PM Kissan Yojna: କୃଷକମାନଙ୍କ ପାଇଁ ଖୁସି ଖବର,୧୧ତମ କିସ୍ତି ଆସିବା ପାଇଁ ରେଡି,ପାଇବା ପାଇଁ ତା ପୂର୍ବରୁ କରିନିଅନ୍ତୁ ଏହି ଜରୁରୀ କାମ ।

ନୂଆ ଦିଲ୍ଲୀ : ଯଦି ଆପଣ ଜଣେ କୃଷକ,ତେବେ ଆପଣଙ୍କୁ ଶୀଘ୍ର ହିଁ ବଡ଼ ଖୁସି ଖବର ମିଳିବାକୁ ଯାଉଛି,ଏବଂ କୃଷକଙ୍କ ଖାତାରେ ଦୁଇ ହଜାର ଟଙ୍କା ଆସିପାରେ । କହିରଖୁଛୁ କି ସରକାରଙ୍କ ତରଫ ରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ପ୍ରତିବର୍ଷ କୃଷକମାନଙ୍କ ଖାତାକୁ ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଟ୍ରାନ୍ସଫର୍ କରାଯାଏ ।

ଏହି ଯୋଜନା ଅନୁଯାୟୀ ଏବେ ଯାଏଁ କୃଷକମାନଙ୍କ ଖାତାରେ ୧୦ଟା କିସ୍ତି ଅର୍ଥାତ ୨୦,୦୦୦ ଟଙ୍କା ଆସିସାରିଲାଣି । ତେବେ ୧୧ତମ କିସ୍ତି ଏପ୍ରିଲର ପ୍ରଥମ ସପ୍ତାହରେ ଆସିପାରେ । ଏହି ଯୋଜନାର ଲାଭ ଉଠାଇବା ପାଇଁ କୃଷକ ଭାଇମାନଙ୍କୁ କିଛି ଜରୁରୀ କାମ କରିବାକୁ ହେବ ନୋହିଲେ ସେମାନେ ୧୧ତମ କିସ୍ତିର ଲାଭ ପାଇବାରୁ ବଞ୍ଚିତ ହେବେ ।

ଜାଣନ୍ତୁ କେମିତି ମିଳିବ ଲାଭ ?

ପିଏମ୍ କିଷାନ ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ କିଛି ଜରୁରୀ କାମ କରିବାକୁ ପଡିବ,ଯାହା ପାଇଁ ଆପଣଙ୍କ ପାଖରେ ମାତ୍ର ୧୦ ରୁ ୧୫ ଦିନର ସମୟ ବଂଚିଛି । ଏହି ଯୋଜନାର ଲାଭ ପାଇବା ପାଇଁ ଇ – କେୱାଇସି କରିବାକୁ ପଡିବ । ଇ – କେୱାଇସି (E-KYC) ଆପଣ ଘରେ ବସି ବି କରିପାରିବେ ।

ଏଥିପାଇଁ ଆପଣଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଅଫିସିଆଲ୍ ୱେବସାଇଟ୍ ଖୋଲିବାକୁ ହେବ । ୱେବସାଇଟ୍ ଖୋଲିବା ପରେ ଆପଣଙ୍କୁ ଡାହାଣ ପାର୍ଶ୍ୱରେ ( କୃଷକମାନଙ୍କ ପାଇଁ ) ଲେଖା ଥିବା ବକ୍ସ ଦେଖାଯିବ,ବକ୍ସ ରେ ଆପଣଙ୍କୁ ଇ – କେୱାଇସି ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ ।

ଓଟିପି ଭରିବା ପରେ ସମ୍ପୁର୍ଣ୍ଣ ହେବ କେୱାଇସି :-

ଏବେ ଆପଣଙ୍କୁ ଡିଟେଲ୍ ଭରିବାକୁ କୁହାଯିବ,ଯେଉଁଥିରେ ଆପଣଙ୍କୁ ଆଧାତ ନମ୍ବର ଭରିବାକୁ କୁହାଯିବ । ଯାହା ପରେ ଆପଣଙ୍କୁ କ୍ୟାପ୍ଚା କୋଡ୍ ପୂରଣ କରି ସର୍ଚ୍ଚ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏବେ ଆପଣଙ୍କୁ ଆଧାର କାର୍ଡ ସହିତ ଯୋଡ଼ା ନମ୍ବର କୁ ଭରିବାକୁ ହେବ,ଯାହା ପରେ ଆପଣଙ୍କ ମୋବାଇଲ କୁ ଓଟିପି ଯିବ, ଓଟିପି କୁ ଭରିବା ପରେ ଆପଣଙ୍କ କେୱାଇସିର ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *