ପ୍ରେମରେ ଧୋକା ପାଇଥିବା ପ୍ରେମିକ ବା ପ୍ରେମିକାଙ୍କୁ କିଛି ଭୁଲ୍ ପଦକ୍ଷେପ ନେଉଥିବାର ଖବର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ବିହାରର ନୱାଦାଠାରେ ଜଣେ ପ୍ରେମିକ ପ୍ରେମରେ ଧୋ-କା ପାଇବା ପରେ ଏକ ଚାହା ଦୋକାନ ଖୋଲିଥିଲେ।
‘ବେୱଫା ଚାହା ବାଲା’ ନାମକ ଏହି ଚାହା ଦୋକାନରେ ସଫଳ ପ୍ରେମୀଯୁଗଳଙ୍କୁ ମାଗଣା ଚା ଦିଆଯାଏ। ‘ବେୱଫା ଚାହାବାଲା’ ଦୋକାନର ମାଲିକ ମଣ୍ଟନ କୁମାରଙ୍କ ଅନୁଯାୟୀ ସେ ଗତ କିଛି ବର୍ଷ ହେବ ଜଣେ ଝିଅକୁ ଭଲ ପାଉଥିଲେ, କିନ୍ତୁ ବେକାରି ହେତୁ ଗର୍ଲଫ୍ରେଣ୍ଡ ତାଙ୍କୁ ଛାଡି ଚାଲି ଯାଇଥିଲେ। ମଣ୍ଟନ୍ ସେହି ଝିଅକୁ ପ୍ରକୃତରେ ଭଲ ପାଉଥିଲେ।
ଦୁଃଖରେ ଖୋଲିଥିଲେ “ବେୱଫା ଚାହାବାଲା” ଦୋକାନ।
ମଣ୍ଟନଙ୍କ ଅନୁଯାୟୀ ସେ କହିଛନ୍ତି ଯେ ଗର୍ଲଫ୍ରେଣ୍ଡ ଚାଲିଯିବା ପରେ ସେ ସ୍ତବ୍ଧ ହୋଇଯାଇଥିଲେ ମାତ୍ର 6 ମାସ ବିତିଯିବା ପରେ ସେ ଅନୁଭବ କରିଥିଲେ ଯେ ସେ ଏପରି ଚାକିରୀ କରିବେ, ଯାହାଫଳରେ ଲୋକମାନେ ଏହି ବି-ଫଳ ପ୍ରେମ କାହାଣୀ ବିଷୟରେ ମଧ୍ୟ ଜାଣିପାରିବେ। ଏହା ପରେ ସେ ସହରର ଗାନ୍ଧୀ ବିଦ୍ୟାଳୟ ପାଖରେ ଏକ ଚାହା ଦୋକାନ ଖୋଲିବାକୁ ସ୍ଥିର କଲେ। ସେ ସେହି ଷ୍ଟଲର ନାମ ବେୱଫା ଚାହାବାଲା ରଖିଥିଲେ।
ମଣ୍ଟନ୍ ବିଶ୍ୱାସ କରନ୍ତି ଯେ ଖୁବ୍ କମ୍ ଲୋକ ପ୍ରେମ ପାଇବାକୁ ସମର୍ଥ ହୁଅନ୍ତି। ପ୍ରାୟତଃ ଲୋକମାନେ ପ୍ରେମରେ ଧୋ-କା ପାଆନ୍ତି। ଧୋ-କା ପାଇବା ପରେ କିଛି ଲୋକ ଭୁଲ୍ ପଥରେ ଯାଆନ୍ତି, କିନ୍ତୁ ଏହି ବ୍ୟକ୍ତି ବ୍ୟବସାୟ କରିବାକୁ ମନସ୍ଥ କଲେ।
ମଣ୍ଟନ୍ କୁମାର କରିଛନ୍ତି ବି ଫାର୍ମା।
ମଣ୍ଟନ୍ ତାଙ୍କ ଦୋକାନରେ ଅନେକ ପ୍ରକାରର କବିତାର ପୋଷ୍ଟର ମଧ୍ୟ ରଖିଛନ୍ତି, ଯାହାଫଳରେ ପ୍ରେମରେ ଧୋ-କା ପାଇଥିବା ଲୋକମାନେ ଏଠାକୁ ଆସି ସେମାନଙ୍କ ମନକୁ ଆମୋଦିତ କରିପାରିବେ। ବି ଫାର୍ମା କରିଥିବା ମଣ୍ଟନ୍ କହିଛନ୍ତି ଯେ ଏହି କାମରେ ତାଙ୍କ ଭାଇମାନେ ମଧ୍ୟ ସାହାଯ୍ୟ କରନ୍ତି।
ପ୍ରେମୀ ଯୁଗଳଙ୍କୁ ମାଗଣା ଚାହା ଦିଆଯାଏ।
ମଣ୍ଟନ୍ କହିଛନ୍ତି ଯେ ଏହି ଦୋକାନରେ କବିତାର ପୋଷ୍ଟର ମାଧ୍ୟମରେ ଧୋ-କା ପାଇଥିବା ପ୍ରେମୀଙ୍କୁ ମନୋରଞ୍ଜନ ଯୋଗାଇ ଦିଆଯାଉଥିବାବେଳେ ସଫଳ ପ୍ରେମୀଯୁଗଳଙ୍କୁ ଏଠାରେ ମାଗଣା ଚାହା ଦିଆଯାଏ। ସେ କହିଛନ୍ତି ଯେ ଦୋକାନରେ ପ୍ରେମୀଯୁଗଳଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ମଧ୍ୟ ଅଛି। ମଣ୍ଟନ୍ କହିଛନ୍ତି ଯେ ତାଙ୍କ ଚାହା ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି।