ଏଠାରେ ହୋଲି ଦିନ ଝିଅ ଧରିକି ପଳାନ୍ତି ପୁଅମାନେ,କିଛି ବି କରିପାରନ୍ତିନି ଘରଲୋକ,ଜାଣନ୍ତୁ କେଉଁଠାରେ ?

ହୋଲି ଏପରି ଏକ ପର୍ବ ଯେଉଁଥିରେ ସମଗ୍ର ଦେଶ ରଙ୍ଗରେ ପରିପୂର୍ଣ୍ଣ ଦେଖାଯାଏ। ଚଳିତ ବର୍ଷ ମାର୍ଚ୍ଚ 18 ରେ ହୋଲି ସମଗ୍ର ଦେଶରେ ପାଳନ କରାଯିବ। ଦେଶରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ହୋଲି ସମୟରେ ବହୁତ ଅଦ୍ଭୁତ ପରମ୍ପରା ଖେଳାଯାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ମଧ୍ୟପ୍ରଦେଶରେ ଏହି ପରମ୍ପରା ପାଳନ କରାଯାଏ।

ମଧ୍ୟପ୍ରଦେଶରେ ହୁଏ ଏକ ରୋଚକ ପରମ୍ପରା।

ମଧ୍ୟପ୍ରଦେଶର ଏକ ଗାଁରେ ହୋଲି ଦିନ ଭିଲ ଆଦିବାସୀମାନେ ଏକ ରୋଚକ ପରମ୍ପରା ଅନୁସରଣ କରନ୍ତି। ବାସ୍ତବରେ ଏହି ଗାଁରେ ଏକ ବଜାର ଅଛି। ଏହି ବଜାରକୁ ହାଟ କୁହାଯାଏ। ଏହି ହାଟରେ ଭିଲ ଆଦିବାସୀମାନେ ହୋଲିର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସନ୍ତି। ଏହା ସହିତ ଭିଲ୍ ଯୁବକ ଏବଂ ଯୁବତୀମାନେ ନିଜ ପାଇଁ ଏକ ନୂତନ ସମ୍ପର୍କ ଖୋଜିବା ପାଇଁ ହାଟକୁ ଆସନ୍ତି।

ପରମ୍ପରା ଅନୁଯାୟୀ ଗାଁର ସମସ୍ତ ଲୋକ ହାଟରେ ଏକାଠି ହୁଅନ୍ତି। ଏହା ପରେ ଭିଲ୍ ଯୁବକମାନେ ନିଜ ହାତରେ ମାନ୍ଦଳ ନାମକ ଏକ ବାଦ୍ୟଯନ୍ତ୍ର ବଜାନ୍ତି। ଏହି ସମୟରେ ସେ ବଜାଇବା ସହ ସେମାନେ ମଧ୍ୟ ନାଚନ୍ତି। ନାଚିବାବେଳେ ଭିଲ୍ ଯୁବକମାନେ ସେଠାରେ ବସିଥିବା ଝିଅମାନଙ୍କ ଗାଲରେ ରଙ୍ଗ ଲଗାନ୍ତି। ଭିଲ୍ ଯୁବକମାନେ ଅନେକ ଝିଅର ଗାଲରେ ରଙ୍ଗ ଲଗାନ୍ତି, ଯଦି ସେହି ଯୁବତୀ ଜଣକ ସେହି ଯୁବକକୁ ରଙ୍ଗ ଲଗାନ୍ତି, ତେବେ ଏହା ଉଭୟଙ୍କ ପାରସ୍ପରିକ ସହମତି ଭାବରେ ବିବେଚନା କରାଯାଏ।

ଯୁବତୀକୁ ଭାଗେଇନିଏ ଯୁବତୀ।

ଏହା ପରେ ଯୁବକ ଜଣକ ସେହି ଝିଅଟିକୁ ସମସ୍ତଙ୍କ ସାମ୍ନାରେ ଭଗେଇ ନେଇଯାଏ। ଏହା ଉଭୟଙ୍କ ସହମତି ଏବଂ ଏହା ଉଭୟଙ୍କ ବିବାହ ଭାବରେ ବିବେଚନା କରାଯାଏ। ଝିଅଟି ଯାହାସହ ଚାହିଁବ ତାସହ ପଳାୟନ କରିପାରିବ ଏବଂ ପରିବାର ସଦସ୍ୟ କିଛି କହିପାରନ୍ତି ନାହିଁ। ଅନ୍ୟ ପଟେ ଯଦି ଝିଅଟି ଯୁବକକୁ ରଙ୍ଗ ଲଗାଏ ନାହିଁ ତେବେ ଯୁବକ ଜଣକ ଅନ୍ୟ ଝିଅମାନଙ୍କୁ ରଙ୍ଗ ଲଗାନ୍ତି।

Leave a Reply

Your email address will not be published. Required fields are marked *