ଯେତେ ପୁରୁଣା ବ୍ଲଡ଼ ପ୍ରେସର ସମସ୍ଯା ହେଉ ନା କାହିଁକି ନିଶ୍ଚିତ ଭାବରେ ଭାଲ ହେଇଯିବ ! ବାସ ଆପଣାନ୍ତୁ ଏହି ସରଳ ଉପାୟ !

ତେବେ ହୃତପିଣ୍ଡ ଏହି ଶବ୍ଦଟି ହୃତ ଓ ପିଣ୍ଡର ମିଶ୍ରଣରୁ ଆସିଛି ତାହାର ଅର୍ଥ ହେଉଛି ଜୀବନର ପିଣ୍ଡ। ହୃତପିଣ୍ଡର ସ୍ପନ୍ଦନର ଆରମ୍ଭ ହେଲେ ଜୀବନର ସଂଚରଣ ଆରମ୍ଭ ହୁଏ ଏବଂ ହୃତପିଣ୍ଡର ସ୍ପନ୍ଦନ ବନ୍ଦ ହେଲେ ଜୀବନର ଅନ୍ତ ହୁଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୃତପିଣ୍ଡ ସ୍ପନ୍ଦନ କରି ଚାଲି ଥାଏ। ହୃତପିଣ୍ଡର କାର୍ଯ୍ୟ ହେଉଛି ଶରୀରର ସମସ୍ତ ଅଂଶକୁ ରକ୍ତ ସଂଚାଳନ କରିବ। ଶରୀରର ଦୂଷିତ ରକ୍ତ ହୃତପିଣ୍ଡର ଡାହାଣ ପଟକୁ ଆସିଥାଏ ଏବଂ ହୃତପିଣ୍ଡ ତାକୁ ଫୁସଫୁସକୁ ସଂଚଳନ କରିଥାଏ।

ଫୁସ୍‌ଫୁସ୍‌ରେ ରକ୍ତ ବିଶୁଦ୍ଧ ହୋଇ ହୃତପିଣ୍ଡର ବାମ ପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗକୁ ସଞ୍ଚାଳିତ ହୋଇଥାଏ। ଏଭଳି ଭାବରେ ହୃତପିଣ୍ଡ ଆମ ଶରୀରକୁ ଅମ୍ଳଜାନ ଓ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ। ତେବେ ଶରୀରରେ ସମସ୍ତ ଅଙ୍ଗକୁ ରକ୍ତ ପହଞ୍ଚାଇବା ପାଇଁ ହୃତପିଣ୍ଡକୁ କିଛି ମାତ୍ରାରେ ଚାପ ଦେବାକୁ ପଡ଼ିଥାଏ ତାହାକୁ ରକ୍ତଚାପ କୁହାଯାଏ।

କିନ୍ତୁ ଏହି ରକ୍ତ ଶରୀରର ଛୋଟ ଛୋଟ ନଳୀକୁ ଯିବା ପାଇଁ ହୃତପିଣ୍ଡ ଅଧିକ ଚାପ ପକାଇବାକୁ ପଡ଼ିଥାଏ ଯାହା ଫଳରେ ରକ୍ତଚାପ ବଢ଼ିଥାଏ। ଆଉ ରକ୍ତଚାପ ବଢିଲେ ତାହାକୁ ହାଇପରଟେନ୍ସନ କୁହାଯାଏ। ତେବେ ଉଚ୍ଚ ରକ୍ତଚାପ ଦୀର୍ଘଦିନ ଧରି ବଢ଼ି ରହିଲେ ଏବଂ ତାର ଚିକିତ୍ସା ନ କରାଗଲେ ହୃଦୟ ଉପରେ ବହୁତ ପ୍ରଭାବ ପଡ଼ିଥାଏ।

