ମନ୍ଦିର ବାହାରେ ଗୁଲସନ କୁମାରଙ୍କୁ ମରାଯାଇଥିଲା ୧୬ଟି ଗୁଳି,ଅଣ୍ଡରୱାର୍ଲ୍ଡଙ୍କୁ ଏହି ଜିନିଷ କରିଦେଇଥିଲେ ମନା ! ଜାଣନ୍ତୁ ପୁରା ଘଟଣା

ହିନ୍ଦୀ ଚଳଚିତ୍ରରେ ଜଣଙ୍କଠୁ ଭଲ ଆଉଜଣେ ଗାୟକ ହୋଇଛନ୍ତି, ଯାହାଙ୍କ ସ୍ୱର ସିଧାସଳଖ ପ୍ରଶଂସକ ଏବଂ ଦର୍ଶକମାନଙ୍କ ହୃଦୟରେ ପ୍ରବେଶ କରେ । ଏହିପରି ଜଣେ ଗାୟକ ଥିଲେ ଗୁଲଶନ କୁମାର । ଗୁଲଶନ କୁମାର ସଂଗୀତ ଦୁନିଆରେ ଏକ ବଡ ନାମ ଥିଲେ । ସେ ଟି-ସିରିଜର ପ୍ରତିଷ୍ଠାତା ଥିଲେ । ଗୁଲଶନ କୁମାର ଭକ୍ତି ଗୀତ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଥିଲେ ।

ଗୁଲଶାନ କୁମାର ଭଗବାନ ଶିବଙ୍କର ମହାନ ଭକ୍ତ ଥିଲେ । ସେ ଅନେକ ଭଜନ ଗାଇଥିଲେ । ଚଳଚ୍ଚିତ୍ର ଗୀତଗୁଡ଼ିକରେ ମଧ୍ୟ ଗୁଲଶନ ସ୍ୱର ଦେଇଥିଲେ । ୫ମଇ ୧୯୫୬ ରେ ନୂଆଦିଲ୍ଲୀରେ ଜନ୍ମ ହୋଇଥିବା ଗୁଲଶନ କୁମାର ଆଉ ଏହି ଦୁନିଆରେ ନାହାଁନ୍ତି । ବର୍ଷେ ପୂର୍ବେ ତାଙ୍କର ଦେହାନ୍ତ ହୋଇଥିଲା । ମନ୍ଦିର ବାହାରେ ଗୋଟିଏ ପରେ ଗୋଟିଏ ଅନେକ ଗୁଳି ଚଳାଇଯାଇଥିଲା ।

ଭଗବାନ ଶିବଙ୍କର ଅନେକ ମନ୍ଦିରର ନିର୍ମାଣ ଗୁଲଶନ କୁମାର କରିଥିଲେ । ୮୦ ଏବଂ ୯୦ ଦଶକରେ ଗୁଲଶନ କୁମାର ବହୁତ ଲୋକପ୍ରିୟ ଥିଲେ । ଭକ୍ତି ସଂଗୀତର ଦୁନିଆରେ ଗୁଲଶନ ଏକ ତରଫା ରାଜ୍ କରୁଥିଲେ । ଯଦିଓ ତାଙ୍କର ଲୋକପ୍ରିୟତା ଏବଂ ସଫଳତା କିଛି ଲୋକ ସହ୍ୟ ମଧ୍ୟ କରିପାରୁନଥିଲେ । ସେଥିପାଇଁ ତ ଇର୍ଷାର ଭାବନା ସହିତ ଗୁଲଶନଙ୍କୁ ହତ୍ୟା କରାଯାଇଥିଲା

ଗୁଲଶନ ପ୍ରତିଦିନ ମନ୍ଦିରକୁ ଯାଇ ଶିବଙ୍କର ପୂଜା ଅର୍ଚ୍ଚନା କରୁଥିଲେ । ଭଗବାନ ଶିବଙ୍କ ଉପରେ ଗୁଲଶନଙ୍କର ଗଭୀର ବିଶ୍ୱାସ ଥିଲା । ଗୁଲଶନଙ୍କୁ ଅଣ୍ଡରୱାର୍ଲ୍ଡରୁ ମଧ୍ୟ ଧମକ ମିଳୁଥିଲା । ଥରେ ଅଣ୍ଡରୱାର୍ଲ୍ଡ ତାଙ୍କୁ ଫୋନ କରି ତାଙ୍କଠାରୁ ୧୦କୋଟି ଟଙ୍କା ଫିରୋତି ମାଗିଥିଲେ,କିନ୍ତୁ ଗୁଲଶନ କୁମାର ମନା କରିଦେଇଥିଲେ ଏବଂ ସେ କହିଥିଲେ କି ଏତିକିରେ ସେ ବୈଷ୍ଣ ଦେବୀ ମନ୍ଦିରରେ ଭଣ୍ଡାର କରିଦେବେ ।

