ରାସ୍ତା କଡରେ ପଇଡ଼ ପାଣି କିଣୁଥିବାର ଦେଖାଗଲେ ଅକ୍ଷୟ କୁମାର,ଚିହ୍ନି ପାରିଲେ ନାହିଁ ଫ୍ୟାନ୍ସ,ଟ୍ଵିଙ୍କିଲ ସେୟାର କଲେ ଫୋଟୋ ।

ହିନ୍ଦୀ ସିନେମାର ମହାନ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ କୁ ନେଇ ଜୋର ସୋରରେ ଚର୍ଚ୍ଚାର ବିଷୟ ବନିରହିଛନ୍ତି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଅର୍ଶଦ ୱାର୍ସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ହୋଲିର ଏହି ସ୍ୱତନ୍ତ୍ର ଅବସରରେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଆଜିକାଲି ଅକ୍ଷୟ କୁମାରଙ୍କ ସହ ଫିଲ୍ମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଭିନେତା ଏହି ଫିଲ୍ମର ଜୋରଦାରରେ ପ୍ରଚାର ପ୍ରସାର କରୁଛନ୍ତି । ଏହି ସମୟରେ ଅକ୍ଷୟ କୁମାରଙ୍କ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ‘ଖିଲାଡି କୁମାର’ ରାସ୍ତା କଡରେ ଛିଡା ହେଇଥିବାର ନଜର ଆସିଛନ୍ତି

ଭାଇରାଲ ଫୋଟୋରେ ଅକ୍ଷୟ କୁମାରଙ୍କୁ ପଇଡ଼ ପାଣି କିଣୁଥିବାର ଦେଖିପାରିବେ । ଅକ୍ଷୟ କୁମାରଙ୍କ ଏହି ଫୋଟୋ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନା ସେୟାର କରିଛନ୍ତି ।ଏହି ଫୋଟୋକୁ ଟ୍ଵିଙ୍କିଲ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ରେ ପୋଷ୍ଟ କରିଛନ୍ତି ଆଉ କ୍ୟାପସନ୍ ରେ ଲେଖିଛନ୍ତି କି ” ଖାଲି ରାସ୍ତା, ସର୍ଟ ଡ୍ରାଇଭ ଏବଂ ଅନିୟୋଜିତ ଷ୍ଟପ୍ ସହିତ ଶନିବାରର ସକାଳ “।

View this post on Instagram

A post shared by Akshay Kumar (@akshaykumar)

ସର୍ଟ୍ସ ଏବଂ ଟି – ଶାର୍ଟ ରେ ନଜର ଆସିଥିବା ଅକ୍ଷୟ କୁମାର ହାତରେ ପଇଡ଼ ପାଣି ଧରି କ୍ୟାମେରା କୁ ପୋଜ୍ ଦେଉଛନ୍ତି ।ଅକ୍ଷୟ କୁମାର ନିଜ ମୁହଁରେ ମାସ୍କ ଲଗେଇଛନ୍ତି ଏବଂ ସେ କ୍ୟାପ୍ ମଧ୍ୟ ପିନ୍ଧିଛନ୍ତି । ତାଙ୍କ ଆଖପାଖରେ ଲୋକ ମଧ୍ୟ ଅଛନ୍ତି କିନ୍ତୁ ସେ ‘ଖିଲାଡ଼ି’ଙ୍କୁ ଚିହ୍ନିପାରୁନାହାନ୍ତି

ଅକ୍ଷୟଙ୍କର ଏହି ଫୋଟୋକୁ ଟ୍ଵିଙ୍କିଲଙ୍କ ଆକାଉଣ୍ଟରେ 75ହଜାର ରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ସେଇଠି ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି କି,”ଭାଗ୍ୟଶାଳୀ ପଇଡ଼ପାଣି ବିକିଲା ୱାଲା !! ତାଙ୍କୁ ମିଷ୍ଟର ଅକ୍ଷୟ କୁମାର ଦେଖିବାକୁ ମିଳିଲେ ” । ତେବେ ଆଉ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି କି ,”ମୁଁ ତ ପଛରୁ ବି ଦେଖିକି କହିଦେବି କି ଏ ହେଉଛନ୍ତି ଅକ୍ଷୟ ସାର୍ ” ।ତେବେ ଆଉ ଜଣେ ୟୁଜର ଲେଖିଛନ୍ତି କି,”ଅକ୍ଷୟ କୁମାର ସର୍ବସାଧାରଣରେ ନଜର ଆସିଛନ୍ତି ଆଉ ସେ ପଇଡ଼ ପାଣି ବିକାଳୀକୁ ଦେଖ ସେ ତା କାମରେ ବ୍ୟସ୍ତ ଅଛି ”

ପ୍ରଶଂସକମାନେ ଅକ୍ଷୟଙ୍କ ସରଳତାକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଅକ୍ଷୟଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଗୋଟେ ପଟେ ସେ ବଚ୍ଚନ ପାଣ୍ଡେର ପ୍ରମୋସନ ରେ ବ୍ୟସ୍ତ ଥିବା ବେଳେ ତେବେ ଅନ୍ୟପକ୍ଷରେ ତାଙ୍କ ପାଖରେ ଅଧା ଡ଼ର୍ଜନ ଫିଲ୍ମ ଆହୁରି ମଧ୍ୟ ଅଛି । ବର୍ତ୍ତମାନ ସେ କ୍ରିତି ସାନନ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ‘ବଚ୍ଚନ ପାଣ୍ଡେ’ର ପ୍ରମୋସନ ପାଇଁ ଦିଲ୍ଲୀ ଯାଇଛନ୍ତି ।

ଅକ୍ଷୟଙ୍କର ଏହି ଫିଲ୍ମ ବ୍ୟତୀତ ତାଙ୍କର ଆଗାମୀ ଫିଲ୍ମ ମଧ୍ୟରେ ସେଲ୍ଫି,’ପୃଥ୍ବୀରାଜ’,’ରାମ ସେତୁ,’ରକ୍ଷା ବନ୍ଧନ,’ମିଶନ ସିଣ୍ଡ୍ରେଲା,’ଓଏମଜି 2,’ ଭଳି ଫିଲ୍ମଗୁଡିକ ଅନ୍ତର୍ଭୁକ୍ତ । ‘ପୃଥ୍ବୀରାଜ’ ଜୁନ 3 ରେ ରିଲିଜ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *