ହିନ୍ଦୀ ସିନେମାର ମିଷ୍ଟର ପରଫେକ୍ସନିଷ୍ଟଙ୍କ ନାମରେ ସ୍ୱତନ୍ତ୍ର ପରିଚୟ ପାଇଥିବା ପ୍ରସିଦ୍ଧ ଅଭିନେତା ଅମୀର ଖାନଙ୍କୁ 57 ବର୍ଷ ବୟସ ହୋଇଗଲାଣି । ଅମୀର ଖାନଙ୍କ ଜନ୍ମ ଆଜିର ଦିନରେ ହିଁ (14 ମାର୍ଚ୍ଚରେ ) 1965ମସିହାରେ ମୁମ୍ବାଇରେ ହୋଇଥିଲା । ଅମୀର ହିନ୍ଦୀ ସିନେମାରେ ନିଜର ଭିନ୍ନ ଆଉ ସ୍ୱତନ୍ତ୍ର ପରିଚୟ ବନେଇଛନ୍ତି ।
ଅମୀରଙ୍କ ମାଙ୍କ ନାମ ଜିନତ ହୁସୈନ ଥିଲା ଏବଂ ତାଙ୍କ ପିତାଙ୍କ ତାହୀର ହୁସୈନ ଥିଲେ ଯିଏ କି ଜଣେ ପ୍ରସିଦ୍ଧ ନିର୍ମାତା ଏବଂ ନିର୍ଦେଶକ ଥିଲେ । କହିରଖୁଛୁ କି ଅମୀର ଖାନଙ୍କୁ ଆରମ୍ଭ ରୁ ହିଁ ପିଲ୍ମରେ କାମ କରିବାର ସଉକ ଥିଲା । ଅମୀରଙ୍କ ଅସଲି ନାମ ହେଉଛି ମହମ୍ମଦ ଅମୀର ହୁସୈନ ଖାନ । ତେବେ ଆଗକୁ ଯାଇ ସେ ତାଙ୍କ ନାଁ ରୁ ମହମ୍ମଦ ଏବଂ ହୁସୈନ ହଟେଇ ଦେଇଥିଲେ ।
ଅମୀର ଖାନ ହିନ୍ଦୀ ସିନେମାରେ ଆଜି ଯାଏଁ ବହୁତ ବଢିଆ କାମ କରିଛନ୍ତି ଏବଂ ଦେଶ ଦୁନିଆରେ ତାଙ୍କ ନା ବହୁତ ପରିଚୟ ସୃଷ୍ଟି କରିଛି । କିନ୍ତୁ ତାଙ୍କୁ ମଧ୍ୟ ଅନ୍ୟ ତାରକା ମାନଙ୍କ ପରି ପ୍ରଥମେ ବହୁତ ସଂଘର୍ଷ କରିବାକୁ ପଡିଛି । ଗତ 34ବର୍ଷ ରୁ ଦେଶ ଦୁନିଆକୁ ମନୋରଞ୍ଜନ କରୁଥିବା ଅମୀର କେବେ ନିଜ ଫିଲ୍ମର ପୋଷ୍ଟର ରାସ୍ତାରେ ବୁଲିବୁଲି ଗାଡିମାନଙ୍କରେ ଲଗାଉଥିଲେ ।
କହିରଖୁଛୁ କି ଅମୀର ଶିଶୁ କଳାକାର ରୂପରେ ମଧ୍ୟ ବଡ଼ ପରଦାରେ କାମ କରିଛନ୍ତି । କଥା ହେଉଛି 1973ମସିହାର,ଯେତେବେଳେ ଅମୀର ମାତ୍ର ଆଠ ବର୍ଷର ଥିଲେ । ସେହି ସମୟରେ ଏକ ଫିଲ୍ମ ଆସିଥିଲା ଯାହାର ନାମ ଥିଲା “ୟାଦୋ କି ବାରାତ୍” । ଏହି ଫିଲ୍ମରେ ଅମୀର ପ୍ରଥମ ଥର ଶିଶୁ କଳାକାର ରୂପରେ ଦେଖିବାକୁ ମିଳିଥିଲେ । ଏହା ପରେ ସେ ଶିଶୁ କଳାକାର ରୂପରେ ମଦହୋଶ ଏବଂ ହୋଲି ରେ କାମ କଲେ
View this post on Instagram
ଅମୀର ପିଲାଦିନ ଫିଲ୍ମ ରେ କାମ କଲେ ତେବେ ସେ ବଡ଼ ହେବା ପରେ ମଧ୍ୟ ଏହି ରାସ୍ତା ବାଛିଥିଲେ । ଅମୀର ଜଣେ ମୁଖ୍ୟ ଅଭିନେତା ରୂପରେ ତାଙ୍କ ଫିଲ୍ମ କ୍ୟାରିଅର ର ଆରମ୍ଭ 1988ମସିହାରେ କରିଥିଲେ । ଏହି ସମୟରେ ତାଙ୍କ ପ୍ରଥମ ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ସାଥିରେ କାମ କରିଥିଲେ ।
