ ଦୂରତା ବନେଇ ଦେଇଥିଲେ । କିନ୍ତୁ ବିବାହ ପୂର୍ବରୁ ଏବଂ ପରେ ଅକ୍ଷୟଙ୍କ ଆଫେୟାର ଯେଗୁ ଅନେକ ସୁନ୍ଦରୀ ଟ୍ଵିଙ୍କିଲଙ୍କ ସୌତୁଣୀ ବନିଗଲେ । ଆସନ୍ତୁ ଆଜି ଆପଣଙ୍କୁ କହିବା କି ବଲିଉଡର ସେ କେଉଁ କେଉଁ ଅଭିନେତ୍ରୀ ।

ଆୟଶା ଜୁଲ୍କା :-

ଆୟଶା ଜୁଲ୍କା ହିନ୍ଦୀ ସିନେମାର ଅନେକ ଫିଲ୍ମରେ କାମ କରିଛନ୍ତି । ଅକ୍ଷୟ ଏବଂ ଆୟଶା ନିଜ କ୍ୟାରିଅରର ଆରମ୍ଭ ରେ ଦୁହେଁ ଦୁହିଁଙ୍କର ନିକଟତର ହୋଇଥିଲେ । ତେବେ ପରେ ଦୁହେଁ ଅଲଗା ହୋଇଯାଇଥିଲେ । କହିରଖୁଛୁ କି ଏମିତିରେ ଟ୍ଵିଙ୍କିଲ ଏବଂ ଆୟଶାଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା ।

ପୂଜା ବାତ୍ରା :-

ଅଭିନେତ୍ରୀ ପୂଜା ବାତ୍ରା ମଧ୍ୟ କେବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଦିୱାନୀ ହୋଇଯାଇଥିଲେ । କହିରଖୁଛୁ କି ଅକ୍ଷୟ ଏବଂ ପୂଜା ବାତ୍ରା ମଧ୍ୟ ଦୁହେଁ ଦୁହିଁଙ୍କ ପ୍ରେମରେ ବନ୍ଦୀ ହୋଇଯାଇଥିଲେ । ଦୁହେଁ କିଛି ସମୟର ଡେଟିଙ୍ଗ ପରେ ପରସ୍ପର ଠାରୁ ଦୂରତା ବନେଇ ଦେଇଥିଲେ । କହିରଖୁଛୁ କି ଆୟଶା ଙ୍କ ଭଳି ମଧ୍ୟ ଟ୍ଵିଙ୍କିଲ ଙ୍କର ପୂଜାଙ୍କ ସହ କୌଣସି କଥାବାର୍ତ୍ତା ନଥିଲା । ଟ୍ଵିଙ୍କିଲଙ୍କର ପୂଜାଙ୍କ ସହ ମଧ୍ୟ କିଛି ସମ୍ପର୍କ ନଥିଲା।

ପ୍ରିୟଙ୍କା ଚୋପ୍ରା :-

ସାରା ଦୁନିଆରେ ନଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ବିବାହିତ ଅକ୍ଷୟ କୁମାର ଙ୍କୁ ଭଲପାଇ ବସିଥିଲେ । କହିରଖୁଛୁ କି ଟ୍ଵିଙ୍କିଲଙ୍କୁ ବିବାହ ପରେ ମଧ୍ୟ ଅକ୍ଷୟ ଙ୍କ ହୃଦୟ ପ୍ରିୟଙ୍କାଙ୍କ ପାଇଁ ଧଡକୁଥିଲା । ବଲିଉଡ ରେ ନିଜର କ୍ୟାରିଅର ଆରମ୍ଭ ସମୟରେ ପ୍ରିୟଙ୍କାଙ୍କ ଆଫେୟାର ଅକ୍ଷୟ ଙ୍କ ସହ ଚାଲିଥିଲା ।

ଦୁହେଁ ଅନେକ ଫିଲ୍ମ ରେ ସାଥିରେ କାମ କରିଛନ୍ତି ଏବଂ ସେହି ସମୟରେ ଦୁହିଁଙ୍କର ଆଫେୟାର ଆରମ୍ଭ ହୋଇଯାଇଥିଲା । ଏହି ଖବର ଯେବେ ଟ୍ଵିଙ୍କିଲ ଜାଣିଲେ ସେତେବେଳେ ସେ ସେଟ କୁ ପ୍ରିୟଙ୍କାଙ୍କୁ ବୁଦ୍ଧି ଶିଖେଇବାକୁ ପହଞ୍ଚି ଯାଇଥିଲେ କିନ୍ତୁ ପ୍ରିୟଙ୍କା ସେହି ସମୟରେ ସେଟ ରେ ନଥିଲେ । ପରେ ଦୁହିଁଙ୍କର ଫୋନ ରେ ବହୁତ ଝଗଡ଼ା ହୋଇଥିଲା ଏବଂ ଟ୍ଵିଙ୍କିଲ ମଧ୍ୟ ଅକ୍ଷୟ ଙ୍କୁ ବହୁତ ଭଲ ରେ ବୁଝେଇଦେଇଥିଲେ । ଏହା ପରେ ପ୍ରିୟଙ୍କା ଏବଂ ଅକ୍ଷୟ କେବେ ବି ସାଥିରେ କାମ କଲେ ନାହିଁ ।

