ଚପରାଶି ଉପରେ ଗର୍ଜିଲେ ସଲମାନ ଖାନ,ଦେଲେ ଏହି ଚେତାବନୀ,ଦେଖନ୍ତୁ ଭିଡିଓ

ବଲିଉଡ ଇଣ୍ଡଷ୍ଟ୍ରିର ଦବଙ୍ଗ ସୁପରଷ୍ଟାର ସଲମାନ ଖାନ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ସେ କେତେବେଳେ ତାଙ୍କ ଫିଲ୍ମଗୁଡିକ ପାଇଁ ହେଡଲାଇନରେ ଆସନ୍ତି ତ କେତେବେଳେ ସେ ତାଙ୍କ ଭିଡିଓ ଆଉ ଫୋଟୋ ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ତେବେ ପ୍ରଶଂସକମାନେ ମଧ୍ୟ ସଲମାନ ଖାନଙ୍କ ଗୋଟିଏ ଝଲକ ଦେଖିବାକୁ ପାଗଳ ହୋଇଥାନ୍ତି ।

ଏପରି ପରିସ୍ଥିତିରେ ପ୍ରଶଂସମାନଙ୍କୁ ଯେବେ ବି ସୁଯୋଗ ମିଳେ, ସେମାନେ ସଲମାନଙ୍କ ସହିତ ସେଲଫି ନେବାକୁ ଦୌଡ଼ି ଆସନ୍ତି । ବର୍ତ୍ତମାନ ଏହି ସମୟରେ ସୋସିଆଲ ମିଡ଼ିଆରେ ସଲମାନ ଖାନଙ୍କ ଏକ ଭିଡିଓ ବହୁତ ଜୋରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଚପରାଶି ଉପରେ ରାଗିଥିବାର ନଜର ଆସିଛନ୍ତି ।

ବାସ୍ତବରେ ସଲମାନ ଖାନ ‘ଦ ବ୍ୟାଙ୍ଗ ଟୁର୍’ ରୁ ଫେରି ଆସିଛନ୍ତି । ଦୁବାଇରୁ ଫେରିବା ପରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ​​ଯେଉଁଠାରେ ତାଙ୍କୁ ମିଡିଆ ଫଟୋଗ୍ରାଫର ମାନେ ଘେରି ରହିଥିଲେ ​​ଏବଂ ତାଙ୍କ ଫଟୋ ଉଠେଇଥିଲେ । ତେବେ ଲମ୍ବା ଯାତ୍ରାରୁ ଆସିଥିବା ସଲମାନ ଖାନ ବହୁତ କ୍ଳାନ୍ତ ଦେଖାଯାଉଥିଲେ,ଏପରି ପରିସ୍ଥିତିରେ ପ୍ରଶଂସକମାନେ ଜବରଦସ୍ତି ଫଟୋ ଉଠେଇବାକୁ ଡ଼ିମାଣ୍ଡ କରିଥିଲେ, ଯେଉଁଥିପାଇଁ ସେ ରାଗିଯାଇଥିଲେ ଆଉ ଫଟୋଗ୍ରାଫରଙ୍କ ଉପରେ ଚିଲେଇଥିଲେ । କେବଳ ଏତିକି ନୁହେଁ, ସଲମାନ ଖାନ ରାଗରେ ଚପରାଶିଙ୍କୁ ଚାହିଁ ଚେତାବନୀ ମଧ୍ୟ ଦେଇଥିଲେ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରୁଥିବେ କି ସଲମାନ ଖାନ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ବିମାନବନ୍ଦରରୁ ବାହାରକୁ ଯାଉଛନ୍ତି । ଏହି ସମୟରେ ଅନେକ ଫଟୋଗ୍ରାଫର ତାଙ୍କର ଫୋଟୋ ଉଠାଇବା ଆରମ୍ଭ କରନ୍ତି ଏବଂ ତାଙ୍କ ସହିତ ଆଗକୁ ବଢନ୍ତି । ଏହି ସମୟରେ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ବାରମ୍ବାର ମନା କରୁଥିବା ଦେଖାଯାଉଛି କିନ୍ତୁ ଫଟୋଗ୍ରାଫର ସଲମାନ ଖାନଙ୍କ କଥା ଆଦୌ ଶୁଣୁ ନାହାନ୍ତି ।