ତେବେ ଉଚ୍ଚ ରକ୍ତଚାପ ରହିଲେ ହୃତପିଣ୍ଡର ଆକାର ବଢ଼ି ବଢ଼ି ଯାଇଥାଏ ଫଳରେ ତାହା ଆଉ ରକ୍ତ ସଂଚାଳନ କରିପାରେ ନାହିଁ। ପରେ ପରେ ତାହା ହାର୍ଟ ଫେଲୁଅର ଲକ୍ଷଣ ଦେଖାଯାଇ ଥାଏ। ହାର୍ଟ ଫେଲୁଅର ଲକ୍ଷଣ ହେଉଛି ଯେପରିକି ଧଇଁସଇଁ ଲାଗିବା, ଗୋଡ଼ ଫୁଲିବା ବା ଅଳ୍ପ କାମ କରି ହାଲିଆ ହୋଇଯିବା ଏଭଳି ଲକ୍ଷଣ ଅଧିକ ଦିନ ଧରି ଲାଗି ରହିଲେ ମଧ୍ୟ ହୃତପିଣ୍ଡ ଦୁର୍ବଳ ହୋଇ ପଡ଼େ।

ଏହା ପରେ ହୃତପିଣ୍ଡର ରକ୍ତ ନଳୀ ଉପରେ ପ୍ରଭାବ ପଡ଼ିଥାଏ, ଯାହାକି ହାର୍ଟ ଆଟାକ କରାଇଥାଏ। ତେବେ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦିନ ଧରି ରହିଲେ ପକ୍ଷାଘାତ, ବ୍ରେନ୍‌ ଷ୍ଟ୍ରୋକ୍‌, କିଡ୍‌ନି ଫେଲୁଅର ଓ ଦୃଷ୍ଟିଶକ୍ତି କମିଯିବାର ଆଶଙ୍କା ମଧ୍ୟ ଅଧିକ ଥାଏ। ଉଚ୍ଚ ରକ୍ତଚାପ ହେବାର କାରଣ ଜଣା ପଡେ ନାହିଁ ପ୍ରାୟତଃ ଏହା ବଂଶଗତ କାରଣରୁ ମଧ୍ୟ ହୋଇଥାଏ।

ମାନସିକ ଚାପରେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖା ଦେଇଥାଏ ଏହା ସହିତ ଫାଷ୍ଟଫୁଡ ଖାଇ ଓଜନ ବୃଦ୍ଧି ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ। ତେବେ ଉଚ୍ଚ ରକ୍ତଚାପ ଦେଖା ଦେଲେ ଏହା ପରେ ପରେ ଅନ୍ୟ ବଡ଼ ବଡ଼ ରୋଗ ମଧ୍ୟ ଦେଖା ଦେଇଥାଏ, ଯେପରିକି ମସ୍ତିଷ୍କ ରେ ମଧ୍ୟ ପାରାଲିସିସ ହୋଇ ଯାଇଥାଏ ଏବଂ ଏହା ସହିତ କିଡ଼ନୀ ଫେଲୁଅର, ହାର୍ଟ ଆଟାକ ଏବଂ ଦୃଷ୍ଟି ଶକ୍ତି ମଧ୍ୟ କମିଯାଇ ପାରେ।

ଏଣୁ ରକ୍ତଚାପ ହେଲେ ନିୟମିତ ଭାବରେ ଔଷଧ ଖାଆନ୍ତୁ। ଉଚ୍ଚ ରକ୍ତଚାପକୁ କମାଇବା ପାଇଁ ପ୍ରଥମେ ଖାଇବାରେ ଧ୍ୟାନ ଦେବାକୁ ହେବ ଏହା ସହିତ କିପରି କମ ତେଲ ମସଲା ଖାଇବେ ତାହାକୁ ମଧ୍ୟ ଦେଖିବେ। ପ୍ରତ୍ୟେକ ଦିନ ସକାଳେ ବ୍ୟାୟାମ କରିବେ ଏବଂ ମାନସିକ ଶାନ୍ତି ପାଇଁ ପ୍ରାଣାୟାମ ମଧ୍ୟ କରିବେ। ତେବେ ଏହା ସହ ଲୋକଙ୍କ ମନରେ ସାଧାରଣ ଭାବରେ ଆସି ଥାଏ କି ମୋର ରକ୍ତଚାପ କମି ଗଲାଣି ମୁଁ ଆଉ ମେଡ଼ିସିନ ଖାଇବି ନାହିଁ।

