ସଲମାନ ଖାଁ ସହିତ କାମ କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି ଏହି 6 ହିରୋଇନ ,ଫିଲ୍ମ ଅଫର ଆସିଲେ କୁହନ୍ତି ” ନା ବାବା ନା “

ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ‘ଦବଙ୍ଗ’ ଷ୍ଟାଇଲ ପାଇଁ ପ୍ରସିଦ୍ଧ । ତେବେ ତାଙ୍କ ଫ୍ୟାନ୍ ଫୋଲୋଇଙ୍ଗ ମଧ୍ୟ ଜବରଦସ୍ତ ଆଉ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଲୋକ ପାଗଳ ପରି ଚାହିଁ ରହିଥାନ୍ତି ।

ଉଲ୍ଲେଖନୀୟ କଥା ହେଉଛି କି ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ହିନ୍ଦୀ ସିନେମାକୁ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ବି ସଲମାନ ଖାନଙ୍କ ଜଲୱା ​​ଅକ୍ଷୁର୍ଣ୍ଣ ରହିଛି ଆଉ ସମସ୍ତେ ତାଙ୍କ ସହ କାମ କରିବାକୁ ଇଚ୍ଛା ରଖିଥାନ୍ତି

ଯେମିତି କି ସଲମାନ ଖାନ ବଲିଉଡର ପ୍ରତ୍ୟେକ ବଡ଼ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି ଆଉ ତାଙ୍କ ଯୋଡି ସମସ୍ତଙ୍କ ସହ ପସନ୍ଦ ମଧ୍ୟ କରାଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ବଲିଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ସଲମାନ ଖନଙ୍କ ସହ କାମ କରନ୍ତି ନାହିଁ ଆଉ କରିବାକୁ ବି ଚାହାନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନେ କିଏ ଯେଉଁମାନେ ସଲମାନ ଖାନଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ ?

କଙ୍ଗନା ରନୌତ୍

ନିଜର ଅପୂର୍ବ ଷ୍ଟାଇଲ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପାଖରେ ଅନେକ ଫିଲ୍ମ ଅଛି । ସେ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ସହ କାମ କରିଛନ୍ତି କିନ୍ତୁ କଙ୍ଗନା ରନୌତ୍ କେବେ ବି ସଲମାନ ଖାନଙ୍କ ସହ ଦେଖିବାକୁ ମିଳିନାହାଁନ୍ତି ।

ବଲିଉଡର କ୍ୱିନ୍ କୁହାଯାଉଥିବା କଙ୍ଗନା ରନୌତ୍ ଙ୍କୁ ନେଇ କୁହାଯାଉଛି କି ତାଙ୍କୁ ସଲମାନ ଖାନଙ୍କ ଅପୋଜିଟ୍ ରେ ଫିଲ୍ମ ‘ସୁଲତାନ’ ଅଫର୍ କରାଯାଇଥିଲା । କିନ୍ତୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଏହାପରେ ଏହି ଫିଲ୍ମରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିଆଯାଇଥିଲା

ଅମୃତା ରାଓ

ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ ‘ରୁ ସୁପରଷ୍ଟାର ବନିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅମୃତା ରାଓ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ । କିନ୍ତୁ ଅମୃତା ରାଓ କେବେ ବି ସଲମାନ ଖାନଙ୍କ ସହ କାମ କରିନାହାନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଅମୃତା ରାଓଙ୍କୁ ‘ପ୍ରେମ୍ ରତନ ଧନ ପାୟୋ ‘ରେ ସଲମାନ ଖାନଙ୍କ ଭଉଣୀ ଭୂମିକାରେ ଅଭିନୟ କରିବାର ଅଫର୍ ହୋଇଥିଲା । କିନ୍ତୁ ସେ ଏହି ଫିଲ୍ମ ରେ କାମ କରିବାକୁ ମନା କରିଦେଇଥିଲେ ଯାହା ପରେ ଏହି ଭୂମିକାରେ ଅଭିନେତ୍ରୀ ସ୍ୱରା ଭାସ୍କର ଅଭିନୟ କରିଥିଲେ ।

