କିଏ ଏହି ପୁଟିନଙ୍କ ସିକ୍ରେଟ ପ୍ରେମ ?

ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ।

ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ। ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଛି ଋଷ। କ୍ଵିଭ୍ ଉପରେ ହେଉଛି ଏପରି ଆକ୍ରମଣ ।

ତେବେ ଏଭଳି ଭାବେ ୟୁକ୍ରେନ୍‌କୁ ଆକ୍ରମଣ କରିବା ପଛରେ ଋଷ ର କୌଣସି କାରଣ ନାହିଁ ବୋଲି ଅନେକ ଭାବି ନେଇଛନ୍ତି । ଯେଉଁ କାରଣ ରୁଷିଆ ଦର୍ଶାଉଛି ତାହା ଯଥେଷ୍ଟ ନୁହେଁ । ଏହା ଭିତରେ ପୁଣି ଖବର ଉଠିଛି ପୁଟିନ ଙ୍କ ସିକ୍ରେଟ୍ ପ୍ରେମ ବିଷୟ ରେ । ତେବେ ଲୁଇସ୍ ରଜବା ଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ପିତା ଜଣେ ମିଲିୟନ ଡ଼ଲାର ର ବ୍ୟବସାୟୀ । ତେବେ ତାଙ୍କ ମା ଙ୍କ ପାଖରେ ମଧ୍ୟ ଅନେକ ସମ୍ପତି ରହିଛି । ତେବେ ସେ କୁଆଡେ ପୁଟିନ ଙ୍କ ଶିକ୍ରେଟ ଲବ୍ ଓ ଲୁଇସ୍ କୁଆଡେ ପୁଟିନ ଙ୍କ ଶିକ୍ରେଟ୍ ଚାଇଲ୍ଡ ବୋଲି ଅନେକ ଗଣମାଧ୍ୟମ ଦର୍ଶାଇଥିଲେ ।

କାରଣ ଲୁଇସ୍ ଙ୍କ ସହିତ ପୁଟିନ ଙ୍କ ମୁଁହ ଅନେକ ଅଂଶ ମିଶିଯାଏ । ଏ ନେଇ ତାଙ୍କୁ ଅନେକ କଥା ର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । ତେବେ ବର୍ତମାନ ର ଯୁଦ୍ଧ ପାଇଁ ମଧ୍ୟ ଲୁଇସ୍ ଙ୍କୁ ଅନେକ କଟୁ କଥା ଶୁଣିବାକୁ ପଡ଼ୁଚି । ଏହା ଶୁଣିବାକୁ ପଡ଼ୁଚି ଯେ ସେ ଜଣେ ହତ୍ୟାକାରୀ ଙ୍କ ଝିଅ । ଜଣେ ପାଗଳ ଙ୍କ ଝିଅ । ଯୁଦ୍ଧ ଅପରାଧୀ ଙ୍କ ଝିଅ । ଏହିପରି ଅନେକ କମେଣ୍ଟ ଶୁଣିବାକୁ ପଡ଼ୁଚି ।

ତେବେ ଆଜିକୁ ସାତ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚଳାଇଛି ରୁଷିଆ । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । ଜେନେଲସ୍କିଙ୍କ ଦୁଇ ପିଢ଼ି ପୂର୍ବରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଥିଲେ ଭିକ୍ଟର ୟାନୁକୋଭିଚ୍‌ । ସେ ପୁଟିନ୍‌ ଙ୍କ ଅନୁଗତ ଭଳି କାମ କରୁଥିଲେ । ତେଣୁ ୟୁକ୍ରେନ୍‌ ଦଖଲ ପରେ ତାଙ୍କୁ ହିଁ ଶାସନ କ୍ଷମତା ଦେବା ଲାଗି ରୁଷିଆ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ।

୧୯୯୧ ମସିହାରେ ସୋଭିଏତ ୟୁନିଅନ ଭାଙ୍ଗିବା ପରେ ୟୁକ୍ରେନ୍‌ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା । ଭିକ୍ଟର ୟୁକ୍ରେନ୍‌ର ଚତୁର୍ଥ ରାଷ୍ଟ୍ରପତି ଥିଲେ । ତେବେ ଏହି ପୂର୍ବତନ ରାଷ୍ଟ୍ରପତି ଙ୍କୁ ଶାସନ ଭାର ଦେଲେ ପୁଟିନ ଙ୍କ ର ସବୁ କିଛି ସୁବିଧା ହେବ । ତେଣୁ ସେ ଏହି ଯୁଦ୍ଧ ଚଳାଇଛନ୍ତି ଓ ରୋକୁନାହାନ୍ତି ।

Leave a Reply

Your email address will not be published. Required fields are marked *