ରଣବୀରଙ୍କ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ଉପରେ ଆସିଗଲା ଅକ୍ଷୟ କୁମାର ପୁଅଙ୍କ ହୃଦୟ,ବିବାହକୁ ନେଇକି କହିଲେ ଏହି କଥା ।

ବଲିଉଡ ଇଣ୍ଡଷ୍ଟ୍ରିକୁ ବର୍ଷକୁ ଚାରି ରୁ ପାଞ୍ଚଟି ଫିଲ୍ମ ଦେଉଥିବା ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମଗୁଡିକ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ହେଡଲାଇନରେ ରହୁଛନ୍ତି । ସୂଚନାଯୋଗ୍ୟ କି ଅକ୍ଷୟ କୁମାର ହିନ୍ଦୀ ସିନେମାର ‘କାକା’ କୁହାଯାଉଥିବା ପ୍ରସିଦ୍ଧ ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଛନ୍ତି ।

କହିରଖୁଛୁ କି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ବିବାହ ଜାନୁଆରୀ ୧୭,୨୦୦୧ ରେ ହୋଇଥିଲା । ଏହା ପରେ,୨୦୦୨ ରେ ପୁଅ ଆରବଙ୍କ ଜନ୍ମ ହେଲା ଆଉ ୨୦୧୨ ରେ ଝିଅ ନିତାରା ଙ୍କ ଜନ୍ମ ହୋଇଥିଲା । ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିବା ପରେ ଟ୍ୱିଙ୍କଲ ଖାନ୍ନା ଚଳଚ୍ଚିତ୍ର ଜଗତକୁ ଛାଡିଦେଲେ ଆଉ ବର୍ତ୍ତମାନ ସେ ଜଣେ ଲେଖିକା ଭାବରେ କାର୍ଯ୍ୟ କରୁଛନ୍ତି ।

କହିରଖୁଛୁ କି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ପ୍ରାୟତ ସେମାନଙ୍କ ପରିବାର ସହିତ ମଜାଳିଆ ଫୋଟୋ ସେୟାର କରନ୍ତି । ଏହି ସମୟରେ ଅକ୍ଷୟ କୁମାରଙ୍କ ପୁଅ ଆରବ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦର ଅଭିନେତ୍ରୀଙ୍କୁ ହୃଦୟ ଦେଇ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଆଲୋଚନା ହେଉଛି । ତେବେ ଆସନ୍ତୁ ଜାଣିବା କିଏ ସେ ଅଭିନେତ୍ରୀ ଯାହାକୁ ଅକ୍ଷୟ କୁମାରଙ୍କ ଗେଲ୍ହା ପୁଅ ଭଲପାଉଛନ୍ତି ?

ସର୍ବପ୍ରଥମେ ତ ଆମେ ଆପଣଙ୍କୁ ଏହା କହିବାକୁ ଚାହିଁବୁ କି ଅକ୍ଷୟ କୁମାରଙ୍କ ପୁଅ ଆରବ ଲୋକପ୍ରିୟ ଷ୍ଟାର ପିଲାମାନଙ୍କ ମଧ୍ୟରୁ ଜଣେ । ଏଥି ସହିତ, ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ ଭଲ ପ୍ରଶଂସକ ଅଛନ୍ତି ଏବଂ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏକ ସାକ୍ଷାତକାର ସମୟରେ ଟ୍ୱିଙ୍କଲ୍ ଖାନ୍ନା ତାଙ୍କ ପୁଅ ବିଷୟରେ କହିଥିଲେ ଯେ ତାଙ୍କ ପୁଅ ଆରବ ହେଉଛି।ବହୁତ ଲାଜକୁଳା ସ୍ଵଭାବର ଆଉ ଅତି ସ୍ଥିର ବ୍ୟକ୍ତି

ଟ୍ୱିଙ୍କଲ ଖାନ୍ନା କହିଥିଲେ କି ତାଙ୍କ ପୁଅ ଆରବ ଆଦୌ ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ରୋଷେଇ କରିବାକୁ ବହୁତ ଭଲ ପାଆନ୍ତି ଏବଂ ସେ ପ୍ରାୟତଃ ରୋଷେଇ ଘରେ ସାହାଯ୍ୟ କରୁଥିବାର ନଜର ଆସନ୍ତି । ବର୍ତ୍ତମାନ ଜାଣିବାକୁ ମିଳିଛି କି ଅକ୍ଷୟ କୁମାରଙ୍କ ପୁଅ ଆରବ ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି।

ଏହା କଥାର ଖୁଲାସା ଆରବ ନିଜେ କରିଛନ୍ତି । ସେ କହିଥିଲେ କି ସେ ଆଲିଆ ଭଟ୍ଟଙ୍କୁ ବହୁତ ପସନ୍ଦ କରନ୍ତି,ତାଙ୍କୁ ବିବାହ କରିବାକୁ ଚାହାଁନ୍ତି । କେବଳ ଏତିକି ନୁହେଁ ଆରବ କହିଛନ୍ତି କି ସେ ଆଲିଆ ଭଟ୍ଟଙ୍କ ସହ ଡେଟରେ ବି ଯିବାକୁ ଚାହୁଁଛନ୍ତି। ତେବେ ଏବେ ଯାଏଁ ପୁଅର ଏହି ବୟାନ ଉପରେ ଅକ୍ଷୟ କୁମାରଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସୂଚନାଯୋଗ୍ୟ କି ଆଲିଆ ଭଟ୍ଟ ଆଜିକାଲି ପ୍ରସିଦ୍ଧ ଅଭିନେତା ରଣବୀର କପୁରଙ୍କ ସହ ଡେଟ କରୁଛନ୍ତି ଏବଂ ସେମାନଙ୍କ ବିବାହ ବିଷୟରେ ଚର୍ଚ୍ଚା ମଧ୍ୟ ଜୋରସୋର ରେ ଚାଲିଛି । ତେବେ ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ‘ବଚ୍ଚନ ପାଣ୍ଡେ’, ‘ରକ୍ଷାବନ୍ଧନ’, ‘ରାମ ସେତୁ’, ‘ପୃଥୀରାଜ’, ‘ଗୋର୍ଖା’ ଏବଂ ‘ମିଶନ ସିଣ୍ଡ୍ରେଲା ‘ ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ।

Leave a Reply

Your email address will not be published. Required fields are marked *