ତହସିନ ପୁନାୱାଲା ଟପ୍ ବିଜନେସମ୍ୟାନଙ୍କ ପତ୍ନୀଙ୍କ ସହ ବିତାଇଲେ ରାତି,ଗୁମର ଖୋଲିବା ମାତ୍ରେ ହିଁ କଙ୍ଗନାଙ୍କ ଶୋ ରୁ ବାହାରିଗଲେ

ରାଜନୈତିକ ବିଶ୍ଳେଷକ ତହସିନ ପୁନାୱାଲା ତାଙ୍କର ଏକ ଗୁମର ଦୁନିଆ ସାମ୍ନାକୁ ଆଣିବା ପରେ ଚର୍ଚ୍ଚାରେ ଅଛନ୍ତି ।ବାସ୍ତବରେ କଙ୍ଗନା ରନୌତଙ୍କ ଶୋ ରେ ଅଂଶ ନେଇଥିବା ତହସିନ ପୁନାୱାଲା ତାଙ୍କ ଜୀବନ ସହ ଜଡିତ ଏମିତି ଏକ ଗୁମର ଖୋଲିଛନ୍ତି ଯାହା ବହୁତ ଆଶ୍ଚର୍ଯ୍ୟକର ଅଟେ । ଶୋ ସମୟରେ ତହସିନ ପୁନାୱାଲା କହିଛନ୍ତି କି ସେ ଏକ ଟପ ବିଜନେସମ୍ୟାନଙ୍କ ପତ୍ନୀଙ୍କ ସହ ସାରା ରାତି ବିତାଇ ଥିଲେ । ଏହି ବିଶେଷ ରାତି ପାଇଁ ପୁରା ଗୋଟିଏ ନାଇଟ୍ କ୍ଲବ ବୁକ୍ କରାଯାଇଥିଲା ।

କଙ୍ଗନା ରନୌତଙ୍କ ଶୋ ‘ଲକ୍ ଅପ୍’ ର ଲାଟେଷ୍ଟ ଏପିସୋଡରେ

ରାଜନୈତିକ ବିଶ୍ଳେଷକ ତହସିନ ପୁନାୱାଲାଙ୍କୁ ଶୋ ରୁ ବାହାର ହେବାର ବାଟ ଦେଖାଦେଇଛି । ସ୍ୱୟଂଭୁ ସନ୍ତ ସ୍ୱାମୀ ଚକ୍ରପାଣିଙ୍କ ପରେ ଶୋ ରୁ ବାହାରିବାର ଦ୍ୱିତୀୟ ପ୍ରତିଯୋଗୀ ଅଟନ୍ତି । ଏକତା କପୁରଙ୍କ ରିଆଲିଟି ଶୋ ରେ ତହସିନ ପୁନାୱାଲାଙ୍କୁ ଏହି ସପ୍ତାହରେ ସବୁଠୁ କମ୍ ଭୋଟ ମିଳିଥିଲା,ଯାହା ପରେ ତାଙ୍କୁ ଶୋ ରୁ ଏଲିମିନେଟ କରିଦିଆ ଗଲା । କିନ୍ତୁ ଶୋ ରୁ ବାହାର ଯିବା ପୂର୍ବରୁ ସେ ତାଙ୍କ ଜୀବନର ଏମିତି ଏକ ଗୁମର ସମସ୍ତଙ୍କ ସାମ୍ନାକୁ ଆଣିଲେ ଯାହା ଶୁଣିବା ପରେ କେବଳ କଙ୍ଗନା ନୁହେଁ ‘ଲକ୍ ଅପ୍’ ର ବାକି କ-ଏ-ଦୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ

ତହସିନ ପୁନାୱାଲାଙ୍କୁ ‘ଲକ୍ ଅପ୍’ରୁ ବାହାରି ଯିବା ପୂର୍ବରୁ ଗୋଟିଏ ସୁଯୋଗ ଗୋଟିଏ ପ୍ରତିଯୋଗୀଙ୍କୁ ବଞ୍ଚେଇବା ପାଇଁ ଦିଆଗଲା । କିନ୍ତୁ ଏଥିପାଇଁ ତାଙ୍କୁ ଏକ ମୂଲ୍ୟ ଦେବାକୁ ପଡିବ । ବାସ୍ତବରେ ସେ ମୂଲ୍ୟ ଏହା ଥିଲା କି ତହସିନଙ୍କୁ ତାଙ୍କ ଗୁମର ଦୁନିଆ ସାମ୍ନାରେ କହିବାକୁ ହେବ । ତହସିନ ସାୟଶା ସିଂଦେଙ୍କୁ ବଞ୍ଚାଇଲେ ଆଉ ସେହି ଗୁମର କୁ ମଧ୍ୟ ଦୁନିଆ ସାମ୍ନାରେ କହିଲେ,ଯାହାକୁ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କ ବିନା ଆଉ କେହି ଜାଣିନଥିଲେ ।