ଏଭଳି ପରିସ୍ଥିତିରେ ସଲମାନ ଖାନ ରାଗିଯାଆନ୍ତି ଏବଂ ତାପରେ ଫଟୋଗ୍ରାଫର ଆଡକୁ ରାଗରେ ଚାହିଁବାକୁ ଲାଗନ୍ତି । ତାପରେ ଫଟୋଗ୍ରାଫରମାନେ ଫଟୋ ଉଠାଇବା ବନ୍ଦ କରଦିଅନ୍ତି ଆଉ ସଲମାନ ଖାନ କୁହନ୍ତି, “ହୋ ଗୟା ନା ଅଭି ” । କହିରଖୁଛୁ କି ସଲମାନ ଖାନଙ୍କ ରାଗରେ ଭରା ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ସୂତ୍ର ଅନୁଯାୟୀ କୁହାଯାଉଛି କି, “ସଲମାନ ଖାନ ପ୍ରାୟତଃ ଗେଟ୍ ନମ୍ବର ବି ରୁ ବାହାରନ୍ତି କାରଣ ସେଠାରୁ କାର୍ ପାର୍କିଂ ପର୍ଯ୍ୟନ୍ତ ଚାଲିକି ଯିବାର ଦୂରତା କମ ହୋଇଥାଏ । ଏଥର ସଲମାନଙ୍କୁ ଗେଟ୍ ନମ୍ବର ଏ ରୁ ଯିବାକୁ କୁହାଗଲା ଏବଂ ତାଙ୍କୁ କାର୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ଦୂର ଚାଲିବାକୁ ପଡିଲା ଯେଉଁ କାରଣରୁ ସେ ବିରକ୍ତ ହୋଇଥିଲେ ।

ଦୀର୍ଘ ଦିନର ଉଡ଼ାଣ ଆଉ ଥକାପଣ ପରେ ସେ ଚାଲିବାର ମୁଡ ରେ ନଥିଲେ । କହିରଖୁଛୁ କି ସଲମାନ ଖାନଙ୍କ ଦି ବ୍ୟାଙ୍ଗ ଟୁରରେ ପ୍ରସିଦ୍ଧ ଅଭିନେତ୍ରୀ ଦିଶା ପାଟନୀ, ଆୟୁଷ ଶର୍ମା, ପୂଜା ହେଗଡେ, ସୋନାକ୍ଷୀ ସିହ୍ନା, ମନିଶ ପାଲ, ଗୁରୁ ରାନ୍ଧୱା ଭଳି ଅନେକ କଳାକାର ସାମିଲ ହୋଇଥିଲେ ଯେଉଁମାନେ ଏଥିରେ ଜମେଇକି ଡ୍ୟାନ୍ସ କରିଥିଲେ ।

ସଲମାନ ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଆଜିକାଲି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଫିଲ୍ମ ‘ଟାଇଗର ୩ ‘ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ଅଭିନେତା ଇମ୍ରାନ ଖାନ ମଧ୍ୟ ଖଳନାୟକ ଭୂମିକାରେ ନଜର ଆସିବେ । ତେବେ ଅଭିନେତା ଶାହାରୁଖ ଖାନ ମଧ୍ୟ ଏକ କୈମିୟୋ କରୁଥିବା ଦେଖିବାକୁ ମିଳିବ । କହିରଖୁଛୁ କି ଏହି ଚଳଚ୍ଚିତ୍ର ବ୍ୟତୀତ ସଲମାନ ଖାନଙ୍କ ପାଖରେ ‘କଭି ଇଦ୍ କଭି ଦିୱାଲୀ’, ‘ବଜରଙ୍ଗୀ ଭାଇଜାନ୍ କା ସିକ୍ୱେଲ୍’ ଏବଂ ‘ଦବଙ୍ଗ -୪ ‘ଭଳି ଚଳଚ୍ଚିତ୍ର ରହିଛି ।

Leave a Reply

Your email address will not be published. Required fields are marked *