ଆଜିର ସମୟରେ ଅର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହି ଅର୍ଥ ସର୍ବସ୍ବ ଦୁନିଆରେ ଗୋଟିଏ ଭଲ ରୋଜଗାରର ପନ୍ଥା ଖୋଜି ପାଇବା ଏବଂ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା କିମ୍ବା ପଇସା ରୋଜଗାର କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ଏମିତିରେ ନିଜର ଛୋଟମୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଯୁବକ ମାନେ ବାଧ୍ୟ ହୋଇ ବହୁତ କମ୍ ଦରମାରେ କିଛି ବି ଘରୋଇ କମ୍ପାନୀରେ ଚାକିରୀ ଖୋଜି ନିଜକୁ ନିୟୋଜିତ ରଖୁଛନ୍ତି ।
ଯାହା ଦ୍ୱାରା ଅତି କମରେ ତାଙ୍କୁ କେହି ବେକାରୀ ବୋଲି କହିବେନି । ହେଲେ ଏତେ କମ୍ ଦରମାରେ ଏତେ ଅଧିକ ସମୟ ଖଟିବା ମଧ୍ୟ ବେକାରୀ ସମସ୍ୟା ଠାରୁ ଅଧିକ କଷ୍ଟ ଦାୟକ । ବେକାରୀ ସମସ୍ୟା ବର୍ତମାନର ସବୁଠାରୁ ଗମ୍ଭୀର ସମସ୍ୟା ଯାହାର ସମାଧାନ ପାଇଁ ସରକାର ଏବେ ସବୁବେଳେ ଚେଷ୍ଟା ଚଳାଇଛନ୍ତି । ଏମିତିରେ ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାକୁ ମାନିଲେ ଆପଣ ନିଜକୁ ବେକାରୀ ସମସ୍ୟାରୁ ମୁକ୍ତ ରଖି ପାରିବେ ।
ସାଧାରଣତଃ ଗାଁ’ର ଯୁବକମାନେ ସହରକୁ ଯାଇ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, କାରଣ ସହରରେ ବ୍ୟବସାୟର ଅନେକ ବିକଳ୍ପ ଓ ସୁଯୋଗ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତିନି କି ସହରରେ ରୋଜଗାରର ଯେତିକି ବିକଳ୍ପ ରହିଛି ଗାଁ’ରେ ମଧ୍ୟ ସେତିକି ବା ତାହା ଠାରୁ ଗୋଟିଏ କିମ୍ବା ଦୁଇଟି ଅଧିକ ବିକଳ୍ପ ଉପଲବ୍ଧ । ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ୟବସାୟର କୌଶଳ ବିଷୟରେ ଜଣାଇବୁ ଯେଉଁଥିରେ ଆପଣ ସ୍ୱଳ୍ପ ପୁଞ୍ଜି ନିବେଶ କରି ଅଧିକ ଲାଭ କରିପାରିବେ ବା ଅଧିକ ଅର୍ଥ ଉପାର୍ଜନ କରିପାରିବେ।
କୃଷି କାର୍ଯ୍ୟରୁ ହେଉଥିବା ଆୟ କୌଣସି ଚାକିରି ଠାରୁ ମଧ୍ୟ କମ ନୁହେଁ ।କୃଷି କାର୍ଯ୍ୟ ସହ ୨ଟି ପ୍ରକ୍ରିୟାର ବେଶ ଗୁରୁତ୍ୱ ରହିଛି । ପ୍ରଥମଟି ହେଉଛି ସିଡ ଷ୍ଟୋରେଜ ବା ବିହନ ଷ୍ଟୋର ଏବଂ ଅନ୍ୟଟି ହେଉଛି କୋଲ୍ଡ ଷ୍ଟୋରେଜ୍ । ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ । ଯଦି ଆପଣ ଗାଁରେ ରହି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି, ତେବେ ଏହି ଦୁଇ ବ୍ୟବସାୟ ଆପଣାଇପାରିବେ ।
ବିହନ ଷ୍ଟୋର:
ଗାଁରେ ଲୋକମାନେ ଅଧିକାଂଶ ଲୋକ କୃଷି କାର୍ଯ୍ୟ କରିଥାନ୍ତି ଏମିତିରେ କୃଷକଙ୍କୁ ଚାଷ ପାଇଁ ସାର ଏବଂ ବିହନର ଆବଶ୍ୟକ ପଡ଼ିଥାଏ । ଯଦି ଆପଣ ଗାଁରେ ରହୁଛନ୍ତି ତେବେ ଆପଣ ସାର ଏବଂ ବିହନ ଷ୍ଟୋର ଖୋଲିପାରବେ ।ଆପଣ ସରକାରଙ୍କ ତରଫରୁ ସାର ଏବଂ ବିହନ ଉପରେ ମିଳୁଥିବା ସବସିଡିର ମଧ୍ୟ ଲାଭ ନେଇପାରିବେ ।
କୋଲ୍ଡ ଷ୍ଟୋରେଜ:-
କୃଷକଙ୍କ ଉତ୍ପାଦିତ ଫଳ ଏବଂ ପନିପରିବା ଭଳି ସାମଗ୍ରୀ ନଷ୍ଟ ମଧ୍ୟ ହୋଇଯାଇଥାଏ । ଗାଁରେ ଆପଣ ବ୍ୟବସାୟ କରିବାକୁ ଚାହୁଥିଲେ ଏହା ମଧ୍ୟ ଏକ ଭଲ ବ୍ୟବସାୟ ହୋଇପାରିବ । ଅବଶ୍ୟ ଏଥିରେ ଅଧିକ ନିବେଶ କରିବାକୁ ପଡ଼ିବ କିନ୍ତୁ ଏଥିରୁ ଲାଭ ମଧ୍ୟ ଖୁବ୍ ଅଧିକ ।ଯାହା ଦ୍ଵାରା ପନିପରିବା ନଷ୍ଟ ହେବା ରୁ ରକ୍ଷା ପାଇ ପାରିବ।