ଯେତେବେଳେ ଅମିତାଭ ବଚନ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ,ମହିଳାମାନେ ଭୋଟ୍ ବଦଳରେ ଦେଇଥିଲେ ୪ ହଜାର ” କିସ୍

୧୦ ମାର୍ଚ୍ଚରେ ଦେଶରେ ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସହିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିଲା ।ଉତ୍ତର ପ୍ରଦେଶ,ମଣିପୁର,ଗୋଆ ଏବଂ ଉତ୍ତରାଖଣ୍ଡ ରେ ଭାରତୀୟ ଜନତା ପାର୍ଟି ପୁଣିଥରେ ସରକାର ବନିଲା । ଏବଂ ପଞ୍ଜାବ ରେ ଆମ୍ ଆଦମୀ ପାର୍ଟି ବିଜୟ ପତାକା ଉଡ଼ାଇଲା ।

କହିରଖୁଛୁ କି ରାଜନୀତି ସହ ହିନ୍ଦୀ ସିନେମାର ବଡ଼ ବଡ଼ କଳାକାରମାନଙ୍କର ମଧ୍ୟ ଗଭୀର ସମ୍ପର୍କ ଅଛି ଅବା ରହିଛି । ‘ସଦି ର ମହାନାୟକ’ ଅମିତାଭ ବଚ୍ଚନଙ୍କର ମଧ୍ୟ ରାଜନୀତି ସହିତ ସମ୍ପର୍କ ରହିଛି । ସେ ଗୋଟିଏ ସମୟରେ ରାଜନେତା ରହିସାରିଛନ୍ତି ତେବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ ମଧ୍ୟ ବଡ଼ ନେତ୍ରୀ ଅଟନ୍ତି । କହିରଖୁଛୁ କି ଜୟା ସମାଜବାଦୀ ପାର୍ଟି ତରଫରୁ ରାଜ୍ୟସଭାର ସଂସଦ ଅଟନ୍ତି । ତେବେ ଏକ ସମୟରେ ଅମିତାଭ ମଧ୍ୟ ନିର୍ବାଚନ ଲଢ଼ିସାରିଛନ୍ତି

ଉଲ୍ଲେଖନୀୟ ବିଷୟ ଏହା କି ଏମିତି ଏକ ସମୟ ଥିଲା ଯେତେବେଳେ ଅମିତାଭ ଏବଂ ତାଙ୍କ ପରିବାରଙ୍କର ଗାନ୍ଧୀ ପରିବାର ସହିତ ଅତ୍ୟନ୍ତ ଦୃଢ ସମ୍ପର୍କ ରହିଥିଲା । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିବା ଇନ୍ଦିରା ଗାନ୍ଧୀ ଅମିତାଭଙ୍କ ପିତାମାତାଙ୍କ ସହ ଭଲ ସମ୍ପର୍କ ରଖିଥିଲେ । ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଅମିତାଭ ବଚ୍ଚନଙ୍କ ସମ୍ପର୍କ ଭଲ ଥିଲା । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା

କହିରଖୁଛୁ କି ୧୯୮୪ମସିହାରେ ଅମିତାଭ ବଚ୍ଚନ କଂଗ୍ରେସ ତରଫରୁ ନିର୍ବାଚନ ଲଢ଼ିଥିଲେ । କୁହାଯାଉଛି କି ଏହା ବିଗ୍ ବି ଗାନ୍ଧୀ ପରିବାରର କହିବା ଦ୍ୱାରା କରିଥିଲେ । ୧୯୮୪ ମସିହାରେ ବିଗ୍ ବି ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ) ରୁ ନିର୍ବାଚନ ଲଢ଼ିଥିଲେ ​​ଏବଂ ରେକର୍ଡ ସଂଖ୍ୟକ ଭୋଟ୍ ସହିତ ବିଜୟୀ ହୋଇଥିଲେ । ସେହି ସମୟ ଅମିତାଭ ବଚ୍ଚନଙ୍କର ଥିଲା । ସେହି ସମୟରେ ଅମିତାଭ ହିନ୍ଦୀ ସିନେମାର ସବୁଠାରୁ ବଡ ତାରକା ଥିଲେ । ଆଜି ବି ସେ ସେମିତି ହିଁ ଅଛନ୍ତି ।

