ବଲିଉଡ ହିରୋଇନମାନଙ୍କୁ ଆପଣ ପର୍ଫେକ୍ଟ ଫିଗର ଆଉ ମେକଅପରେ ହିଁ ସବୁବେଳେ ଦେଖିଥିବେ । ଏମିତି ଯଦି କେବେ କୌଣସି ଅଭିନେତ୍ରୀଙ୍କ ପିଲାଦିନର ଫୋଟୋ ସାମ୍ନାକୁ ଆସିଯାଏ ତେବେ ବୋଧହୁଏ ଆପଣ ତାକୁ ଚିହ୍ନିପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏହିପରି ଗୋଟିଏ ଚ୍ୟାଲେଞ୍ଜ ନେଇକି ଆସିଛୁ । ବର୍ଷକର ଏହି ପିଲାଟି ଆଜି ବଲିଉଡ ରେ ବଡ଼ ନାମ ଅର୍ଜନ କରିସାରିଛି ଏହାସହିତ ଅନେକ ସୁପରଷ୍ଟାରଙ୍କ ସହ ମଧ୍ୟ ଅନେକ ହିଟ ଫିଲ୍ମ ଦେଇସାରିଛନ୍ତି ।
ଲୋକ ଚିହ୍ନିପାରୁନାହାନ୍ତି :-
ଅନେକ ଚେଷ୍ଠା ପରେ ମଧ୍ୟ ନେଟିଜେନ୍ସ ଏହି ପିଲଟିକୁ ନା ଚିହ୍ନିପାରୁଛନ୍ତି ନା ସଠିକ ନା କହିପାରୁଛନ୍ତି । ଏମିତିରେ ଯଦି ଆପଣ ମଧ୍ୟ ଏହି ଛୋଟିଆ ନିରୀହ ପିଲାକୁ ଚିହ୍ନି ପାରୁନାହାନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛି କି ଇଏ ଆଉ କେହି ନୁହନ୍ତି ବରଂ ସାଉଥ ରୁ ନେଇକି ବଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ଦେଖେଇଲା ବାଲା ଅଭିନେତ୍ରୀ ଆସିନ ଅଟନ୍ତି ।
View this post on Instagram
ସୋସିଆଲ୍ ମିଡ଼ିଆରେ ସକ୍ରିୟ ରୁହନ୍ତି ଆସିନ :-
ଆସିନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ପ୍ରତିଦିନ ନିଜ ଜୀବନ ସହ ଜଡିତ ଅପଡେଟ୍ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ଏହା ମଧ୍ୟରେ ଆସିନ କେବେ କେବେ ତାଙ୍କ ପିଲାଦିନ ସହ ଜଡିତ କିଛି ମିଠା ସ୍ମୃତି ବାଲା ଫୋଟୋ ମଧ୍ୟ ସେୟାର କରିଦିଅନ୍ତି । ଆସିନଙ୍କ ସମ୍ପୁର୍ଣ୍ଣ ଇଷ୍ଟାଗ୍ରାମ ତାଙ୍କର ସୁନ୍ଦର ସୁନ୍ଦର ଫୋଟେରେ ଭରିହୋଇ ରହିଛି ।
ରୂପେଲି ପରଦା ଠୁ ଦୂରରେ ଅଛନ୍ତି ଅଭିନେତ୍ରୀ :-
ଆସିନ ଆଜିକାଲି ରୂପେଲି ପରଦା ଠୁ ଦୂରରେ ରହି ନିଜ ପରିବାର ଆଉ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରୁଛନ୍ତି । ଆସିନ ଦକ୍ଷିଣ ଭାରତୀୟ ପିଲ୍ମରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ,ତାପରେ ସେ ବଲିଉଡ ରେ ପାଦ ଦେଇଥିଲେ । ଆସିନ ଙ୍କୁ ଆମୀର ଖାନଙ୍କ ସହ ଫିଲ୍ମ ‘ଗଜିନି’ରେ ତାଙ୍କ ଅଭିନୟ ପାଇଁ ଜଣାଯାଏ । ଏହା ସହିତ ଆସିନ ସଲମାନ ଖାନ ଆଉ ଅକ୍ଷୟ କୁମାରଙ୍କ ପରି ସୁପରଷ୍ଟାରଙ୍କ ସହ ମଧ୍ୟ ବଡ଼ ବଡ଼ ଫିଲ୍ମ କରିଛନ୍ତି ।
View this post on Instagram
ଆସିନଙ୍କ ବ୍ୟକ୍ତିଗତ ଜୀବନ :-
ଆସିନଙ୍କ ପିତା ତାଙ୍କ ବ୍ୟବସାୟ ବନ୍ଦ କରି ନିଜ ଝିଅର ଆକ୍ଟିଙ୍ଗ କ୍ୟାରିଅରକୁ ସମ୍ଭାଳିବାକୁ ନିଷ୍ପତ୍ତି ନେଲେ । ସେ ଅନେକ ବ୍ୟବସାୟ ସହ ଜଡିତ ଥିଲେ ଏବଂ ଜଣାଶୁଣା ବ୍ୟବସାୟୀ ଥିଲେ । ଆସିନ ୨୦୧୬ ରେ ମାଇକ୍ରୋମ୍ୟାକ୍ସର ସହ – ସଂସ୍ଥାପକ ରାହୁଲ ଶର୍ମା ଙ୍କୁ ବିବାହ କରିଥିଲେ ଏବଂ ଅଭିନୟ ରୁ ବ୍ରେକ୍ ନେଇଗଲେ । ତାଙ୍କର ୪ବର୍ଷର ଗୋଟେ ଝିଅ ଅଛି ।
ଆସିନଙ୍କ ଫିଲ୍ମ :-
କହିରଖୁଛୁ କି ହିନ୍ଦୀ ଫିଲ୍ମ ‘ଗଜିନି’ ତାଙ୍କ କ୍ୟାରିଅର ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହି ଫିଲ୍ମ ପାଇଁ ତାଙ୍କ କ୍ୟାରିଅର ର ଗ୍ରାଫ ଅଚାନକ ହିଁ ଉପରକୁ ଚାଲିଗଲା । ଆସିନ ଅନେକ ହିନ୍ଦୀ ଫିଲ୍ମର ଲିଡ଼ ରୋଲ ରେ ନଜର ଆସିଛନ୍ତି, ଯେଉଁଥିରେ ‘ଗଜିନି’,’ରେଡ଼ି’,’ବୋଲ ବଚ୍ଚନ’,’ଆଲ ଇଜ ୱେଲ୍’ ଭଳି ଫିଲ୍ମ ଅନ୍ତର୍ଭୁକ୍ତ ।