କେବେ ଖାଇବା ପାଇଁ ମଧ୍ୟ ନଥିଲା ପଇସା,ପାଠପଢ଼ା ମଧ୍ୟ ପୁରା ହୋଇପାରିନଥିଲା, ଗରିବୀ ଦୂର କରିବା ପାଇଁ ଏହିପରି କାମ କରୁଥିଲେ ସାମନ୍ଥା,କିନ୍ତୁ ଆଜି …ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ସାମନ୍ଥା ରୁଥ ପ୍ରଭୁ ହେଉଛନ୍ତି ଦକ୍ଷିଣ ଭାରତର ଚର୍ଚ୍ଚିତ ଆଉ ଲୋକପ୍ରିୟ ଅଭିନେତ୍ରୀ । ଏଥିସହିତ ସେ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ଏହି ସୁନ୍ଦର ଅଭିନେତ୍ରୀ ଏବେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ହେଡଲାଇନର ଅଂଶ ବନିଯାଇଛନ୍ତି ।ଏହି କଥା ସମସ୍ତେ ଜାଣନ୍ତି କି ତାଙ୍କର ଛାଡପତ୍ର ହୋଇସାରିଛି ।

ସାମନ୍ଥା ଗତ ବର୍ଷ ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ନେଇଥିଲେ । ଛାଡପତ୍ର ନେଇ ଉଭୟ କଳାକାର ନିଜ ନିଜ ରାସ୍ତା ଅଲଗା କରିଦେଇଥିଲେ । ଏମିତିରେ ବି ବର୍ତ୍ତମାନ ଦୁହେଁ ନିଜ ନିଜ ଜୀବନରେ ବହୁତ ଆଗକୁ ବଢ଼ିସାରିଛନ୍ତି । ଦୁହେଁ ନିଜ କାମରେ ବ୍ୟସ୍ତ ଅଛନ୍ତି । ନିକଟରେ ସାମନ୍ଥା ନାଗା ଏବଂ ତାଙ୍କ ପରିବାରକୁ ବିବାହର ଶାଢ଼ୀ ଫେରେଇବା କଥା ପାଇଁ ହେଡ଼ଲାଇନ ରେ ଆସିଥିଲେ ।

କହିରଖୁଛୁ କି ନାଗା ଏବଂ ସାମନ୍ଥା ବିବାହ ପୁରରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ । କିଛି ସମୟର ଡେଟିଙ୍ଗ ପରେ ଉଭୟ କଳାକାର ବିବାହ ବନ୍ଧନରେ ବାନ୍ଧିହେବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୭ମସିହାରେ ଦୁହିଁଙ୍କର ବିବାହ ଗୋଆରେ ଧୁମଧାମର ସହ ସଂପନ୍ନ ହୋଇଥିଲା । ଦୁହିଁଙ୍କ ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହୋଇଥିଲା ।

ବିବାହ ପରେ ନାଗା ଏବଂ ସାମନ୍ଥାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା । ଦୁହିଁଙ୍କ ଯୋଡି ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ବହୁତ ଲୋକପ୍ରିୟ ହେଲା ତେବେ ଗତ ବର୍ଷ ଅକ୍ଟୋବର ମାସରେ ଦୁହିଁଙ୍କର ଛାଡପତ୍ରର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଦୁହେଁ ଅକ୍ଟୋବର ୨୦୨୧ ରେ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ଛାଡପତ୍ରର କଥା ଘୋଷଣା କରିଥିଲେ ।

