ଭାରତର TOP 10 ଧନୀ କ୍ରିକେଟ୍ ଖେଳାଳି

ଆମେ ଜାଣୁ ଯେ ଭାରତୀୟ କ୍ରିକେଟରମାନେ ବିପୁଳ ପରିମାଣର ଟଙ୍କା ରୋଜଗାର କରନ୍ତି ଏବଂ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଏବଂ ଅନ୍ୟମାନେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଟିମ୍ ଇଣ୍ଡିଆର ଏମିତି କିଛି ନାମିଦାମୀ ଖେଳାଳି ଅଛନ୍ତି ଯାହାଙ୍କ ଘର, ଗାଡି ଦେଖିଲେ ଆପଣମାନଙ୍କର ହୋସ ଉଡିଯିବ । ଇଣ୍ଡିଆର କ୍ରିକେଟ୍ ଟିମ୍ ରେ ପାଦ ଦେଉ ଦେଉ ହିଁ ପଇସାର ବର୍ଷା ହେବାକୁ ଲାଗିଥାଏ । ବିସିସିଆଇ ତରଫରୁ ମିଳୁଥିବା ଦରମାକୁ ଛାଡି ଆଇପିଏଲ ଏବଂ ବ୍ରାଣ୍ଡ ଆମ୍ବାସଡର ରୁ ମଧ୍ୟ କ୍ରିକେଟର ମୋଟ ଅଙ୍କର ଟଙ୍କା ନେଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ଆମ ଇଣ୍ଡିଆ ର ୧୦ ଜଣ ସବୁଠାରୁ ଧନୀ କ୍ରିକେଟ ଖେଳାଳି ମାନଙ୍କ ବିଷୟରେ ।

ନମ୍ବର ୧୦ ଅର୍ଥାତ୍ ସବୁଠାରୁ ଶେଷରେ ଅଛନ୍ତି ଗୌତମ ଗମ୍ଭୀର । ୨୦୦୭ ଟି-୨୦ ୱାର୍ଲ୍ଡ କପ୍ ଆଉ ୨୦୧୧ ରେ ଇଣ୍ଡିଆକୁ ଚମ୍ପିୟାନ ବନେଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଗୌତମ ଗମ୍ଭୀର । କ୍ରିକେଟ ଖେଳରୁ ଅବସର ନେଇ ସେ ରାଜନୀତି ରେ ଆସି ସାରିଛନ୍ତି । କିନ୍ତୁ କ୍ରିକେଟ ରୁ ତାଙ୍କ ସମ୍ପର୍କ ତୁଟିନି । ସେ କମେଣ୍ଟଟେଟର ରୂପରେ ଆଜି ମଧ୍ୟ କ୍ରିକେଟର ଅଂଶୀଦାର ଅଛନ୍ତି । ତେବେ ଗମ୍ଭୀରଙ୍କ ସମ୍ପତି ଆନୁମାନିକ ୧୪୭ କୋଟି ।

୯ ନମ୍ବର ରେ ଅଛନ୍ତି ରୋହିତ ଶର୍ମା । ବିସିସିଆଇ ତରଫରୁ ରୋହିତଙ୍କୁ ଏ ପ୍ଲସ କନ୍ଟ୍ରା କ୍ଟ ମିଳିଛି ଯାହାଫଳରେ ତାଙ୍କୁ ଗୋଟେ ବର୍ଷରେ ୭ କୋଟି ଟଙ୍କା ମିଳେ । ତାକୁ ଛାଡ଼ିକି ପ୍ରତି ଟେଷ୍ଟ ମ୍ୟାଚରେ ୧୫ ଲକ୍ଷ ଟଙ୍କା ଆଉ ପ୍ରତି ଓଡିଆଇ ୬ ଲକ୍ଷ ଟଙ୍କା ଆଉ ପ୍ରତି ଟି-୨୦ ୩ ଲକ୍ଷ ଟଙ୍କା ମିଳିଥାଏ । ଆଉ ମୁମ୍ବାଇ ଇଣ୍ଡିଆନ ତରଫରୁ ପ୍ରତି ସିଜନ୍ ୧୫ କୋଟି ଟଙ୍କା ମିଳିଥାଏ । ଏସବୁ ମିଶାଇ ରୋହିତଙ୍କ ସମ୍ପୂର୍ଣ ସମ୍ପତ୍ତିର ମୂଲ୍ୟ ହେବ ଆନୁମାନିକ ୧୬୯ କୋଟି ।

୮ ନମ୍ବର ସ୍ଥାନରେ ଅଛନ୍ତି ରାହୁଲ ଦ୍ରାବିଡ । ଟିମ୍ ଇଣ୍ଡିଆର ମଜବୁତ୍ କାନ୍ଥ କୁହା ଯାଉଥିବା ରାହୁଲ ନିଜର ୧୬ ବର୍ଷର କ୍ରିକେଟ କ୍ୟାରିଅର ରେ ବହୁତ ରେକର୍ଡ ନିଜ ନାମରେ କରିଛନ୍ତି । ଧନୀକ ଇଣ୍ଡିଆ କ୍ରିକେଟ୍ ଖେଳାଳି ମାନଙ୍କ ମଧ୍ୟରେ ରାହୁଲ ଙ୍କ ପୂରା ସମ୍ପତି ୧୭୨ କୋଟି ଟଙ୍କା ଅଟେ । ଖେଳରୁ ଦୁରେଇଲା ପରେ ଆଜି ମଧ୍ୟ ଦ୍ରାବିଡ ବହୁତ ମହତ୍ୱପୂର୍ଣ୍ଣ କାମ ନିଭାଉଛନ୍ତି । ତେବେ ଦ୍ରାବିଡ ଙ୍କ ଉପାର୍ଜନ ବଡ଼ ଜରିଆ ହେଉଛି କୋଚିଂ ଆଉ ବ୍ରାଣ୍ଡ ରୁ ମିଳିଥାଏ ।

