ବ୍ୟବସାୟୀ ପୁଟିନଙ୍କ ଉପରେ ରାଗିଗଲେ। ଜୀବିତ କି ମୃତ ମିଳିବ ସାଢେ ସତ କୋଟି। ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରୁଛି। ହେଲେ ଏହି ଯୁଦ୍ଧକୁ ରୁଷୀୟ ନାଗରିକ ନାପସନ୍ଦ କରୁଛନ୍ତି। ୟୁକ୍ରେନ ଉପରେ ଯୁଦ୍ଧର ନିଷ୍ପତ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିଶ୍ବରେ ଏକଘରିଆ ହୋଇ ଯାଇଥିବା ସମୟରେ ନିଜ ଦେଶର ଲୋକମାନେ ମଧ୍ୟ ତାଙ୍କୁ ଖୋଲାଖୋଲି ଭାବରେ ବିରୋଧ କରୁଛନ୍ତି। ଏହାରି ମଧ୍ୟରେ ମସ୍କୋର ଜଣେ ଜଣାଶୁଣା ବ୍ୟବସାୟୀ ଆଲେକ୍ସ କୋନାନିଖନ ପୁଟିନଙ୍କୁ ଗିରଫ କରିଲେ ଏକ ବଡ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି
ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲେ ସେ ସାଢେ ସତ କୋଟି ଦେବେ ବୋଲି କହିଛନ୍ତି। ଆଲେକ୍ସ କୋନାନିଖନ ଲିଙ୍କେଦିନରେ ଏ ସମ୍ପର୍କରେ ଏକ ପୋଷ୍ଟ ଲେଖିଛନ୍ତି। ପୋଷ୍ଟ ସହ ଭ୍ଲାଡିମିର ପୁଟିନଙ୍କ ଏକ ଫଟୋ ମଧ୍ୟ ସଂଲଗ୍ନ ହୋଇଛି। ଯେଉଁଥିରେ ଲେଖାଅଛିକି ‘ପୁଟିନ ମୃତ କି ଜୀବିତ’। ଏହାସହ ସେ କହିଛନ୍ତିକି, “ମୁଁ କଥା ଦେଉଛି ଯେଉଁ ଅଧିକାରୀ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ଭାବରେ ଗିରଫ କରିବ ତାଙ୍କୁ ମୁଁ ସାଢେ ସାତ କୋଟି ଟଙ୍କା ଦେବି।”
ସେ ଆହୁରି ମଧ୍ୟ ଲେଖିଛନ୍ତିକି, “ପୁଟିନ ଋଷିଆର ରାଷ୍ଟ୍ରପତି ନୁହନ୍ତି। ଏକ ସ୍ଵତନ୍ତ୍ର ଅପରେସନର ଅଂଶ ଭାବରେ ସେ ଋଷିଆର ଅନେକ ଆପାର୍ଟମେଣ୍ଟ ଓ କୋଠାକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହାପରେ ସେ ନିର୍ବାଚନ ନ କରି ସମ୍ବିଧାନର ଧଜିଆ ଉଡାଇ ଦେଇଛନ୍ତି। ସେ ବିରୋଧୀମାନଙ୍କୁ ନିର୍ବାଚନରେ ନ ହରାଇ ତାଙ୍କୁ ହତ୍ୟା କରିଛନ୍ତି। ଋଷିଆର ଜଣେ ସଚେତନ ନାଗରିକ ଭାବରେ ନାଜିବାଦୀ ଓ ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବା ହେଉଛି ମୋର କର୍ତ୍ତବ୍ୟ। ୟୁକ୍ରେନକୁ ସମର୍ଥନ କରିବି।
ପୁଟିନଙ୍କ ବିରୋଧରେ ଏକ ଛୋଟ ଦେଶ ହିରୋ ଭାବରେ ନିଜର ବଳ ଦେଖାଇଛି।” ସୂଚନା ଅନୁସାରେ ଋଷ ନିଜର ସୈନ୍ୟମାନେ ମଧ୍ୟ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି। ୟୁକ୍ରେନିୟ ଜନତା ଜୀବନ ପାଇଁ ତ୍ରାହି ତ୍ରାହି ହେବାକୁ ଡାକିଲେଣି। ଅକାରଣରେ ବୋମାମାଡ କରି ସେମାନେ ଲୋକମାନଙ୍କୁ ମାରିବା ପାଇଁ ଚାହୁଁନାହାନ୍ତି। ୟୁକ୍ରେନିୟ ଲୋକମାନଙ୍କ ଠାରେ ନିଜର ପରିବାରକୁ ସେମାନେ ଦେଖୁଛନ୍ତି। ହେଲେ ଏକଛତ୍ରବାଦୀ ଶାସକ ପୁଟିନଙ୍କ ଆଗରେ ସେମାନେ ଅସହାୟ ହୋଇପଡିଛନ୍ତି। ବିବେକ ଓ କର୍ତ୍ତବ୍ୟର ଯୁଦ୍ଧ ଆଗରେ ସେମାନେ ପେଶୀ ହୋଇଯାଉଛନ୍ତି। ଶେଷରେ କିଛି ଉପାୟ ନ ପାଇ ରୁଷୀୟ ଯବାନ ଟ୍ୟାଙ୍କ ମାନଙ୍କରେ କଣା କରି ପକାଉଛନ୍ତି।