ଭୁବନେଶ୍ୱରରେ ଡେଲିଭରି ବୟ୍ ଭାବରେ କାମ କରୁଛନ୍ତି କମେଡି କିଙ୍କ୍ କପିଲ ଶର୍ମା,ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଅନେକ ସମୟରେ କିଛି କିଛି ସେଲିବ୍ରିଟି ମାନଙ୍କୁ ନେଇ ଏପରି କିଛି ଆଶ୍ଚର୍ଯ୍ୟ ଜନକ ଖବର ଦେଖିବାକୁ ମିଳିଥାଏ, ଯାହାକୁ କି ଆମେମାନେ ଏତେ ସହଜରେ ବିଶ୍ୱାସ କରି ପାରି ନଥାଉ। ଏବେ କପିଲ ଶର୍ମା ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଛି। କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର । ତେବେ ୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍‌ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ ।

ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଥିବା ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ।ତାଙ୍କର ବାର୍ଷିକ ଆୟ ୩୦କୋଟିରୁ ଅଧିକ ଥିଲା । ରିପୋର୍ଟ ଅନୁଯାୟୀ, କପିଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି । ତେବେ ବର୍ତ୍ତମାନ ଓଡ଼ିଶାର ଗୌରବ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ ଷ୍ଟାର୍‌ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି ।

ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିଲା ।ଯାହାକୁ ଦେଖିବା ଲାଗି ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଜମିଥିଲା । କପିଲ ଆସୁଥିବା ଶୁଣି ଦର୍ଶକ ରାସ୍ତାରେ ଏବଂ ସୁଟିଂ ସ୍ପଟ୍‌ରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।

ତେବେ ସେଥିପାଇଁ ରାସ୍ତାରେ କିଛି କ୍ଷଣ ପାଇଁ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ବହୁତ ଦୂରର ଛିଡ଼ା ହୋଇ ସୁଟିଂ ଦେଖୁଥିଲା ବେଳେ ଫଟୋ ଏବଂ ଭିଡିଓ ସୁଟିଂ ଲାଗି ବାରଣ କରାଯାଇଥିଲା । ଏହି ସିନେମାର ଶୀର୍ଷକ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରାଯାଉନି ।

ସିନେମାର ପ୍ରତିଟି ଘଟଣାକୁ ସସ୍‌ପେନ୍ସ ରଖା ଯାଉଥିବା ସୂଚନା ଦିଆଯାଇଛି ।କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକା ତୁଲାଇବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି । ଆପ୍‌ଲାଉଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍‌ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ଅଧିକାଂଶ କଳାକାର ଭୁବନେଶ୍ୱରରେ ରହିଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *