କିଶୋର ଭାଇନା ମଟନ : ୨୫ ବର୍ଷ ଧରି ଭୁବନେଶ୍ୱରରେ ଏକ ନମ୍ବର ମଟନ କରି ଦେଉଛନ୍ତି,ଦେଖନ୍ତୁ…

ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁ ପାଇଁ ଲୋକଙ୍କ ସ୍ବତନ୍ତ୍ର ଆଗ୍ରହ ରହିଥାଏ । ସେହିପରି ଏକ ଖାଦ୍ୟ ହେଉଛି ମଟନ ତରକାରୀ । ଏହା ମଟନ କଷା ହେଉ କି ମଟନ ଝୋଳ । ଯେତେବେଳେ ମଟନ ତରକାରୀ କଥା ମନକୁ ଆସେ ସେତେବେଳେ ପାଟିରୁ ଆପେ ଆପେ ଲାଳ ବାହାରି ଆସେ । ଯେଉଁମାନେ ଏହାକୁ ଅଧିକ ପସନ୍ଦ କରନ୍ତି, ଖାଇବାକୁ ଅଧିକ ଭଲ ପାଆନ୍ତି ସେମାନେ ଏଥପାଇଁ ପାଗଳ ପ୍ରାୟ ହୋଇ ଯାଆନ୍ତି । ତେବେ ଏମିତି ମଟନ ପ୍ରେମୀଙ୍କ କ୍ଷେତ୍ରରେ ନିଶ୍ଚୟ ହୋଇଥାଏ ।

ତେବେ ଜଣେ ବ୍ୟକ୍ତି ଯାହାଙ୍କ ନାମ କିଶୋର, ତାଙ୍କର ମଟନ ତରକାରୀ ବହୁତ୍ ଫେମସ । ଏହାକୁ ଖାଇବା ପରେ ଜଣେ ଏହାକୁ ଭୁଲି ପାରିବ ନାହିଁ । ଖଣ୍ଡ ମଣ୍ଡଳରେ କିଶୋର ଭାଇନାଙ୍କ ମଟନ ତରକାରି ର ଚାହିଦା ବେଶ୍ ଅଧିକ ରହିଛି । ତେବେ ଆମେ ଆଜି ଆପଣଙ୍କୁ କିଶୋର ଭାଇନାଙ୍କ ମଟନ ବନାଇବାର ତରିକା ଜଣାଇବୁ ।

ଯାହାକୁ ଦେଖିଲେ ଆପଣ ମଧ୍ୟ ଏହିପରି ଭାବରେ ମଟନ କୁ ରାନ୍ଧି, ଖାଇ ପାରିବେ ଏବଂ ଏହାର ସ୍ବାଦର ମଜା ମଧ୍ୟ ନେଇ ପାରିବେ । ଆପଣ ମଟନ୍‌ ପ୍ରିୟ କି ? ଯଦି ହଁ, ତେବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ କିଶୋର ଚନ୍ଦ୍ର ସାହୁଙ୍କ ମଟନ ଝୋଳର ନିଆରା ସ୍ୱାଦ ଆପଣଙ୍କୁ ନିଶ୍ଚେ ନେବାକୁ ପଡ଼ିବ ।

ତାଙ୍କର କୌଣସି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ ନୁହେଁ, କି ବଡ଼ ରେଷ୍ଟୁରାଣ୍ଟ୍‌ ନୁହେଁ । ଚାଳିଆ ତଳେ, ସହରବାସୀଙ୍କୁ ସେ ପରଷୁଛନ୍ତି ଗାଁର ସ୍ୱାଦ । ନାଁ ସିନା କିଶୋର, କିନ୍ତୁ ସମସ୍ତଙ୍କ ଆଗରେ ତାଙ୍କ ପରିଚୟ ମଟନ ଭାଇନା । ଦୂରଦର୍ଶନ କେନ୍ଦ୍ର ପାଖରେ ଏକ ଝୁମ୍ପୁଡ଼ି ତଳେ କାଠ ଚୁଲିରେ ରାନ୍ଧନ୍ତି ଖାସି ମାଂସ । ଅଦା, ରସୁଣ ଓ ପିଆଜର ଛେଚା ମସଲାରେ ପ୍ରସ୍ତୁତ ମାଂସ ଝୋଳର ସ୍ୱାଦ ଅନ୍ୟ ରେଷ୍ଟୁରାଣ୍ଟ୍‌ଠାରୁ ଭିନ୍ନ ।

ତାଙ୍କ ପରଷିବା ଶୈଳୀ ବି ଟିକେ ଭିନ୍ନ । ଥାଳିରେ ଭାତ ଓ ବେଲାରେ ମାଂସ ବାଢ଼ି ପରଷିବା ବେଳେ ପାଟିରେ ପାଣି ଆସିଯାଏ । ସୋମବାରକୁ ଛାଡ଼ି ଅନ୍ୟ ସବୁ ବାରରେ ତାଙ୍କ ଦୋକାନ ଖୋଲା ରହେ । କିଶୋର କହନ୍ତି ୧୨ଟାରୁ ୨ଟା ସମୟ ମଧ୍ୟରେ ପ୍ରତ୍ୟେକ ଦିନ ତାଙ୍କର ପ୍ରାୟ ୫୦କିଲୋ ମାଂସରୁ ପ୍ରସ୍ତୁତ ମଟନ୍‌ ବିକ୍ରି ହୋଇଯାଏ ।

ମାଂସ ସହ ଉଷୁନା ଭାତ ଏବଂ ଦହି କାକୁଡ଼ି ସାଲାଡ୍‌ ମିଲ୍‌ର ୧୦୦ଟଙ୍କା ଥିବା ବେଳେ ଫୁଲ୍‌ ପ୍ଲେଟ୍‌ର ଦାମ ୧୫୦ଟଙ୍କା ରହିଛି । କିଶୋରଙ୍କ ମେଳାପି ସ୍ୱଭାବ ସହ ଖାଦ୍ୟର ସ୍ୱାଦ ନିଆରା ଯୋଗୁ ତାଙ୍କ ହୋଟେଲରେ ଏଇ ଦୁଇ ଘଣ୍ଟା ଆମିଷ ପ୍ରିୟ ଲୋକଙ୍କର ପ୍ରବଳ ଭିଡ଼ ଜମେ । କାହିଁ କେତେ ଆଡ଼ୁ ଲୋକଙ୍କର ଏଠାରେ ସମାଗମ ହୁଏ ।

Leave a Reply

Your email address will not be published. Required fields are marked *