ମାଇଲେଜରେ ସମସ୍ତଙ୍କ ବାପା ! ଏଠାରେ ଦେଖନ୍ତୁ ଦେଶର ଟପ ମାଇଲେଜ ସ୍କୁଟରର ସମ୍ପୂର୍ଣ୍ଣ ବିବରଣୀ

ଭାରତୀୟ ଦୁଇ ଚକିଆ ମାର୍କେଟରେ ସ୍କୁଟରଗୁଡିକ ବହୁତ ପସନ୍ଦ କରାଯାଏ। ଦେଶରେ ସମସ୍ତ ପ୍ରକାରର ସ୍କୁଟରରେ ଏକ ଲମ୍ବା ରେଞ୍ଜ ମିଳିଯାଏ। ଏଥିମଧ୍ୟରେ ଆପଣ ଟପ ମାଇଲେଜ୍ ପାଇବା ସହିତ ଭଲ ଡିଜାଇନ ମଧ୍ୟ ପାଇପାରିବେ। ଆଜି ଆମେ ଆପଣଙ୍କୁ ଟପ ସ୍କୁଟର ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହା ସେମାନଙ୍କର ଡିଜାଇନ ଏବଂ ମାଇଲେଜ୍ ପାଇଁ ଜଣାଶୁଣା।

TVS ଜୁପିଟର।

ଅଧିକ ମାଇଲେଜ୍ ପାଇଁ TVS ଜୁପିଟର ବହୁତ ଭଲ। ଏହି ସ୍କୁଟରର ଚାରୋଟି ଭାରିଏଣ୍ଟ କମ୍ପାନୀ ଦ୍ୱାରା ବଜାରରେ ପରିଚିତ ହୋଇଛି। ଏହି ସ୍କୁଟରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି 75,625 ଯାହାର ଉପର ଭାରିଏଣ୍ଟ ପାଇଁ 82,575 ପର୍ଯ୍ୟନ୍ତ ଯାଇଥାଏ।

ସ୍କୁଟରଟି ଏକ 124.8cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦ୍ୱାରା ଶକ୍ତି ପ୍ରାପ୍ତ ଯାହାକି 8.15ph ପାୱାର ଏବଂ 10.5Nm ପିକ ଟର୍କ୍କ ଉତ୍ପାଦନ କରିବାରେ ସକ୍ଷମ। ସ୍କୁଟିର ଆଗରେ ଡିସ୍କ ବ୍ରେକ୍ ଏବଂ ଏହି ସ୍କୁଟରର ପଛ ଚକରେ ଡ୍ରମ୍ ବ୍ରେକ୍ ର ଏକ କମ୍ବିନେସନ ପ୍ରଦାନ କରାଯାଇଛି।

ଏହି ସ୍କୁଟରଟି ଏଲୋଏ ହ୍ବିଲ ଏବଂ ଟ୍ୟୁବଲେସ୍ ଟାୟାର ସହିତ ଆସିଥାଏ। TVS ଜୁପିଟର 64 କିଲୋମିଟରର ଏକ ମାଇଲେଜ୍ ପ୍ରଦାନ କରେ ଯାହା ARAI ଦ୍ୱାରା ପ୍ରମାଣିତ ହୋଇଛି।

ୟାମାହା ଫାସିନୋ 125 (Yamaha Fascino 125)।

କମ୍ପାନୀ ପାଞ୍ଚଟି ଭାରିଏଣ୍ଟରେ ୟାମାହା ଫାସିନୋ 125 ଉପଲବ୍ଧ କରିଛି। ଏହି ସ୍କୁଟରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି 73,700 ଯାହା ଟପ୍ ଭାରିଆଣ୍ଟ ପାଇଁ 82,330 ପର୍ଯ୍ୟନ୍ତ ଯାଏ । ଏହି ସ୍କୁଟରଟି 125cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 8.2ph ପାୱାର ଏବଂ 10.3Nm ପିକ ଟର୍କ ଦେଇଥାଏ।

କମ୍ପାନୀ ଏହି ସ୍କୁଟରର ଆଗ ଚକରେ ଡିସ୍କ ବ୍ରେକ୍ ଲଗାଇଛି ଏବଂ ପଛ ଚକରେ ଡ୍ରମ୍ ବ୍ରେକ୍ ଲଗାଇବା ସହିତ ଏହି ସ୍କୁଟରରେ ଏଲୋଏ ହ୍ବିଲ ଏବଂ ଟ୍ୟୁବଲେସ୍ ଟାୟାର ଦିଆଯାଇଛି। ୟାମାହା ଫାସିନୋ 125, 68 କିଲୋମିଟର ମାଇଲେଜ ଦେଇଥାଏ। ଏହା ARAI ଦ୍ୱାରା ପ୍ରମାଣିତ ହୋଇଛି।

ସୁଜୁକି ଆକ୍ସେସ୍ 125 (Suzuki Access 125)।

କମ୍ପାନୀ ପାଞ୍ଚ ଭାରିଏଣ୍ଟରେ ବଜାରରେ ସୁଜୁକି ଆକ୍ସେସ୍ 125 ଲଞ୍ଚ କରିଛି। ଏହି ସ୍କୁଟରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି 75,600 ଯାହା ଟପ୍ ଭାରିଆଣ୍ଟ ପାଇଁ 84,800 ପର୍ଯ୍ୟନ୍ତ ଯାଏ। ଏହି ସ୍କୁଟରଟି 124cc ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 8.7ph ପାୱାର ଏବଂ 10Nm ପିକ ଟର୍କ ଉତ୍ପାଦନ କରିବାରେ ସକ୍ଷମ।

ସୁଜୁକି ଆକ୍ସେସ୍ 125 ଏକ ଲିଟର ପେଟ୍ରୋଲରେ 57 କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ। ଏହି ସ୍କୁଟରର ମାଇଲେଜ୍ ARAI ଦ୍ୱାରା ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *