ହଟୁଛି ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ଉପରୁ ପରଦା । ଶର୍ମିଷ୍ଠା ରାଉତଙ୍କ ଅଫିସ୍ ପଛପଟୁ ଭାଏଗ୍ରା ଟ୍ୟାବଲେଟ୍ ଠାବ । ଜାଣନ୍ତୁ କିଭଳି କାର୍ଯ୍ୟ ଚାଲିଥିଲା ।

ଦିନ ପରେ ଦିନ ବିତୁଛି। ହେଲେ ବହୁଚର୍ଚ୍ଚିତ ମାନସ ସ୍ବାଇଁ ହ-ତ୍ୟା ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ପୁ-ଲି-ସ ଗି-ର-ଫ କରିପାରୁନାହିଁ । ଖୁବ୍ ଶୀଘ୍ର ଗି-ର-ଫ ହେବେ, ଆମେ ଖୋଜୁଛୁ, ଏମିତି ଅନେକ ପ୍ରତିଶ୍ରୁତି ପ୍ରତିଦିନ ପୁ-ଲି-ସ ଦେଉଛି । ହେଲେ ଯେଉଁ ପ୍ରଶ୍ନଟି ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା- ଏମିତି କାହା ହେପାଜତରେ ଶର୍ମିଷ୍ଠା ଅଛନ୍ତି ଯେ ଓଡ଼ିଶା ପୁ-ଲି-ସ ତାଙ୍କୁ ଖୋଜି ପାଉନି? ଘ-ଟଣା ପଛରେ କିଛି ଅଦୃ-ଶ୍ୟ ହାତମାନେ ରହିଛନ୍ତି କି, ଯାହାର ଆଶୀର୍ବାଦ ଶର୍ମିଷ୍ଠାଙ୍କୁ ପୁ-ଲିସ ଠାରୁ ସୁର-କ୍ଷା ଦେଉଛି?

ଶର୍ମିଷ୍ଠା ମିଳିଗଲେ, ବହୁତ ବଡ଼ବଡ଼ିଆଙ୍କ ଚେହେରା ସାମ୍ନାକୁ ଆସିପାରେ । ଏହି ଭ-ୟରେ ତାଙ୍କ ପାଖରେ ପୁ-ଲିସ ପହଞ୍ଚିପାରୁନି କି? ଏସବୁକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି । ତେବେ ମାନସ ହ-ତ୍ୟା ମାମ-ଲାରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏୟାରଫିଲ୍ଡ ଥା-ନା ଅନ୍ତର୍ଗତ ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ନିକଟରେ ଯେଉଁଠି ମାନସଙ୍କୁ ହ-ତ୍ୟା କରାଯାଇଥିଲା, ସେହି ‘ଦୟାଲ’ ଆଶ୍ରମରେ କେ-ଳେଙ୍କା-ରୀ ଚାଲିଥିଲା ।

ଦୁଇ ମହଲା କୋଠାର ତଳେ ବୃଦ୍ଧାଶ୍ରମ ଓ ଉପରେ ରଙ୍ଗଶାଳା ଚାଲିଥିଲା । ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି । କୋଠା ଉପର ମହଲାରେ ପ୍ରଭାବଶାଳୀ, ବଡ଼ବଡ଼ିଆ, ପୁଲିସ, ପ୍ରଶାସକ, ତଥାକଥିତ ସମାଜସେବୀଙ୍କ ଆସର ଜମୁଥିଲା । ସମସ୍ତଙ୍କୁ ଆପ୍ୟା-ୟିତ କରାଯାଉଥିଲା ।

ତେବେ ଏହି ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଏହି ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡର ଘଟ-ଣାକୁ ନେଇ କ୍ରାଇମବ୍ରାଞ୍ଚ୍ ଟିମ୍ ତ-ଦ-ନ୍ତ ଜାରି ରଖିଛି । ଏହାରି ମଧ୍ୟରେ ପୋଲି-ସର ଛାନଭିନ ଭିତରେ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ରାଉତଙ୍କ ନିବିଡତାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଥିଲା । ଶର୍ମିଷ୍ଠା ଙ୍କୁ ନିୟମିତ ବ୍ୟବଧାନରେ ନିରଞ୍ଜନ ଦେଖା କରିବା ସହିତ ଫୋନରେ ଘଣ୍ଟା ଘଣ୍ଟା ଗପିବାର ପ୍ରମାଣ ମଧ୍ୟ ମିଳିଛି । ଏପଟେ ହ-ତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି ।

ଆଶ୍ରମରେ କାମ କରୁଥିବା ଜଣେ ସହାୟିକା ଏହି ଚିଠି ପାଇଥିଲେ । ଏହି ଚିଠି ପଢ଼ିବା ପରେ ଚିଠିଟିକୁ ଶର୍ମିଷ୍ଠା ନେଇ ଯାଇଥିଲେ । ଚିଠିରେ ଶର୍ମିଷ୍ଠାଙ୍କ କ-ଳାକା-ରନା-ମା ବିଷୟରେ ଲେଖିଥିଲେ ମାନସ ବୋଲି ଜଣା ପଡିଛି । ତେବେ ଧୀରେ ଧୀରେ ଶର୍ମିଷ୍ଠା ରାଉତଙ୍କ ଗୁମର ଖୋଲି ଖୋଲି ଯାଉଛି । ସୂଚନାଯୋଗ୍ୟ ଯେ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠାଙ୍କ ଅଫିସ ପଛପଟୁ ଯୌ-ନ ଉଦ୍ଦୀ-ପକ ଔଷଧ ଭାଏଗ୍ରା ସହିତ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋ-ଲି-ସ୍ ଜ-ବତ କରିଛି ।

ଏହାର ଅର୍ଥ ଶର୍ମିଷ୍ଠା କିଛି ସେପରି ଆଡଲ୍ଟ ଫିଲ୍ମ ର ସୁଟିଂ କିମ୍ବା ଆପ-ତ୍ତିଜ-ନକ ଫୋଟ ସୁଟ୍ କରୁଥିଲେ ଏବଂ ଏହାକୁ ମାନସ ସ୍ୱାଇଁ ନିଜ କ୍ୟାମେରା ରେ ରେ-କ-ର୍ଡ କରିନେଇଥିଲେ । ଆଉ ଯେଉଁଥିପାଇଁ କି ଶର୍ମିଷ୍ଠାଙ୍କ କଳା କାରନାମା ପଦାରେ ପଡ଼ିଯିବା ଭ-ୟରେ ସେ କ୍ୟାମେରାମେନ୍ ମାନସ ସ୍ୱାଇଁ ଙ୍କୁ ମା-ରିଦେଇଥିବା ନେଇ ପୋ-ଲି-ସ ସ-ନ୍ଦେହ ପ୍ରକାଶ କରିଛି । ତେବେ ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ପୋ-ଲି-ସ୍ ଗି-ର-ଫ କରିସାରିଛି ।

Leave a Reply

Your email address will not be published. Required fields are marked *