ବିବାହ ପରେ ଝିଅମାନେ ଭୁଲରେ ମଧ୍ୟ ଏମିତି ଭୁଲ କରନ୍ତୁ ନାହିଁ, ନଚେତ ଆପଣଙ୍କର ସମ୍ପର୍କ ଖରାପ ହୋଇଯିବ

ବିବାହ ପରେ ପରେ ମହିଳାମାନଙ୍କ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ। ବେଳେବେଳେ ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ଏମାନଙ୍କ ଦ୍ୱାରା ଏମିତି କିଛି ଛୋଟମୋଟ ଭୁଲ ଆଦି ହୋଇଯାଏ, ଯାହାକି ପରେ ବହୁତ ବଡ ଆକାର ଭୁଲ ହୋଇଯାଏ। ଏହି କାରଣରୁ ବୈବାହିକ ଜୀବନ ଅତ୍ୟନ୍ତ ଖରାପ ହୋଇଯାଏ।

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ, କାରଣ ଏହାପରେ ଲୋକମାନଙ୍କ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ। ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଇ ଗତି କରିବା ପାଇଁ ପଡିଥାଏ। ଏହି ପରିବର୍ତ୍ତନ ସେମାନଙ୍କ ପାଇଁ ବହୁତ ଚାଲେଞ୍ଜିଙ୍ଗ ମଧ୍ୟ ହୋଇଥାଏ।

ନିଜର ଘରଦ୍ୱାରକୁ ଛାଡି ଏକ ନୂଆ ପରିବାର ମଧ୍ୟରେ ରହି ନୂଆ ଲୋକମାନଙ୍କ ସହିତ ନୂଆ ଦାୟିତ୍ୱ ତୁଲାଇବାକୁ ପଡିଥାଏ। ସମସ୍ତପ୍ରକାର ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ଝିଅମାନଙ୍କ ଦ୍ୱାରା ଏମିତି ଛୋଟମୋଟ ଭୁଲ ହୋଇଯାଇଥାଏ, ଯାହାକି ପରେ ଏକ ବଡ ରୂପ ନେଇଥାଏ। ଯଦି ଏହା ଉପରେ ଧ୍ୟାନ ଦିଆ ନ ଯାଏ ତେବେ ଏହି ଭୁଲ ପାଇଁ ବୈବାହିକ ଜୀବନ ମଧ୍ୟ ଖରାପ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଏହି ଭୁଲଗୁଡିକ ସବୁ କଣ?

ବାପ ଘରେ ପ୍ରତ୍ୟକ କଥା ଜଣାଇବା:-

ବିବାହ ପରେ ଶାଶୁଘର ପ୍ରତି ମହିଳାମାନଙ୍କର ଦାୟିତ୍ୱ ବଢ଼ିଯାଇଥାଏ। ଶାଶୁ ଘରର ପ୍ରତ୍ୟକ ଛୋଟମୋଟ କଥା ବାପଘରେ ସେୟାର କରିବା ଆଦୌ ଠିକ କଥା ନୁହେଁ। ଏହା ଦ୍ୱାରା କେବଳ ଶାଶୁ ଶଶୁର ନୁହନ୍ତି ବରଂ ସ୍ୱାମୀଙ୍କ ସହ ମଧ୍ୟ ସମ୍ପର୍କରେ ଖରାପ ପ୍ରଭାବ ପକାଇଥାଏ। ଆପଣଙ୍କୁ ସତର୍କତାର ସହ ଏହାକୁ ଠିକ କରିବାକୁ ପଡିବ। କେଉଁ କଥା ବାପ ଘରେ କହିବେ କେଉଁ କଥା କହିବେ ନାହିଁ।

ପୁରୁଣା ଜୀବନ ଶୈଳୀରେ ପରିବର୍ତ୍ତନ ନ ଆଣିବା:-

ଆପଣ ୱାର୍କିଂ ମହିଳା ହୁଅନ୍ତୁ ବା ନ ହୁଅନ୍ତୁ କିନ୍ତୁ ବିବାହ ପରେ ଆପଣଙ୍କର ପୁରୁଣା ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ସବୁ ଆଣିବାକୁ ପଡିଥାଏ। ବିବାହ ପରେ ନୂଆ ଘରର ସଦସ୍ୟମାନଙ୍କ ସହ ତାଳମେଳ ରଖିବାକୁ ହେଲେ ଆପଣଙ୍କୁ ନିଜର ପୁରୁଣା ରୁଟିନରେ କିଛି ମାତ୍ରାରେ ପରିବର୍ତ୍ତନ ଆଣିବାକୁ ହୋଇଥାଏ। ନୂଆ ଏବଂ ପୁରୁଣା ଜୀବନ ଶୈଳୀରେ ସନ୍ତୁଳନ ରଖିବା ପାଇଁ ଆପଣଙ୍କର ବୁଦ୍ଧି ହିଁ କାମ ଦେଇଥାଏ

ବ୍ୟକ୍ତିଗତ ସମୟକୁ ନ ବାଣ୍ଟିବା:-

ବିବାହ ପରେ ଆପଣଙ୍କୁ ନିଜର ବ୍ୟକ୍ତିଗତ ସମୟରୁ କିଛି ସମୟ ବାହାର କରି ନିଜର ସ୍ୱାମୀଙ୍କର ତଥା ଘରର ଅନ୍ୟ ସଦସ୍ୟଙ୍କ ସହ ବାଣ୍ଟିବାକୁ ପଡିଥାଏ। ନିଜ ସମୟର ଏକ ନିର୍ଦ୍ଧଷ୍ଟ ସୀମାରେଖା ଟାଣିବାକୁ ପଡିଥାଏ ଯାହାକି ପୁର୍ବ ଅପେକ୍ଷା କମ ହୋଇଥାଏ ଏବଂ ଆପଣଙ୍କୁ ତାହା ଖୁସି ଖୁସି ଗ୍ରହଣ କରିବାକୁ ପଡିଥାଏ।

ସ୍ୱାମୀଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା:-

ପ୍ରାୟତଃ ମହିଳାମାନେ ଭୁଲି ଯାନ୍ତି ଯେ ତାଙ୍କ ସ୍ୱାମୀ ମଧ୍ୟ କାହାର ପୁଅ। ଆପଣ ନିଜର ସବୁକିଛି ଛାଡି ଚାଲି ଆସିଥିଲେ ମଧ୍ୟ ଏହା ଭୁଲିଯିବା ଠିକ ନୁହେଁକି ଆପଣଙ୍କର ସ୍ୱାମୀ ପ୍ରଥମରୁ କାହାର ପୁଅ ଅଟନ୍ତି। ସେ ସବୁକିଛି କେବଳ ଆପଣମାନଙ୍କ ପାଇଁ ଆପଣମାନଙ୍କ ପସନ୍ଦ ଅନୁସାରେ ହିଁ କରିବେ, ଏ ଭରସା ରଖିବା ଆଦୌ ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *