‘ଜୀବନ ଥିବା ପର୍ଯ୍ୟନ୍ତ ପୋଷା ଜୀବ ଜନ୍ତୁଙ୍କ ଯତ୍ନ ନେଉଥିବି’

କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ।

ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ । ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ତେବେ ଏଥିପାଇଁ ୟୁକ୍ରେନ ରେ ରହୁଥିବା ଭାରତୀୟ ଫେରୁଛନ୍ତି ଭାରତ କୁ । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଚି ।

ପ୍ରକୃତରେ ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ସେହିପରି ଜଣେ ଭାରତୀୟ ରହିଯାଇଛନ୍ତି ୟୁକ୍ରେନ ରେ । ଏହି ଯୁଦ୍ଧ ସମୟରେ ମଧ୍ୟ ସେ ଆସିପରିନାହାନ୍ତି । କାରଣ ସେ ସେଠାରେ କିଛି ଜନ୍ତୁ ଙ୍କୁ ପାଳିଛନ୍ତି ।

ଡାକ୍ତର କୁମାର ବନ୍ଦୀ ଜଣେ ଭାରତୀୟ । ୟୁକ୍ରେନ ରେ ସେ ଏକ କଲରାପତରିଆ ବାଘ ସହିତ ଦୁଇଟି ବ୍ଲାକ ପାନ୍ଥର ଙ୍କୁ ପାଳିଛନ୍ତି । ସେମାନଙ୍କୁ ପାଳିବା ପାଇଁ ସେଠାକାର ଲାଇସେନ୍ସ ମଧ୍ୟ ମିଳିଛି । କିନ୍ତୁ ଯେହେତୁ ସେମାନଙ୍କୁ ସେଇ ହେଲିକପ୍ଟର ରେ ଆସି ହେବନାହିଁ , ସେ ସେଥିପାଇଁ ଆସିନାହାନ୍ତି ଭାରତ କୁ । ସେ ଚାଲି ଆସିଲେ ଏହି ପାଳିତ ପଶୁ ମାନେ ମରିଯିବେ ।

ତେବେ ଅନେକ ଭାରତୀୟ ୟୁକ୍ରେନ ବାସୀ ଙ୍କୁ ସେ ସେଠାକାର ସୀମା ରେ ପହଞ୍ଚାଇଦେଇଛନ୍ତି ମଧ୍ୟ । କିନ୍ତୁ ଏହି ପଶୁ ମାନଙ୍କୁ ଛାଡ଼ି ସେ ଆସିପରିନହନ୍ତି । ଯାହା ଫଳରେ ସେ ସେଠାରେ ରହି ଯୁଦ୍ଧ ଶେଷ ହେବାକୁ ଅପେକ୍ଷା କରିଛନ୍ତି । ତେବେ ବ୍ଲାକ ପାନ୍ଥାର ଏକ ଲୁପ୍ତପ୍ରାୟ ଜାତି । ତେଣୁ ସେମାନଙ୍କ ବଂଶ ବିସ୍ତାର ପାଇଁ ଡାକ୍ତର କୁମାର ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *