ଗରମଦିନରେ ଥିଲା ଶୋଷିଲା ଥିଲା କିଙ୍ଗକୋବ୍ରା, ଜଣେ ବ୍ୟକ୍ତି ତା ଉପରେ ପାଣି ଢ଼ାଳି ଦେଲେ,ଆଉ ତା ପରେ …ଭିଡ଼ିଓ ଦେଖନ୍ତୁ

ସାରା ଦେଶରେ ବର୍ତ୍ତମାନ ଗରମର ମାତ୍ରା ଅଧିକ ପ୍ରଭାବ ଦେଖିବାକୁ ମିଳିଛି।ଯାହାକୁ ନେଇ ଲୋକ ଗରମରେ ହନ୍ତସନ୍ତ ହେଉଛନ୍ତି। ଏହି ଗରମ ସମୟରେ ଲୋକମାନେ ଅଧିକ ଚେଷ୍ଟା କରିଥାନ୍ତିକି କିପରି ସେମାନେ ଘରୁ ବାହାର କୁ ନ ଯିବେ। ଦିନର କଠିନ ଖରାରେ ଲୋକେ ବାହାରକୁ ଯିବା ଦ୍ୱାରା ତାଙ୍କ ର ସାଂସ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ଅଧିକ ହେଇଯାଇଥାଏ। ତେବେ ଥରଟେ ଚିନ୍ତା କରନ୍ତୁ ତୋ ପଶୁ ଜନ୍ତୁମାନେ ଏପରି ଗରମରେ ପାଣି ନ ପାଇଲେ କଣ ଅବସ୍ଥା ତାଙ୍କର ହେଉଥିବ।

ଗରମରେ ସାପଟିକୁ ଗାଧୋଇ ଦେଇଥିଲେ:-

କୁକୁର, ବିଲେଇ , ପକ୍ଷୀ , ଗାଈ ପରି ଜୀବମାନେ ଗରମ ସମୟରେ ପାଣି ଖୋଜିବା ଏକ ସାଧାରଣ କଥା ଅଟେ। କିନ୍ତୁ କଣ ଆପଣ ଏପରି କୌଣସି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯିଏକି ଗରମ ସମୟରେ ସାପକୁ ପାଣି ଦେଇଥାନ୍ତି। ଏପରି ଜଣେ ବ୍ୟକ୍ତିଙ୍କୁ ଦେଖୁଛନ୍ତି ଯିଏକି ଗରମ ସମୟରେ କିଙ୍ଗ କୋବ୍ରାକୁ ପାଣି ପିଇବାକୁ ଦେଉଛନ୍ତି।

ବିଶାଳକାୟ ସାପକୁ ଗାଧୋଇ ମଧ୍ୟ ଦେଉଛନ୍ତି:-

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ କିଙ୍ଗ କୋବ୍ରା ସାପକୁ ପାଣିରେ ଗାଧୋଇ ଦେଉଛନ୍ତି। ଏବଂ ସାପଟି ମଧ୍ୟ ଗରମ ସମୟରେ ଗାଧୋଇ ବହୁତ ମଜା ମଧ୍ୟ ନେଉଛି। ସାପଟି ଏହା ବୁଝିପାରୁଛି କି ଏହି ବ୍ୟକ୍ତିଜଣକ ଏହି ଗରମ ସମୟରେ ପାଣି ଦେଇ ତାଙ୍କର ସହାୟତା କରୁଛନ୍ତି।

ଭିଡିଓ ଦେଖି ଲୋକେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ:-

ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବହୁତ ଭାଇରଲ ହେବାରେ ଲାଗିଛି। କିଛି ଲୋକେ ଏହି ଭିଡିଓକୁ ସହଜରେ ବିଶ୍ୱାସ ମଧ୍ୟ କରିନଥିଲେ। ଟ୍ୱିଟରରେ ଏହି ଭିଡିଓକୁ ୧ ଲକ୍ଷ ୨୮ ହଜାରରୁ ଅଧିକ ଲୋକେ ଦେଖି ସାରିଛନ୍ତି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେକି ଗରମ ସମୟ … ଓ କାହାକୁ ବା ଗାଧୋଇବା ପସନ୍ଦ ନୁହେଁ।

ଏହି ଭିଡିଓର ଏହି ବ୍ୟକ୍ତିଜଣକ କେଉଁ ସ୍ଥାନର ଓ କିଏ ତାହା ସ୍ପଷ୍ଟ ଭାବରେ ଜଣାପଡି ନାହିଁ। କିଛି ଲୋକଙ୍କର କହିବା ଅନୁସାରେ ଏହି ଭିଡ଼ିଓ କେରଳର ଅଟେ। କିନ୍ତୁ ଏହା ଆଶା କରାଯାଉଛିକି ଏପରି ବିପଦପୂର୍ଣ କାର୍ଯ୍ୟ କେବଳ ସ୍ନେକ ହେଲ୍ପଲାଇନର ଲୋକମାନେ ହିଁ କରିପାରିବେ।

Leave a Reply

Your email address will not be published. Required fields are marked *