ହିନ୍ଦୀ ସିନେମାରେ ନିଜର ପ୍ରଥମ ଫିଲ୍ମିର ପ୍ରଚାର-ପ୍ରସାର ମଧ୍ୟ ଅମୀର ଖୁବ ଜୋର-ସୋରରେ କରିଥିଲେ | ଅମୀରଙ୍କୁ ସେତେବେଳେ କେହି ଚିନ୍ହି ମଧ୍ୟ ନଥିଲେ | ସେ ନିଜ ଫିଲ୍ମିର ପୋଷ୍ଟର ନେଇ ନିଜ ଟିମ୍ ସହିତ ମୁମ୍ବାଇର ରାସ୍ତାକୁ ବାହାରି ପଡ଼ିଥିଲେ | ସେ ରିକ୍ସା ଆଉ ଅନ୍ୟ ଜନ-ବାହନରେ ନିଜେ ହିଁ ନିଜ ହାତରେ ନିଜ ଫିଲ୍ମିର ପୋଷ୍ଟର ଚାରିଆଡେ ଲଗାଉଥିଲେ |
ଅମୀର ଖାନ ନିଜେ ମଧ୍ୟ ଏହି ବିଷୟରେ କହିଛନ୍ତି ଆଉ ତାଙ୍କର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମେଡ଼ିଆରେ ଦେଖିବାକୁ ମିଳିଯିବ ଯେଉଁଥିରେ ସେ ପୋଷ୍ଟର ଲଗାଉଥିବାର ନଜର ଆସୁଛନ୍ତି | ଅନେକ ଲୋକମାନେ ତ ତାଙ୍କୁ ମନା କରିଦେଉଥିଲେ ଆଉ ତାଙ୍କୁ ତଡି ମଧ୍ୟ ଦେଉଥିଲେ | ଆପଣଙ୍କୁ କହିରଖୁଛୁ ଯେ ଅମୀରଙ୍କ ପରିଶ୍ରମର ଫଳ ମିଳିଲା ଆଉ ତାଙ୍କର ପ୍ରଥମ ଫିଲ୍ମି ହିଁ ବକ୍ସ ଅଫିସ୍ ରେ ସାନଦାର ପଦର୍ଶନ କରିଥିଲା | ଫିଲ୍ମି ‘କୟାମତ୍ ସେ କୟାମତ୍ ତକ୍’ ବହୁତ ହିଟ ହୋଇଥିଲା |
ଅମୀର ନିଜ କ୍ୟାରିୟରରେ ଅନେକ ସାନଦାର ଫିଲ୍ମି କରିଛନ୍ତି | ସେ ନିଜର 34 ବର୍ଷର ଫିଲ୍ମି କ୍ୟାରିୟରରେ ମାତ୍ର 58ଫିଲ୍ମିରେ ହିଁ କାମ କରିଛନ୍ତି | ଯଦିଓ ତାଙ୍କର ଅଧିକାଂଶ ଫିଲ୍ମି ସଫଳ ହୋଇଛି | ଅମୀରଙ୍କ ଫିଲ୍ମି ବକ୍ସ ଅଫିସ୍ ରେ ରେକର୍ଡ-ତୋଡ ପଦର୍ଶନ କରୁଥିବାର ନଜର ଆସିଥାଏ | ତାଙ୍କ ଫିଲ୍ମିର ଅପେକ୍ଷା ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ରହିଥାଏ |
ପଦ୍ମ ଶ୍ରୀ ଆଉ ପଦ୍ମ ଭୂଷଣ ରେ ହେଲେ ସାନମାନିତ :-
ଅମୀର ଖାନଙ୍କର ହିନ୍ଦୀ ସିନେମାରେ ତାଙ୍କର ଅତି ସୁନ୍ଦର ଯୋଗଦାନ ପାଇଁ 2003 ମସିହାରେ ଦେଶକୁ ଚତୁର୍ଥ ସବୁଠାରୁ ଉଚ୍ଚ ନାଗରିକ ସଂମାନ ପଦ୍ମ ଶ୍ରୀ ଆଉ 2010ରେ ତୃତୀୟ ସବୁଠାରୁ ଉଚ୍ଚ ନାଗରିକ ସଂମାନ ପଦ୍ମ ଭୂଷଣରେ ସାନମାନିତ କରାଯାଇଛି | କାମ ବିଷୟରେ କଥା ହେବା ତ ତାଙ୍କ ଆଗାମୀ ଫିଲ୍ମିର ନାମ ‘ଲାଲ୍ ସିଂହ ଚଢ଼ା’ ଅଟେ ଯାହା କି 14 ଏପ୍ରିଲକୁ ରିଲିଜ ହେବ |