ସ୍ବାମୀ ଆଖିରେ ପଶ୍ଚାତାପର ଲୁହ ! ଫେରିଆସ ନିରୁପମା… ମତେ କ୍ଷମା କରିଦିଅ.. ଆଉ କେତେ ରାଗିବ ?

ରାଗ ମଣିଷର ସବୁଠୁ ବଡ଼ ଶତ୍ରୁ ବୋଲି କୁହାଯାଏ। ସତରେ ରାଗରେ ଥିବାବେଳେ ମଣିଷ କଣ କରେ ସେ ଜାଣିପାରେ ନାହିଁ। କେତେବେଳେ କାହା ଜୀବନ ନିଏ ତ ଆଉ କେତେବେଳେ କାହାକୁ ସମ୍ପର୍କ ଭାଙ୍ଗିବାକୁ ବାଧ୍ୟ କରିଦିଏ। ମଣିଷ ରାଗରେ ଥିବାବେଳେ ନିଜର ଲୋକୋକୁ ବି ଭୁଲିଯାଏ ।ଯାହାକୁ ସବୁଠୁ ଅଧିକା ଭଲ ପାଉଥାଉ ତାକୁ ହିଁ ମାରିବାକୁ ମଧ୍ୟ ପଛାନ୍ତି ନାହିଁ ।

ସେହିଭଳି ଏକ ଘଟଣା ଘଟିଛି ଆମ ରାଜଧାନୀ ଭୁବନେଶ୍ୱରର ସହରରେ ବେହେରା ବସ୍ତିରେ 40 ବର୍ଷ ହେବ ସାଥିରେ ରହିଥିବା ଏକ ଦମ୍ପତିଙ୍କ ଭିତରେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ପାରିବାରିକ ସମସ୍ୟା ପାଇଁ ଉପୁଜିଥିଲା ଝଗଡ଼ା। ଆଉ ତାହା ଥିରେ ଥୀରେ ସେହି ଝଗଡା ବଡି ଆଉ ପାଟିରୁ ବାହାରି ଯାଇଥିଲା କିଛି ଏମିତି କଥା ଯାହା ସ୍ତ୍ରୀ ନିରୁପମାକୁ ଘର ଝାଡି ଯିବାକୁ ବାଧ୍ୟ କରିଥିଲା ।

ହେଲେ ସ୍ତ୍ରୀ ଯିବା ପରେ ଭୋଭ ହୋଇ କାନ୍ଦୁଛନ୍ତି ସ୍ବାମୀ । ଆଉ ନେହୁରା ହେଇ କହିଛନ୍ତି କି ଫେରି ଆସ ତୁମେ । ତୁମ ଦୁହିଁଙ୍କ ବିନା ମୁ ବଞ୍ଚି ପାରିବି ନାହିଁ। କାନ୍ଦି କାନ୍ଦି ପୁଅ ଓ ସ୍ତ୍ରୀକୁ ଝୁରୁଛନ୍ତି । ଆଉ କହିଛନ୍ତି ଚାଲି ତ ଗଲ ହେଲେ ବିଷ କାହିକି ମୋତେ ଦେଇ ଗୋଲାନି କୁହ । ଫଟୋ ଧରି ଗେହ୍ଲା କରୁଛନ୍ତି ପୁଅକୁ ହେଲେ ଖାଜି ଖୋଜି ବେହଲ ହେଲେଣି ରଶ୍ମିରଞ୍ଜନ ନିରୁପମା ଗଲାପରେ ଶଶୁର ଘରେ ଯାଇ ପଚାରିଥିଲେ ରଶ୍ମି ରଂଜନ ହେଲେ ସେମିତି କିଛି ଉତ୍ତର ମିଳି ନଥିଲା ତାଙ୍କୁ । ପଇସା କାରବାରକୁ ନେଇ ଉପୁଜିଥିଲା ଦୁହିଙ୍କ ମଧ୍ୟରେ ଝଗଡା ଆଉ ତାହା ଧୀରେ ଧୀରେ ବଢ଼ିଯାଇ ଏପରି ଜାଗାରେ ପହଁଚି ଥିଲା ଝଗଡା।

Leave a Reply

Your email address will not be published. Required fields are marked *