ଏମିତି ବିତେଇଲେ ବିଜନେସମ୍ୟାନଙ୍କ ପତ୍ନୀଙ୍କ ସହ ରାତି

ତହସିନ କହିଛନ୍ତି କି ଥରେ ତାଙ୍କୁ ଦେଶର ଜଣେ ବଡ଼ ବିଜନେସମ୍ୟାନ୍ ତାଙ୍କ ପତ୍ନୀଙ୍କ ସହ ଗୋଟିଏ ରାତି ବିତେଇବା ପାଇଁ କହିଥିଲେ ଆଉ ଏଥିସହିତ ତାଙ୍କର କିଛି ସର୍ତ୍ତ ଆଉ କଳ୍ପନା ମଧ୍ୟ ଥିଲା । ତହସିନ ଆଗକୁ କହିଛନ୍ତି କି ଏହି କାମ ପାଇଁ ଦେଶର ସେହି ବଡ଼ ବିଜନେସମ୍ୟାନ୍ ତାଙ୍କ ପାଇଁ ପୁରା ନାଇଟକ୍ଲବ ବୁକ କରିଥିଲେ ଆଉ ଯେତେବେଳେ ତହସିନ ତାଙ୍କ ପତ୍ନୀଙ୍କ ସହ ସମୟ ବିତାଉଥିଲେ ସେତେବେଳେ ସେ ବିଜନେସମ୍ୟାନ୍ ନିଜ ଆଖିରେ ଏହି ସବୁ ଦେଖୁଥିଲେ ।

ରାଜନୈତିକ ବିଶ୍ଳେଷକ କହିଛନ୍ତି କି ବିଜନେସମ୍ୟାଙ୍କ ଏହା ହିଁ ସର୍ତ୍ତ ଥିଲା କି ସେ ତହସିନଙ୍କୁ ତାଙ୍କ ପତ୍ନୀଙ୍କ ସହ ସମୟ ବିତେଇବା ବେଳେ ଦେଖିବେ । ତହସିନ କହିଲେ କି ସେ ଏହି କଥାକୁ ମାନିଯାଇଥିଲେ ଆଉ ସେ ଏହି କଥା ପାଇଁ କୌଣସି ଅନୁତାପ କରନ୍ତି ନାହିଁ ।

ତହସିନଙ୍କ ଏହି କଥା ଶୁଣି କଙ୍ଗନା ତାଙ୍କୁ ପଚାରିଲେ’କଣ ଆପଣ ଏହାକୁ ଉପଭୋଗ କଲେ ?’ ତେବେ ତହସିନ କହିଲେ କି ,ଆଜ୍ଞା ହଁ । ତେବେ ତହସିନ ସେହି ବିଜନେସମ୍ୟାଙ୍କ ନାମର ଖୁଲାସା କରିନଥିଲେ ।

କେବଳ ପତ୍ନୀଙ୍କୁ ଜଣାଥିଲା ଏହି ଗୁମର

ତହସିନଙ୍କ ଏହି ଖୁଲାସା ପରେ ଯେତେବେଳେ କଙ୍ଗନା ରନୌତ୍ ତାଙ୍କୁ ପଚାରିଲେ,’କଣ ତାଙ୍କ ପତ୍ନୀଙ୍କୁ ଏହି କଥା ଜଣା ଅଛି ?’ ସେତେବେଳେ ତହସିନ କହିଥିଲେ କି ତାଙ୍କ ପତ୍ନୀ ଏହି ବିଷୟରେ ସବୁ କିଛି ଜାଣିଛନ୍ତି ଆଉ ଯେତେବେଳେ ଏହି କଥା ହୋଇଥିଲା ସେତେବେଳେ ତାଙ୍କ ବିବାହ ହୋଇନଥିଲା । ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଭେଟିଲେ ସେ ଆରମ୍ଭ ରୁ ହିଁ ତାଙ୍କ ତାଙ୍କ ପତ୍ନୀଙ୍କୁ ଏହି ବିଷୟରେ କହିଦେଇଥିଲେ

Leave a Reply

Your email address will not be published. Required fields are marked *