କୁହାଯାଉଛି କି ଡନ୍ ଆବୁ ସଲେମ ଗୁଲଶାନଙ୍କଠାରୁ ଫିରୋତି ମାଗିଥିଲେ । ଯେତେବେଳେ ଗୁଲଶନ ଏହାକୁ ମନା କରିଦେଲେ ସେତେବେଳେ ଅବୁ ସଲେମ ଗୁଲଶାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅବୁ ଗୁଲଶନଙ୍କୁ ହତ୍ୟା କରିବାର ସୁପାରି
ଅବଦୁଲ ରାଉଫ ଏବଂ ବିନୋଦ ଜଗତାପଙ୍କୁ ଦେଇଥିଲେ । ଅଗଷ୍ଟ ୧୨ରେ ଗୁଲଶନଙ୍କୁ ଶିବ ମନ୍ଦିର ବାହାରେ ଗୁଳି କରାଯାଇଥିଲା ।

ଗୁଲଶନ କୁମାର ପ୍ରତିଦିନ ଶିବ ମନ୍ଦିରକୁ ଯାଉଥିଲେ । ୧୨ ଅଗଷ୍ଟ ୧୯୯୭ ରେ ସେ ମୁମ୍ବାଇର ଜିତେଶ୍ୱର ମହାଦେବ ମନ୍ଦିରକୁ ଭଗବାନଙ୍କ ପୂଜା କରିବାକୁ ଯାଇଥିଲେ । ସେ ଭଗବାନଙ୍କ ପୂଜା କଲେ ଏବଂ ତାପରେ ସେ ନିଜ କାର ଆଡକୁ ଚାଲିବାକୁ ଲାଗିଲେ ସେତେବେଳେ ହିଁ ବଡ଼ ଏବଂ ଲମ୍ବା ବାଳ ଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କ ସାମ୍ନାକୁ ଆସିଗଲା ଆଉ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅନେକ ଗୁଳି ବର୍ଷା କରିଦେଲା

କୁହାଯାଉଛି ଯେ ହତ୍ୟାକାରୀ ଗୁଲଶନ କୁମାରଙ୍କୁ ୧୬ଟି ଗୁଳି ମାରିଥିଲେ । ଏଥିସହିତ ସେ ଗୁଲଶନ କୁମାରଙ୍କୁ ଚିଲେଇ ଚିଲେଇ କହିଥିଲେ ଯେ ବହୁତ ପୂଜା କରିଦେଲୁ,ଏବେ ଉପରକୁ ଯାଇ ପୂଜା କରିବୁ । ଏହି ଘଟଣାର ସାକ୍ଷୀ ଥିବା ଲୋକମାନେ କହିଥିଲେ ଯେ ହତ୍ୟାକାରୀଙ୍କ ଗୁଳି ସିଧା ଗୁଲଶନ କୁମାରଙ୍କ ମୁଣ୍ଡରେ ଯାଇ ଲାଗିଥିଲା ।

ଗୁଲଶାନ ହତ୍ୟା ମାମଲାରେ ଅବଦୁଲ ରଉଫ ମର୍ଚାଣ୍ଟ ଏବଂ ଅବଦୁଲ ରସିଦଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ଦୁଇ ଅଭିଯୁକ୍ତଙ୍କୁ ୨୦୨୧ ମସିହାରେ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସୂଚନାଯୋଗ୍ୟ କି ସୂଚନାଦାତା ପୋଲିସକୁ ଏହି ସୂଚନା ଦେଇ ଦେଇଥିଲେ କି ଗୁଲଶାନ କୁମାର ଉପରେ ବିପଦ ଅଛି କିନ୍ତୁ ପୋଲିସ ଏହାକୁ ଗୁରୁତର ସହ ନେଇ ନଥିଲା ।

୧୯୭୫ ମସିହାରେ ଗୁଲଶନ ସୁଦର୍ଶନ କୁମାରୀଙ୍କୁ ବିବାହ କରିଥିଲେ । ଦୁହେଁ ତିନି ସନ୍ତାନ ଭୂଷଣ କୁମାର, ତୁଲସୀ କୁମାର ଏବଂ ଖୁଶହାଲି କୁମାରଙ୍କ ପିତାମାତା ହୋଇଥିଲେ ।

ବର୍ତ୍ତମାନ ଭୂଷଣ କୁମାର ପିତାଙ୍କ କମ୍ପାନୀ ଟି-ସିରିଜ୍ ପରିଚାଳନା କରୁଛନ୍ତି । ଏବଂ ତୁଲସୀ ଜଣେ ଗାୟିକା ଅଟନ୍ତି ।

Leave a Reply

Your email address will not be published. Required fields are marked *