ହିନ୍ଦୀ ସିନେମାରେ ଏପରି ଅନେକ କଳାକାର ଅଛନ୍ତି ଯାହାଙ୍କୁ ସେମାନଙ୍କର ପ୍ରଥମ ଚଳଚ୍ଚିତ୍ରରୁ ହିଁ ବଡ଼ ପରିଚୟ ମିଳିଯାଇଛି ।ତାଙ୍କର ପ୍ରଥମ ଚଳଚ୍ଚିତ୍ର ହିଁ ହିଟ୍ ହୋଇଥିଲା ଏବଂ ସେ ହିନ୍ଦୀ ସିନେମାରେ ବହୁତ ଲୋକପ୍ରିୟ ହୋଇ ଯାଇଥିଲେ । ଏହିପରି କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ନାମ ମଧ୍ୟ ନିଆଯାଏ । ଭାଗ୍ୟଶ୍ରୀ ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।
କହିରଖୁଚୁ କି ଭାଗ୍ୟଶ୍ରୀ ୧୯୮୯ମସିହାରେ ହିନ୍ଦୀ ସିନେମାରେ ତାଙ୍କ ପାଦ ରଖିଥିଲେ । ଏହି ସମୟରେ ତାଙ୍କର ପ୍ରଥମ ଫିଲ୍ମ “ମୈନେ ପ୍ୟାର କିୟା’ ପ୍ରଦର୍ଶିତ ହୋଇଥିଲା । ଏହି ଫିଲ୍ମ ରେ ମୁଖ୍ୟ ଅଭିନେତା ଭାଗ୍ୟଶ୍ରୀଙ୍କ ସହ ସଲମାନ ଖାନ ମଧ୍ୟ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ବ କରିଥିଲେ । ଭାଗ୍ୟଶ୍ରୀଙ୍କ ଏହି ଫିଲ୍ମ ହିଟ ହୋଇଥିଲା ଆଉ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା ।
ପ୍ରଥମ ଫିଲ୍ମ ହିଟ୍ ଦେବା ପରେ ଭାଗ୍ୟଶ୍ରୀଙ୍କର ଖୁବ ଚର୍ଚ୍ଚା ହୋଇଥିଲା କିନ୍ତୁ ଏହି ମଧ୍ୟରେ ସେ କମ୍ ବୟସରେ ହିଁ ବିବାହ କରିଦେଇ ଥିଲେ ଆଉ ସେ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ । ଯଦିଓ ଫିଲ୍ମ ଦୁନିଆରେ ଭାଗ୍ୟଶ୍ରୀ ଜଡିତ ରହିଥିଲେ । ସେ ଏବେ ମଧ୍ୟ ଫିଲ୍ମ ରେ କାମ କରୁଛନ୍ତି । ବର୍ତ୍ତମାନ ସେ ବ୍ଲକବଷ୍ଟର୍ ଫିଲ୍ମ “ବାହୁବଳୀ” ରୁ ଲୋକପ୍ରିୟ ହେଲେ ଆଉ ଜଣାଶୁଣା ଅଭିନେତା ପ୍ରଭାସଙ୍କ ସହ ସେ କାମ କାମ କରୁଛନ୍ତି
ଆପଣଙ୍କୁ ସୂଚନା ଦେବା ପାଇଁ କହିରଖୁଛୁ କି ପ୍ରଭାସଙ୍କ ଆଗାମୀ ଫିଲ୍ମ “ରାଧେଶ୍ୟାମ”କୁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ଭାଗ୍ୟଶ୍ରୀ ପ୍ରଭାସଙ୍କ ମାଙ୍କ ଭୂମିକା ରେ ଦେଖିବାକୁ ମିଳିବେ । ଯଦିଓ ଭାଗ୍ୟଶ୍ରୀ ୫୩ବର୍ଷ ବୟସରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଭାଗ୍ୟଶ୍ରୀ ନିଜ ସୌନ୍ଦର୍ଯ୍ୟ ଆଉ ଫିଟ୍-ନେସ୍ ଦ୍ୱାରା ଏବେ ବି ଫ୍ୟାନ୍ସଙ୍କ ହୃଦୟ ଚୋରି କରିନିଅନ୍ତି । ୨୩ଫେବ୍ରୁଆରୀ ୧୯୬୯ ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମ ହୋଇଥିବା ଭାଗ୍ୟଶ୍ରୀ ବୃଦ୍ଧାଅବସ୍ଥାରେ ଆସି ପହଞ୍ଚିଛନ୍ତି କିନ୍ତୁ ତଥାପି ବି ବୟସର ଷାଠିଏ ଦଶକରେ ମଧ୍ୟ ସେ ନିଜକୁ ୟଙ୍ଗ ବନେଇ ରଖିଛନ୍ତି ।
ଭାଗ୍ୟଶ୍ରୀ ତାଙ୍କ ହାଟ୍ ଆଉ ବୋଲ୍ଡ ଷ୍ଟାଇଲ୍ ଆଉ ସୁନ୍ଦର ଫିଗର୍ ଦ୍ୱାରା ଆଜି ବି ଅଭିନେତ୍ରୀମାନଙ୍କୁ ମଧ୍ୟ କଡା ଟକ୍କର ଦେଉଛନ୍ତି ।ସେ ସୋସିଆଲ୍ ମିଡିଆରେ ମଧ୍ୟ ସକ୍ରିୟ ରହିଥାନ୍ତି ଆଉ ଅନେକ ଥର ସେ ଫ୍ୟାନ୍ସଙ୍କ ସହ ତାଙ୍କ ବିକିନି ଫୋଟୋଗୁଡିକୁ ମଧ୍ୟ ସେୟାର କରିଛନ୍ତି ।
ଇଂଷ୍ଟାରେ ଭାଗ୍ୟଶ୍ରୀଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଫୋଲୋ କରିଥାନ୍ତି । ତାଙ୍କ ଇଂଷ୍ଟା ଫୋଲୋଅରଙ୍କ ସଂଖ୍ୟା ୧୧ଲକ୍ଷ (୧୧ମିଳିଅନ) ଠୁ ମଧ୍ୟ ଅଧିକ ଅଛି । ସେ ଇଂଷ୍ଟାରେ ଏବେଯାଏଁ ୧୯୦୮ଟି ପୋଷ୍ଟ ସେୟାର କରିସାରିଛନ୍ତି ।
ଛୋଟ ପରଦାରେ ମଧ୍ୟ ନଜର ଆସୁଛନ୍ତି ଭାଗ୍ୟଶ୍ରୀ
ବର୍ତ୍ତମାନ ଭାଗ୍ୟଶ୍ରୀ ଛୋଟ ପରଦାରେ ମଧ୍ୟ ନଜର ଆସୁଛନ୍ତି । ସେ ଏବେ ଏବେ ଆରମ୍ଭ ହୋଇଥିବା ଶୋ ‘ସ୍ମାର୍ଟ ଯୋଡି’ରେ ତାଙ୍କ ପତିଙ୍କ ସହ ସାମିଲ ହୋଇଥିଲେ । ତାଙ୍କ ଆଗାମୀ ଫିଲ୍ମ ହେଉଛି ‘ରାଧେଶ୍ୟାମ’ ତେବେ ଏହାପୂର୍ବରୁ ଅଭିନେତ୍ରୀଙ୍କୁ ଫିଲ୍ମ ‘ମିଥ୍ୟ’ରେ ଦେଖିବାକୁ ମିଳିଥିଲା।