ଏହି ୬ ଜଣ ତାରକା କେବଳ ଲୋକପ୍ରିୟତା ଚକ୍କରରେ କରିଥିଲେ ବିବାହ,ସତ୍ୟ ସାମ୍ନାକୁ ଆସିଲା ପରେ ହୋଇଥିଲା ଘୋର ଅପମାନ ।

ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ତାରକାମାନଙ୍କ ବିବାହ ବହୁତ ଅଧିକ ଚର୍ଚ୍ଚାରେ ରହିଥାଏ ଏବଂ ଗତ ବର୍ଷ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ,ବିକି କୌଶଲଙ୍କ ଠାରୁ ନେଇକି ଅଙ୍କିତା ଲୋଖଣ୍ଡେ ଆଉ ବିକି ଜୈନ ପର୍ଯ୍ୟନ୍ତ ସମସ୍ତେ ବିବାହ କରି ଅନେକ ହେଡଲାଇନ ସୃଷ୍ଟି କରିଥିଲେ । ତେବେ ମନୋରଞ୍ଜନ ଜଗତରେ ଅନେକ ଏହିପରି ତାରକା ମଧ୍ୟ ଅଛନ୍ତି ଯେଉଁମାନେ ବିବାହ ପରି ପବିତ୍ର ବନ୍ଧନକୁ ମଧ୍ୟ ଲୋକପ୍ରିୟତା ପାଇଁ ବ୍ୟବହାର କରିଛନ୍ତି ।

ଏହି ତାରକାମାନଙ୍କ ବିବାହ କେବଳ ଗୋଟିଏ ଲୋକପ୍ରିୟତା ଷ୍ଟଣ୍ଟ୍ ଥିଲା ଏବଂ କିଛି ମାସ ପରେ ହିଁ ସେମାନଙ୍କ ବିବାହ ଭାଙ୍ଗିଯାଇଛି ଯାହାକୁ ନେଇ ସେମାନଙ୍କୁ ମଧ୍ୟ ଅନେକ ଆଲୋଚନାର ସାମ୍ନା କରିବାକୁ ପଡିଥିଲା । ଆଜି ର ଆମର ଏହି ଆର୍ଟିକିଲ୍ ରେ ଆମେ ଆପଣଙ୍କୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର କିଛି ଏହିପରି ସେଲିବ୍ରିଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ କେବଳ ଲୋକପ୍ରିୟତା ପାଇବା ପାଇଁ ହିଁ କରିଥିଲେ ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ କେଉଁ କେଉଁ ସେଲିବ୍ରିଟିଙ୍କ ନାମ ସାମିଲ୍ ଅଛି ।

୧) ରାକ୍ଷୀ ସାୱନ୍ତ :-

ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କୁ ଲାଇମଲାଇଟ୍ ରେ ରହିବା ବେଶ ଭଲଭାବରେ ଜଣା ଏବଂ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାର ବିଷୟ ବନି ହିଁ ଯାଆନ୍ତି । ରାକ୍ଷୀ ସାୱନ୍ତ ଲୋକପ୍ରିୟତା ପାଇଁ ସ୍ୱୟଂମ୍ବର ମଧ୍ୟ କରିଥିଲେ ଏବଂ ସେ ନ୍ୟାସନାଲ ଟିଭିର ‘ରାକ୍ଷୀ କା ସ୍ୱୟଂମ୍ବର’ ରେ ଏନଆରଆଇ ବିଜନେସମ୍ୟାନ୍ ଇଲେସ ପରୁଜନୱାଲାଙ୍କୁ ନିଜର ଜୀବନ ସାଥି ବାଛିଥିଲେ ତେବେ ରାକ୍ଷୀ ସାୱନ୍ତ ଏହି ବିବାହକୁ ନେଇ ଟିକେ ବି ସିରିଅସ୍ ନଥିଲେ ଏବଂ ଏହି କାରଣରୁ ମାତ୍ର କିଛି ମାସ ପରେ ମଧ୍ୟ ରାକ୍ଷୀ ସାୱନ୍ତ ଇଲେସଙ୍କ ସହ ନିଜର ସବୁ ସମ୍ପର୍କ ଭାଙ୍ଗିଦେଇଥିଲେ । ରାକ୍ଷୀ ସାୱନ୍ତ ଏବଂ ଇଲେସ ଙ୍କ ଏହି ବିବାହ କେବଳ ଗୋଟିଏ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ଏବଂ ଏହି କାରଣରୁ ରାକ୍ଷୀ ବହୁତ ଅଧିକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ ।

୨) ରତନ ରାଜପୁତ :-

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରତନ ରାଜପୁତଙ୍କ ନାମ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛି । ରତନ ରାଜପୁତ ନ୍ୟାସନାଲ୍ ଟିଭିରେ ନିଜର ସ୍ୱୟଂମ୍ବର କରିଥିଲେ ଏବଂ ସେ ତାଙ୍କ ସ୍ବାମୀଙ୍କ ରୂପରେ ଦିଲ୍ଲୀର ସଫ୍ଟୱେର ଇଞ୍ଜିନିୟର ଅଭିନବ ଶର୍ମାଙ୍କୁ ବାଛିଥିଲେ କିନ୍ତୁ ବିବାହର କିଛି ମାସ ପରେ ହିଁ ରତନ ରାଜପୁତ ନିଜ ସ୍ୱାମୀ ଅଭିନବ ଙ୍କ ଠାରୁ ଅଲଗା ହୋଇଗଲେ ।

୩ ) ସାରା ଖାନ :-

ଟିଭି ସିରିଏଲ ‘ବିଦାଇ’ ରୁ ରାତି ରାତି ଷ୍ଟାର ବନିଥିବା ବହୁତ ସୁନ୍ଦର କଳାକାର ସାରା ଖାନ ଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ରହିଛି । ସାରା ଖାନ ରିୟାଲିଟି ଶୋ ବିଗ୍ ବସ୍ ସିଜିନ ୪ରେ ତାଙ୍କ ବୟଫ୍ରେଣ୍ଡ ଅଲି ମର୍ଚ୍ଚଣ୍ଟଙ୍କ ସହ ନ୍ୟାସନାଲ୍ ଟିଭି ରେ ବିବାହ କରିଥିଲେ ତେବେ ସାରାଙ୍କ ଏହି ବିବାହ କେବଳ ଲୋକପ୍ରିୟତା ଷ୍ଟଣ୍ଟ୍ ଥିଲା ଏବଂ ବିଗ୍ ବସ୍ ରୁ ବାହାରକୁ ଆସିବା ପରେ ସାରା ଖାନ ଅଲି ମର୍ଚ୍ଚଣ୍ଟଙ୍କ ସହ ତାଙ୍କ ବିବାହ ଭାଙ୍ଗିଦେଇଥିଲେ । ସାରା ଖାନଙ୍କୁ ଏହି ମିଛ ବିବାହ ପାଇଁ ୫୦ଲକ୍ଷ ମଧ୍ୟ ମିଳିଥିଲା ।

୪) ନେହା କକ୍କର – ଆଦିତ୍ୟ ନାରାୟଣ

ବଲିଉଡର ଜଣାଶୁଣା ସିଙ୍ଗର ନେହା କକ୍କରଙ୍କ ନାଁ ମଧ୍ୟ ଏହି ଲିଷ୍ଟ ସାମିଲ ଅଛି । ନେହା କକ୍କର ଇଣ୍ଡିଆନ ଆଇଡଲ୍ ଶୋ ର ଖସିଯାଉଥିବା ଟିଆରପି କୁ ଉପରକୁ ଆଣିବା ପାଇଁ ରିଆଲିଟି ଶୋ ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହ ମିଛ ବିବାହ କରିଥିଲେ ଏବଂ ଏହି ଦୁଇଜଣଙ୍କ ବିବାହ କେବଳ ଗୋଟିଏ ପବ୍ଲିକ୍ ଷ୍ଟଣ୍ଟ୍ ଥିଲା ଯାହାର ଖୁଲାସା ନିଜେ ଆଦିତ୍ୟ ଏବଂ ନେହା ଶୋ ମଧ୍ୟରେ କରିଥିଲେ ।

୫ ) ଜସଲିନ୍ ମାଥୁର – ଅନୁପ ଜଲୋଟା :-

ଅଭିନେତ୍ରୀ ଜସଲିନ୍ ମାଥୁରଙ୍କ ନାଁ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛି ଏବଂ ସେ ଟିଭିର ଚର୍ଚ୍ଚିତ ରିଆଲିଟି ଶୋ ବିଗ୍ ବସ୍ ରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଗାର୍ଲଫ୍ରେଣ୍ଡ ରୂପରେ ଏଣ୍ଟ୍ରି ମାରିଥିଲେ ଏବଂ ଏହି ଦୁଇଜଣଙ୍କ ଯୋଡି ଦର୍ଶକମାନଙ୍କୁ ବହୁତ ଅଜବ ଲାଗିଥିଲା । ଯଦିଓ ଏହି ଦୁଇଜଣଙ୍କ ବିବାହର ଫୋଟୋ ମଧ୍ୟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହୋଇଥିଲା କିନ୍ତୁ ପରେ ଅନୁପ ଜଲୋଟା ଏହି କଥାର ଖୁଲାସା କରିଥିଲେ କି ସେ ଜସଲିନ୍ ମାଥୁର ଙ୍କ ସହ ବିବାହ କରିନଥିଲେ ବରଂ ସେମାନେ ଏକ ସୁଟ ପାଇଁ ଏହି ଫୋଟୋସୁଟ କରିଥିଲେ ।

୬) ଶହନାଜ ଗିଲ

ପଞ୍ଜାବ ର କ୍ୟାଟ୍ରିନା କୈଫ କୁହାଯାଉଥିବା ଶହନାଜ ଗିଲଙ୍କ ନାଁ ମଧ୍ୟ ଭି ଲିଷ୍ଟ ରେ ସାମିଲ୍ ଅଛି ଏବଂ ଶହନାଜ ଗିଲ ବିଗ୍ ବସ୍ ରିଆଲିଟି ଶୋ ରେ ଗଜବ ଲୋକପ୍ରିୟତା ପାଇବା ପରେ ନିଜର ସ୍ୱୟଂମ୍ବର କରିଥିଲେ ଏବଂ ଏହି ସ୍ୱୟଂମ୍ବର ରେ ଦେଶର ଅନେକ ମୋଷ୍ଟ ଇଣ୍ଟେଲିଜେଣ୍ଟ ବ୍ୟାଚଲର ଅଂଶ ନେଇଥିଲେ କିନ୍ତୁ ଶହନାଜ ଗିଲ ଏଥିମଧ୍ୟରୁ କାହାକୁ ମଧ୍ୟ ନିଜର ଜୀବନ ସାଥି ବାଛିନଥିଲେ ଏବଂ ପରେ ଏମିତି ଖବର ସାମ୍ନାକୁ ଆସିଲା କି ଶହନାଜ ଏସବୁ କେବଳ ପବ୍ଲିସିଟି ଷ୍ଟଣ୍ଟ୍ ପାଇଁ କରିଥିଲେ ।

Leave a Reply

Your email address will not be published. Required fields are marked *