ଟ୍ୱିଙ୍କଲ୍ ଖାନ୍ନା

କହିରଖୁଛୁ କି ଟ୍ୱିଙ୍କଲ୍ ଖାନ୍ନା ଆଉ ସଲମାନ ଖାନ ୧୯୯୮ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜବ ପ୍ୟାର୍ କିସୀ ସେ ହୋତା ହୈ ‘ ରେ କାମ କରିଥିଲେ । ସେହି ସମୟରେ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା ଆଉ ଲୋକମାନଙ୍କୁ ତାଙ୍କ ଯୋଡି ମଧ୍ୟ ପସନ୍ଦ ଆସିଥିଲା । କିନ୍ତୁ ପରେ ଟ୍ୱିଙ୍କଲ୍ ଖାନ୍ନା ସଲମାନ ଖାନଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ।

ସୋନାଲି ବିନ୍ଦ୍ରୀ

କହିରଖୁଛୁ କି ସୋନାଲି ବିନ୍ଦ୍ରୀ ସଲମାନ ଖାନଙ୍କ ସହ ଫିଲ୍ମ ‘ହମ୍ ସାଥ ସାଥ ହୈ ‘ରେ କାମ କରିଥିଲେ ଆଉ ଏଇ ଫିଲ୍ମ ମାଧ୍ୟମରେ ଏହି ଯୋଡି ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲା । କିନ୍ତୁ ଏହି ଫିଲ୍ମ ପରେ ସଲମାନ ଖାନ କଳା ହରିଣ କେସରେ ଫସି ଯାଇଥିଲେ । ଏହା ପରେ ସୋନାଲି ବିନ୍ଦ୍ରୀ ସଲମାନ ଖାନଙ୍କ ସହ କାମ କରିବାକୁ ମନା କରିଦେଲେ ।

ଦୀପିକା ପାଦୁକୋନ

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସଲମାନ ଖାନଙ୍କ ସହ କାମ କରିନାହାନ୍ତି । କୁହାଯାଉଛି କି ସଲମାନ ଖାନ ଦୀପିକା ପାଦୁକୋନଙ୍କୁ ଲଞ୍ଚ କରିବାକୁ ଭାବିଥିଲେ,କିନ୍ତୁ ସେ ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ରେ ଡେବ୍ୟୁ କରିଥିଲେ ଆଉ ସଲମାନ ଖାନଙ୍କ ସହ କାମ କରିବାକୁ ମନା କରି ଦେଇଥିଲେ ।

ଜୁହି ଚାୱଲା

ବଲିଉଡର ଜଣାଶୁଣା ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ କେବେ ବି ସଲମାନ ଖାନଙ୍କ ସାଥିରେ କାମ କରିନାହାନ୍ତି । ଯଦିଓ ସଲମାନ ଖାନ ଫିଲ୍ମ ‘ଦିୱାନା ମସ୍ତାନା’ରେ କୈମିୟୋ କରିଥିଲେ ।

କିନ୍ତୁ ଏହା ପରେ ଅନେକ ନିର୍ଦ୍ଦେଶ ସଲମାନ ଆଉ ଜୁହିଙ୍କୁ ଏକା ସାଥିରେ ନେବାକୁ ଚାହୁଁଥିଲେ କିନ୍ତୁ ଜୁହି ଚାୱଲା ସଲମାନ ଖାନଙ୍କ ସହ କାମ ଅରିବାକୁ ମନା କରିଦେଇଥିଲେ । କୁହାଯାଉଛି କି,ଯେତେବେଳେ ଏହି କଥା ସଲମାନ ଖାନ ଜାଣିଥିଲେ ସେତେବେଳେ ସେ ଜୁହି ଚାୱଲାଙ୍କ ଉପରେ ବହୁତ ରାଗିଯାଇଥିଲେ ଯାହା ପରେ ସେ କେବେ ବି ଜୁହିଙ୍କ ସହ କାମ କରିବା ବିଷୟରେ କହିନାହାନ୍ତି ।

Leave a Reply

Your email address will not be published. Required fields are marked *