୧୯୮୪ମସିହାରେ ଲୋକସଭା ନିର୍ବାଚନର ଆୟୋଜନ କରାଯାଇ ଥିଲା । ସେତେବେଳେ ଆହ୍ଲାବାଦରୁ କଂଗ୍ରେସ ଅମିତାଭ ବଚ୍ଚନଙ୍କୁ ନିର୍ବାଚନରେ ଛିଡା କରିଥିଲା । ବିଗ୍ ବି ଙ୍କ ସାମ୍ନାରେ ମହାନ ରାଜନେତା ହେମବତୀ ନନ୍ଦନ ବହୁଗୁଣା ଥିଲେ । ଏମିତି ବିଶ୍ୱାସ କରାଯାଉଥିଲା କି ହେମବତୀ ନନ୍ଦନ ବହୁଗୁଣା ବିଗ୍ ବିକୁ ହରେଇଦେବେ । କାରଣ ସେପର୍ଯ୍ୟନ୍ତ ଅମିତାଭଙ୍କ ଛବି କେବଳ ଗୋଟେ ଅଭିନେତାର ଥିଲା ରାଜନେତା ର ନୁହେଁ ।

ନିର୍ବାଚନ ହେଲା ଏବଂ ଆହ୍ଲାବାଦର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଲା ଏବଂ ହେମବତୀ ନନ୍ଦନ ବହୁଗୁଣା ହାରିଯାଇଥିଲେ । ଅମିତାଭ ବଚ୍ଚନ ତାଙ୍କୁ ବହୁତ ପରିମାଣ ଭୋଟ୍ ରେ ହରାଇଥିଲେ । ବିଗ୍ ବି ନିର୍ବାଚନ ୧ଲକ୍ଷ ୮୭ହଜାର ଟି ରେକର୍ଡ ସଂଖ୍ୟକ ଭୋଟ୍ ରେ ଜିତିଥିଲେ । ଏହିପରି କରି ଅମିତାଭ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । କହିରଖୁଛୁ କି ହେମବତୀ ବିଗ୍ ବିଙ୍କ ଠାରୁ ହରିଯିବା ପରେ ରାଜନୀତିରୁ ସନ୍ୟାସ ନେଇଯାଇଥିଲେ । ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ତାପରେ କେବେ ନିର୍ବାଚନ ଲଢ଼ିଲେ ନାହିଁ ।

ବିଗ୍ ବିଙ୍କୁ ମିଳିଥିଲା ୪ହଜାର ‘କିସିଙ୍ଗ ଭୋଟ୍’..

ଅମିତାଭଙ୍କ ପ୍ରତି ମହିଳା ଏବଂ ଯୁବତୀମାନଙ୍କର କ୍ରେଜ୍ ଆଶ୍ଚର୍ଯ୍ୟଜନକ ଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ବିଗ୍ ବି ଙ୍କୁ ୪ହଜାର ‘କିସିଙ୍ଗ ଭୋଟ୍’ ମିଳିଥିଲା । ଅର୍ଥାତ୍ ବିଗ୍ ବି ପାଇଁ ମହିଳା ଭୋଟରମାନେ ୱାଲଟ୍ ପେପରରେ ଷ୍ଟାମ୍ପ୍ ଲଗେଇ ନଥିଲେ ବରଂ ସେମାନେ ଲିପଷ୍ଟିକ୍ ର ଦାଗ ଲଗେଇ ଦେଇଥିଲେ । ସେହି ଭୋଟ୍ ମାନ୍ୟ ନଥିଲା ଏବଂ ୪୦୦୦ ଭୋଟ୍ ବାତିଲ୍ କରାଯାଇଥିଲା । ଯଦି ଏହା ହୋଇନଥାନ୍ତା ତେବେ ଅମିତାଭଙ୍କୁ ଆହୁରି ବଡ଼ ବିଜୟ ମିଳିଥାନ୍ତା ।

ବିଗ୍ ବିଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଫିଲ୍ମ ‘ଝଣ୍ଡ’ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା । ଏଥି ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ‘ରନୱେ ୩୪’, ‘ବ୍ରହ୍ମାସ୍ତ୍ର’, ‘ଗୁଡ଼ ବୟ’, ‘ବଟରଫ୍ଲାଇ’ ଇତ୍ୟାଦି ଅନ୍ତର୍ଭୁକ୍ତ । ଅଜୟ ଦେବଗନ୍ ତାଙ୍କ ସହ ‘ରନୱେ ୩୪’ରେ ନଜର ଆସିବେ, ରଣବୀର କପୁର, ଆଲିଆ ଭଟ୍ଟ,ମୌନି ରୟ ବିଗ୍ ବିଙ୍କ ସହ’ ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।

ତେବେ ‘ଗୁଡ଼ ବୟ’ ରେ ତାଙ୍କ ସହ ଦକ୍ଷିଣ ଭାରତୀୟ ସିନେମା ର ଅତି ପରିଚିତ ଏବଂ ସୁନ୍ଦର ଅଭିନେତ୍ରୀ ରଶ୍ମିକା ମନ୍ଦାନା ନଜର ଆସିବେ ।

Leave a Reply

Your email address will not be published. Required fields are marked *