୭ ନମ୍ବର ରେ ଅଛନ୍ତି ରାଇନା । ତାଙ୍କର ସମ୍ପୂର୍ଣ ସମ୍ପତ୍ତିର ମୂଲ୍ୟ ହେବ ୧୧୦ କୋଟି ଟଙ୍କା । ଗୋଟିଏ ବର୍ଷର ଉପାର୍ଜନ ୨୨ କୋଟି ଟଙ୍କା । ଯେଉଁଥିରୁ ୧୧ କୋଟି ଟଙ୍କା କେବଳ ସି-ଏସ୍-କେ ତରଫରୁ ମିଳିଥାଏ ।

୬ ନମ୍ବର ରେ ଅଛନ୍ତି ଯୁବରାଜ ସିଂହ । ସିକସର୍ କିଙ୍ଗ ୟୁବରାଜ ନିଜ ସମୟରେ ଟିମ୍ ଇଣ୍ଡିଆର ଜୀବନ ଥିଲେ । କାରଣ ସେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ କରାଉଥିଲେ । ତେବେ ଯୁବରାଜ ସିଂହ ଙ୍କ ସମ୍ପୂର୍ଣ ସମ୍ପତି ମୂଲ୍ୟ ୨୫୫ କୋଟି ହେବ । ଆଇପିଏଲ ରୁ ୮୪ କୋଟି ଟଙ୍କା ପାଇଥାନ୍ତି । ବର୍ତମାନ ମେନ୍ ସୋର୍ସ ଇନଭେଷ୍ଟମେନ୍ଟ ।

୫ ନମ୍ୱରରେ ଅଛନ୍ତି ଭିରେନ୍ଦ୍ର ସେହେଵାଗ । କ୍ରିକେଟ୍ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସେହେଵାଗ ଙ୍କ ପୂରା ସମ୍ପତି ମୂଲ୍ୟ ୨୮୬ କୋଟି ଟଙ୍କା ଅଟେ । ତାଙ୍କର ଇନକମ୍ ସୋର୍ସ ଟିଭି କମେନ୍ଟରି ଆଉ କୋଚିଂ ଅଟେ ।

୪ ନମ୍ବର ରେ ଅଛନ୍ତି ସୌରଭ ଗାଙ୍ଗୁଲି । ବେଙ୍ଗଲର ରାଜ କୁମାର ସୌରଭ ଗାଙ୍ଗୁଲି ମଧ୍ୟ ପଇସା ଇନକମ୍ ରେ ରାଜା ହିଁ ଅଟନ୍ତି । ଦାଦା ନାମରେ ପରିଚିତ ସୌରଭ ଙ୍କ ପୂରା ସମ୍ପତ୍ତିର ମୂଲ୍ୟ ୩୬୫ କୋଟି ଟଙ୍କା । ବର୍ତମାନ ଗାଙ୍ଗୁଲି ବିସିସିଆଇ ପ୍ରେସିଡେଣ୍ଟ ଅଟନ୍ତି ।

୩ ନମ୍ବର ସ୍ଥାନରେ ଅଛନ୍ତି ବିରାଟ କୋହଲି । ବର୍ତମାନ ସମୟରେ ବିରାଟ ପୂରା ଦୁନିଆରେ ସବୁଠାରୁ ବେଶୀ କମାଉଥିବା କ୍ରିକେଟର ଅଟନ୍ତି । ଧନୀକ ଶ୍ରେଣୀୟ କ୍ରିକେଟ୍ ଖେଳାଳିଙ୍କ ଲିଷ୍ଟ୍ ରେ ସେ ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ସମ୍ପୂର୍ଣ ସମ୍ପତ୍ତିର ମୂଲ୍ୟ ୭୭୦ କୋଟି ଟଙ୍କା ଅଟେ

୨ୟ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂ ଧୋନି । ଇଣ୍ଡିଆକୁ ସବୁ ବେଳେ ଟ୍ରଫି ଜିତାଉଥିବା ଧୋନିଙ୍କ ସମ୍ପୂର୍ଣ ସମ୍ପତ୍ତିର ମୂଲ୍ୟ ହେଲା ୭୮୫ କୋଟି ଟଙ୍କା । ଧୋନିଙ୍କ ନିଜର ବହୁତ ଗୁଡ଼ିଏ ବିଜନେସ ମଧ୍ୟ ଅଛି ।

ତେବେ ୧ମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହା ଯାଉଥିବା ସଚିନ ଭାରତର ସବୁଠାରୁ ଧନୀ କ୍ରିକେଟର ହୋଇଥିବା ସହିତ ଦୁନିଆର ମଧ୍ୟ ସବୁଠାରୁ ଧନୀ କ୍ରିକେଟର ଅଟନ୍ତି । ସଚିନ ଙ୍କ ସମ୍ପୂର୍ଣ ସମ୍ପତି ଆନୁମାନିକ ଭାବରେ ୧୧୦୦ କୋଟି ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *