ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।ଟେକ୍ନୋଲୋଜି ର ଏହି ଯୁଗରେ ଦୁନିଆରେ କେଉଁଠି କେଉଁ ଜାଗାରେ କଣ ଘଟୁଛି ତାହା ଦେଖିବା ଓ ଜାଣିବା ଆମ ସମସ୍ତଙ୍କ ପାଇଁ ବହୁତ ସହଜ ପାଲଟି ଯାଇଛି ।
ଏହା ପଛରେ ଏକ ମାତ୍ର କାରଣ ହେଉଛି ସିସିଟିଭି ଏବଂ ସୋସିଆଲ ମିଡ଼ିଆ । କିନ୍ତୁ ବେଳେ ବେଳେ ଏହି କ୍ୟାମେରା ଗୁଡ଼ିକରେ କିଛି ଏଭଳି ଘଟଣା ରେକର୍ଡ ହୋଇ ଯାଇଥାଏ ଯାହାକୁ ଦେଖି ପ୍ରତ୍ୟେକ ଲୋକର ହୋସ ଉଡିଯାଏ । ତେବେ ଚାଲନ୍ତୁ ଏବେ ଆମେ ଆପଣ ମାନଙ୍କୁ ସେମିତି କିଛି ଘଟଣା ସମ୍ପର୍କରେ ଜଣାଇବୁ ।
୧. ନ୍ୟୁଅର୍କରେ ଖେଳା ଯାଉଥିବା ଏକ ବେସ ବଲ୍ ମ୍ୟାଚରେ ଦର୍ଶକ ମାନଙ୍କ ମଧ୍ୟରୁ ଏକ ଯୁବକ ଗୋଟିଏ ପାଣି ବୋତଲକୁ ଖୋଲିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କୁ ଜଣା ନଥିଲା ଯେ ତାଙ୍କର ଏହି ଭିଡିଓ କ୍ୟାମେରା ରେ କଏଦ ହେଉଛି । ଯିମ୍ ରେ ଏକ୍ସର୍ସାଇଜ୍ ହେତୁ ତାର ବାଇସେପ ଏତେ ଟାଇଟ୍ ହେଇଯାଇଥିଲା ଯେ ସେ ଶେଷ ପର୍ଯ୍ୟନ୍ତ ବୋତଲକୁ ଖୋଲି ପାରିଲା ନାହିଁ।
୨. କ୍ରିକେଟ୍ ଖେଳ ରେ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ରୁ ବଞ୍ଚିବା ପାଇଁ ଡ୍ରାଇଫ ମାରୁଥିବାର ନିଶ୍ଚୟ ଦେଖିଥିବେ।କିନ୍ତୁ ସବ୍ ବଲ୍ ମ୍ୟାଚ୍ ରେ ସେମିତି ହେଇ ନଥାଏ।ଏହି ଭିଡିଓ ରେ ଖେଳାଳି ଟିର ଏଭଳି ଡ୍ରାଇଭ୍ ତାକୁ ସେଦିନ ଜମ ଲୋକ କୁ ପଠେଇ ଦେଇଥାନ୍ତା।
୩. ଥାଇଲାଣ୍ଡ ରେ ଖେଳା ଯାଉଥିବା ଏହି ଫୁଟବଲ୍ ମ୍ୟାଚରେ ଗୋଲ୍ ମିସ୍ ହେବା ପରେ ବି ପବନ ଯୋଗୁଁ ବଲଟି ନେଟ୍ ଭିତରକୁ ଚାଲିଗଲା
୪. ଗୋଟିଏ ବସ୍କେଟ ବଲ ଖେଳାଳି ହଠାତ୍ ଏମିତି କାମ କରିଦେଲା ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା।ଏହି ବସ୍କେଟ୍ ବଲ ଖେଳାଳି ନେଟ ଭିତରେ ବଲ ପକେଇବା ବଦଳରେ ନିଜେ ନେଟ ଭିତରେ ପଶିଗଲା।
୫.ଏକ ଭଲିବଲ୍ ମ୍ୟାଚ ରେ ଜଣାଥିଲା ଯେ ବଲ ଛାତିରେ ବାଜିଲେ ପଏଣ୍ଟ ମିଳିବ,ମାତ୍ର ଆଶ୍ଚର୍ଯ୍ୟ ର କଥା ବଲ ଟି ଛାତରେ ଲାଗି ରହିଯାଇଥିଲା।