ଛାଡପତ୍ରର ପ୍ରାୟ ପାଞ୍ଚ ମାସ ପରେ ସାମନ୍ଥା ଏବେ ସେ ଶାଢ଼ୀ ବି ଫେରେଇ ଦେଇଛନ୍ତି ଯେଉଁ ଶାଢ଼ୀ ସେ ତାଙ୍କ ବିବାହରେ ପିନ୍ଧିଥିଲେ । ସେହି ଶାଢ଼ୀ ନାଗାଙ୍କ ଜେଜେମାଙ୍କ ସହିତ ଜଡିତ ଥିଲା । ଉଲ୍ଲେଖନୀୟ ଏହା କି ଆଜି ପୁରା ଦେଶରେ ସାମନ୍ଥା ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ସେ ଏକ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ତେବେ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ତାଙ୍କ ଦିନ ଦାରିଦ୍ରରେ ବିତୁଥିଲା । ଏପରିକି ତାଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନଥିଲା ।

୩୪ବର୍ଷୀୟ ସାମନ୍ଥାଙ୍କ ଜନ୍ମ ୨୮ ଏପ୍ରିଲ୍ ୧୯୮୭ କୁ ତାମିଲନାଡୁ ର ରାଜଧାନୀ ଚେନ୍ନାଇ ରେ ହୋଇଥିଲା । ସେ ଏକ ମଧ୍ୟବିତ୍ତ ପରିବାରର ଥିଲେ । ତାଙ୍କୁ ଆରମ୍ଭରୁ ହିଁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ତାଙ୍କ ପାଖରେ ଦ୍ଵାଦଶ ଶ୍ରେଣୀରୁ ଆଗକୁ ପଢିବା ପାଇଁ ମଧ୍ୟ ପଇସା ନଥିଲା । ପ୍ରାରମ୍ଭରେ ସେ ପଇସା ପାଇଁ ମଡେଲିଂ କରୁଥିଲେ

ସାମନ୍ଥାଙ୍କ ଫିଲ୍ମ କ୍ୟାରିଅର ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ଏହି ସମୟରେ ତାଙ୍କର ପ୍ରଥମ ଫିଲ୍ମ ‘Ye Maaya Chesave’ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସାମନ୍ଥା ତାଙ୍କ ୧୨ବର୍ଷର ଫିଲ୍ମ କ୍ୟାରିୟରରେ ପ୍ରାୟ ୬୫ ଟି ଫିଲ୍ମରେ କାମ କରି ସାରିଛନ୍ତି । ଏହି ସମୟ ମଧ୍ୟରେ ସେ ଭଲ ନାମ ଅର୍ଜନ କରିବା ସହିତ ଅନେକ ଧନ ସମ୍ପତ୍ତି ମଧ୍ୟ ବନେଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ପ୍ରାୟ 8
୮୦ କୋଟି ମୂଲ୍ୟ ସମ୍ପତ୍ତିର ମାଲିକାଣୀ ଅଟନ୍ତି ।

ସାମନ୍ଥାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ରେ ଦେଖିବାକୁ ମିଳିଥିଲା । ସେ ଏହି ଫିଲ୍ମ ରେ କେବଳ ‘Oo Antava Oo Oo Antava’ଗୀତରେ ଡ୍ୟାନ୍ସ କରିଥିଲେ ତାଙ୍କ ଡ୍ୟାନ୍ସକୁ ବହୁତ ପସନ୍ଦ କରାଯାଇଥିଲା । ମାତ୍ର ଗୋଟିଏ ଆଇଟମ୍ ନମ୍ବର ପାଇଁ ତାଙ୍କୁ ୫କୋଟି ଟଙ୍କାର ପ୍ରଚୁର ଫିସ୍ ମିଳିଥିଲା ।

କହିରଖୁଛୁ କି ନିକଟରେ ସାମନ୍ଥାଙ୍କୁ ୱେବସିରିଜ ‘ ଫ୍ୟାମିଲି ମ୍ୟାନ୍ ୨’ ରେ ମଧ୍ୟ ଦେଖାଯାଇଥିଲା । ସେ ତାମିଲ୍ ବିଦ୍ରୋହର ଭୂମିକାରେ ଦମଦାର ଲୁକ୍ ରେ ଦେଖିବାକୁ ମିଳିଥିଲେ ।

Leave a Reply

Your email address will not be published. Required fields are marked *