ରବିନା ଟଣ୍ଡନ :-

ଅକ୍ଷୟ କୁମାରଙ୍କ ସବୁଠୁ ଚର୍ଚ୍ଚିତ ଆଫେୟାର ଭିତରୁ ଗୋଟିଏ ଆଫେୟାର ରବିନା ଟଣ୍ଡନଙ୍କ ସହ ମଧ୍ୟ ଥିଲା । ଦୁହେଁ କ୍ୟାରିଅର ଆରମ୍ଭର କିଛି ବର୍ଷ ପରେ ପରସ୍ପର କୁ ଡେଟ୍ କରିବାକୁ ଲାଗିଥିଲେ । ଦୁହେଁ ତାଙ୍କ ସମ୍ପର୍କକୁ ଆଗକୁ ବଢ଼େଇବାକୁ ପ୍ରତିଶ୍ରୁତି ନେଇ ଯାଇଥିଲେ ଏବଂ ଦୁହେଁ ଲୁଚି ଲୁଚି ନିର୍ବନ୍ଧ ବି କରି ନେଇଥିଲେ କିନ୍ତୁ ଆଗକୁ ଯାଇ ରବିନାଙ୍କୁ ଅକ୍ଷୟ ଠାରୁ ଧୋକା ମିଳିଥିଲା । ବ୍ରେକ୍ ଅପ ରେ ରବିନାଙ୍କୁ ବଡ଼ ଝଟକା ଲାଗିଥିଲା ।

ରେଖା :-

ହିନ୍ଦୀ ସିନେମାର ଚିର ସବୁଜ ଅଭିନେତ୍ରୀ ରେଖା ତାଙ୍କ ଯୁଗର ଅନେକ ପ୍ରସିଦ୍ଧ ଅଭିନେତାଙ୍କ ସହ ପ୍ରେମ ରଚିଛନ୍ତି । ଅମିତାଭ ବଚ୍ଚନ ଏବଂ ବିନୋଦ ମେହରା ପରି ଅଭିନେତା ମାନଙ୍କ ସହ ତାଙ୍କର ସମ୍ପର୍କ ଖୁବ ହେଡଲାଇନ ସୃଷ୍ଟି କରିଥିଲା । ତେବେ ପରେ ୯୦ଦଶକରେ ତାଙ୍କର ଆଫେୟାର ଅକ୍ଷୟ କୁମାରଙ୍କ ସହ ମଧ୍ୟ ଥିଲା ।

କହିରଖୁଛୁ କି ଗୋଟିଏ ଫିଲ୍ମରେ ଅକ୍ଷୟ ଏବଂ ରେଖା ଏକା ସାଥିରେ କାମ କରିଥିଲେ । ଫିଲ୍ମରେ ଦୁହିଁଙ୍କର ଇଣ୍ଟିମେଣ୍ଟ ସିନ ବି ଥିଲା । ଫିଲ୍ମର ନାଁ ଥିଲା ‘ଖିଲାଡିୟୋ କା ଖିଲାଡି’ । ଯାହା ୧୯୯୬ମସିହାରେ ପ୍ରସିଦ୍ଧ ହୋଇଥିଲା । ଏହାର ସୁଟିଙ୍ଗ ସମୟରେ ଅକ୍ଷୟ ଏବଂ ରେଖା ଦୁହେଁ ଆହୁରି ନିକଟତର ହୋଇଯାଇଥିଲେ । ୧୩ବର୍ଷ ଛୋଟ ଅକ୍ଷୟଙ୍କ ପ୍ରେମରେ ରେଖା ପାଗଳୀ ଥିଲେ । କହିରଖୁଛି କି ରେଖାକୁ ପାଇଁ ଅକ୍ଷୟ ରବିନାଙ୍କୁ ଛାଡି ଦେଇଥିଲେ । କିନ୍ତୁ ରେଖା ଏବଂ ଅକ୍ଷୟଙ୍କ ସମ୍ପର୍କ ଲମ୍ବା ସମୟ ଚାଲିନଥିଲା ।

ଶିଳ୍ପା ସେଠୀ :-

ଜଣାଶୁଣା ଅଭିନେତ୍ରୀ ଶିଳ୍ପା ସେଠି ମଧ୍ୟ ଅକ୍ଷୟଙ୍କୁ ପ୍ରେମ କରିଥିଲେ । ଶିଳ୍ପା ଅକ୍ଷୟଙ୍କ ସହ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ଥିଲେ କିନ୍ତୁ ଶିଳ୍ପା ଏବଂ ଅକ୍ଷୟ ମଧ୍ୟ ବ୍ରେକ୍ ଅପ କରିନେଇଥିଲେ । ଆଜି ବି ଦୁହିଁଙ୍କ ଆଫେୟାର ବିଷୟରେ ଖୁବ ଚର୍ଚ୍ଚା ହୁଏ ।

Leave a Reply

Your email address will not be published. Required fields are marked *