ତେବେ କିନ୍ତୁ ଯେପରି ଡାଇବେଟିସ ମେଡ଼ିସିନ ଖାଇଲେ ସୁଗାର ନିୟନ୍ତ୍ରଣ ରହିଥାଏ ଏବଂ ମେଡ଼ିସିନ ଛାଡ଼ି ଦେଲେ ସୁଗାର ବଢ଼ି ଯାଇ ଥାଏ। ସେହିଭଳି ଭାବରେ ମେଡ଼ିସିନ ଖାଇବା ଛାଡ଼ି ଦେଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିନଥାଏ। ଏଣୁ ନିୟମିତ ଭାବରେ ମେଡ଼ିସିନ ଖାଇବା ଜରୁରୀ ଅଟେ। ତେବେ ଏକ ସୁସ୍ଥ ହୃତପିଣ୍ଡ ପାଇଁ ସୁଷମ ଖାଦ୍ୟ ଖାଇବା ନିହାତି ଭାବରେ ଜରୁରୀ ଏବଂ ଏହା ସହ ସବୁଜ ପନିପରିବା ମଧ୍ୟ ଖାଇବେ।

ଧ୍ୟାନ ରଖିବେକି ଖାଦ୍ୟରେ କିପରି ତେଲ ମସଲା ଆଦି କମ ଖାଇବେ ଏବଂ ପ୍ରତିଦିନ ଖାଦ୍ୟରେ ସାଲାଡ଼ ଖାଇବେ। ଏହା ସହ ଉଦ୍ଭିଦଜାତୀୟ ପ୍ରୋଟିନ୍‌ ଖାଦ୍ୟରେ ଖାଆନ୍ତୁ ଏବଂ ଅଧିକ ଲୁଣ ଖାଆନ୍ତୁ ନାହିଁ କାରଣ ଯେଉଁ ମାନଙ୍କର ହାର୍ଟ କିମ୍ୱା କିଡ଼ନୀ ସମସ୍ୟା ରହୁଛି ସେମାନେ କମ ଲୁଣ ଖାଇବା ଉଚିତ। ଏହା ସହିତ ଖାଦ୍ୟ ଖାଇବା ନିୟନ୍ତ୍ରଣ କରିବା ଏବଂ ଖାଦ୍ୟରେ ତେଲ ମସଲା ଆଦି କମ ଖାଇବା।

ପ୍ରାୟ ସମୟରେ ନିଜର କୋଲେଷ୍ଟ୍ରୋଲ, ଡାଇବେଟିସ, ଓ ରକ୍ତଚାପ ପରୀକ୍ଷା କରିବା ନିହାତି ଜରୁରୀ ଏବଂ ଶରୀରରେ କିଛି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡ଼ିସିନ ଖାଇବା ଉଚିତ। ପ୍ରତିଦିନ ସକାଳେ ୪୫ ମିନିଟ ବା ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ୟାୟାମ କରିବା, ଏହା ଆମ ଶରୀରକୁ ସୁସ୍ଥ ରଖି ଥାଏ। ହୃଦରୋଗ ନ ହେବା ପାଇଁ ମାନସିକ ଶାନ୍ତି ନିହାତି ଆବଶ୍ୟକ, ତେଣୁ ଯୋଗ, ମେଡିଟେସନ୍‌ ଓ ପ୍ରାଣାୟାମ କରନ୍ତୁ।

Leave a Reply

Your email address will not be published. Required fields are marked *