ଆଜିକାଲି ଯୁବତୀ ମାନେ ମହରଗ ହୋଇ ଗଲେଣି,ଦେଖନ୍ତୁ ଓକିଲ ସାର କଣ କହୁଛନ୍ତି !

ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ । ତେବେ ଝିଅଟିଏ ବଡ ହୋଇଗଲେ ବାପା ମାଁଙ୍କର ଗୋଟିଏ ଚିନ୍ତା କିପରି ଭଲ ବର ଆଉ ଭଲ ଘର ଟିଏ ଦେଖି ଝିଅଟିକୁ ବିବାହ ଦେବେ । ଯେମିତି ଝିଅଟିଏ ସୁଖ ଶାନ୍ତିରେ ନିଜ ଜୀବନ କରିପାରିବ । ଆମ ଦେଶ ଏକ ପୁରୁଷ ପ୍ରାଧାନ୍ୟ ଦେଶ ହୋଇଥିଲେ ମଧ୍ୟ ବର୍ତମାନ ପରିସ୍ଥିତି କିଛି ପରିମାଣରେ ବଦଳି ଓଲଟ ପାଲଟ ହୋଇ ଯାଇଛି ।

ତାହାର ଏକ ଉଦାହରଣ ଦେବାକୁ ଯାଇ ଜଣେ ଓକିଲ ମିଡ଼ିଆ ସାମ୍ନାରେ ବର୍ତମାନ ସମୟରେ ଆଜିକା ସମାଜରେ କିଭଳି ଝିଅ ମାନେ ମହରଗ ହୋଇଗଲେଣି ତାହା ନେଇ ବଖାନିଛନ୍ତି । ଓକିଲ ଜଣକ କହିଛନ୍ତି ଝିଅ ମାନେ ଆଜି କାଲି ଆଉ ଶସ୍ତା ନାହାଁନ୍ତି ସେମାନେ ଅତ୍ୟନ୍ତ ମହରଗ ହୋଇ ଗଲେଣି । ଗୋଟିଏ ପୁଅ ପାଇଁ ଯେତେବଳେ ଝିଅଟିଏ ଖୋଜା ଯାଏ ଆଉ ଯଦି ସେ ପୁଅଟି ପ୍ରାଇଭେଟ୍ ଚାକିରୀ କିମ୍ବା ଗୋଟିଏ ଛୋଟିଆ ବିଜନେସ ଟେ କରିଛି ଅଥବା ସରକାରୀ ଚାକିରି ଟିଏ କରିନି କିମ୍ବା ଦୁର୍ଭାଗ୍ୟ ବଶତଃ ଚାକିରିଟିଏ ପାଉନି । ସେଭଳି ପରିସ୍ଥିତି ରେ ସେ ପୁଅର ବିଭାଗର ପାଇଁ ଝିଅଟିଏ ଖୋଜି ଖୋଜି ଅକ୍ଲାନ୍ତ ହୋଇଗଲେ ମଧ୍ୟ ମିଳୁନାହିଁ ।

ବର୍ତମାନ ସମୟରେ ଏହା ଘରେ ଘରେ ଚାଲିଛି ପ୍ରତ୍ୟେକ ଘରର କାହାଣୀ ଏଇଟା । ଏହା ସବୁଠାରୁ ସମସ୍ୟାର କଥା ଗୋଟିଏ ଭଲ ଝଅଟିଏ ମିଳିବା ବହୁତ କଷ୍ଟ ହୋଇ ପଡିଛି । ତେବେ ଏଠାରେ ମହରଗ ହୋଇଯିବା ଅର୍ଥ ପଞ୍ଚ ତାରକା ହୋଟେଲରେ ରହିବା । ଫ୍ଲାଇଟ ରେ ଯିବା ଆସିବା କରିବା, ଝିଅ ମାନେ ପୁଅଙ୍କ ପଦବୀ, ସମ୍ପତି, ପରିବାରର ପ୍ରତିଷ୍ଠା ଓ ରହଣି ଶୈଳୀ ଆଦିକୁ ଦେଖି ଆଖି ଆଗରେ ନଜରରେ ରଖି ବିବାହ କରନ୍ତି ତାଙ୍କୁ ଅଲଗା ଆଉ କିଛି ଦେଖା ଯାଉ ନଥିଲା ।

ସେମାନେ ଦେଖନ୍ତି କି ଏଇ ଲୋକର ବୟସ ହୋଇଗଲାଣି ଆଉ ତାପରେ ତାର ସବୁ ସମ୍ପତ୍ତିର ଅଧିକାରିଣୀ ସେମାନେ ହିଁ ହୋଇଯିବେ । ତାର ଗୋଟେ ଛୋଟ ଉଦାହରଣ ଦେଇ ସେ ବୁଝାଇ ଥିଲେ ଯେ । ସାଧାରଣତଃ ଆମେ ବଜାରକୁ ଯାଇ ସାମାନ୍ୟ ବାଇଗଣ ଟିଏ କିଲୋ ୧୦ ଟଙ୍କା କି ୧୫ ଟଙ୍କା ହିସାବରେ କିଣିବାକୁ ହେଲେ ସେତେବଳେ ସେ ପୁରା ନଖ ମାରି ହାତ ମାରି କଉ ବାଡିରୁ ଆସିଛି ଇତ୍ୟାଦି ଇତ୍ୟାଦି ଯାଞ୍ଚ ପରତାଳ କରି ଶେଷରେ କିନୁଛି । ଆଉ ଯଦି ଜଣେ ଜୀବନ ସାରା ପାଇଁ ଜଣଙ୍କ ସହିତ ରହିବ ତାକୁ ବିବାହ କରିବ, ତେବେ ସେ କେତେ ତର୍ଜମା କରିବ ଏଠାରୁ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *