ଏହି ବରଫାବୃତ ଚଟାଣରେ ଲୁଚି ବସିଛି ମାରାତ୍ମକ ଚିତାବାଘ,କଣ ଆପଣଙ୍କୁ ଏହି ଫଟୋରେ ଦେଖାଯାଉଛି? 99 ପ୍ରତିଶତ ଉତ୍ତର ଦେବାରେ ଫେଲ !

ସୋସିଆଲ ମିଡିଆରେ ଆଜିକାଲି Find The Object Puzzle ଅର୍ଥାତ ଏକ ଫଟୋରେ କିଛି ଜିନିଷ ଖୋଜିବାର ଖେଳ ଟ୍ରେଣ୍ଡ ରେ ଚାଲୁଛି। ଏଥିରେ ଆଖି ଏବଂ ମନର ଏକଗ୍ରତା ଅତ୍ୟନ୍ତ ଆବଶ୍ୟକ ଅଛି। ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ତୁଷାର ଚିତାବାଘ ଅର୍ଥାତ୍ ତୁଷାରପାତ ମଧ୍ୟରେ ଚିତାବାଘକୁ ଖୋଜିବାକୁ ଚ୍ୟାଲେଞ୍ଜ ଦେଉଛୁମ। ଯଦି ଆପଣଙ୍କର ଏକାଗ୍ରତା ଭଲ,ତେବେ ଏହି ଫଟୋରେ ତୁଷାର ଚିତାକୁ ଖୋଜନ୍ତୁ।

ଏହି ବରଫାବୃତ ଚଟାଣରେ ଲୁଚି ରହିଛି ଚିତାବାଘ, କଣ ଆପଣ ଦେଖିପାରିଲେ?

ଏହି ସୁନ୍ଦର ଫଟୋ ଫଟୋଗ୍ରାଫର ସୌରଭ ଦେଶାଇ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଏକ ସୁନ୍ଦର ଦୃଶ୍ୟ ଦେଖାଯାଉଛି ଯେଉଁଥିରେ ପଥର ଉପରେ ବହୁତ ବରଫ ଲାଗିହୋଇରହିଛି। କିନ୍ତୁ ଏହି ବରଫାବୃତ ଚଟାଣ ମଧ୍ୟରେ ଏକ ଚିତା ଲୁଚି ରହିଛି। ଅନେକ ଲୋକ ଏହାକୁ ଖୋଜିବାକୁ ଚେଷ୍ଟା କଲେ କିନ୍ତୁ ଏହା ପାଇଁ ଅତ୍ୟନ୍ତ ଜଟିଳ ଥିଲା।

ତେବେ ଚାଲନ୍ତୁ ଆମର ମସ୍ତିଷ୍କକୁ ଟିକେ ଦୌଡାଇବା ଏବଂ ଏହି ଚିତାବାଘକୁ ଖୋଜିବା। ହିମାଳୟର ଏହି ବରଫାବୃତ ଭୂମିରେ ତୁଷାର ଚିତାବାଘ ଦେଖିବାକୁ ମିଳିଥିଲା। ଏହା ଏକ ବହୁତ ଭଲ ଶିକାରୀ। ଚିତାବାଘର ରଙ୍ଗ ଏଠାରେ ଥିବା ପଥର ସହିତ ବହୁତ ସମାନ। ତେଣୁ ଏହାକୁ ଏହି ଫଟୋରେ ସହଜରେ ପାଇବା କଷ୍ଟକର।

ଫଟୋଗ୍ରାଫର ସୌରଭ ଦେଶାଇ ଏହି ପଜଲ୍ ଖେଳର ଫଟୋ ବ୍ୟତୀତ ଅନ୍ୟ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ ତୁଷାର ଚିତାବାଘ କିପରି ଦେଖାଯାଏ ଆପଣ ଭଲ ଭାବରେ ଦେଖିପାରିବେ।

ଏହି ଫଟୋଗୁଡିକ ସେୟାର କରି ସୌରଭ ଲେଖିଛନ୍ତି, “ଏହି ତୁଷାର ଚିତାବାଘର ଫଟୋ ଭାଇରାଲ ହେଉଛି ଏବଂ ମୁଁ ଖୁସି ଯେ ଲୋକମାନେ ଏହି ଫଟୋରେ ତୁଷାର ଚିତାବାଘକୁ ଖୋଜିବାର ମଜା ଉଠାଉଛନ୍ତି।

ତୁଷାର ଚିତାବାଘକୁ ପର୍ବତର ରାଜା ମଧ୍ୟ କୁହାଯାଏ। ଏହା କେବଳ ହିମାଳୟର ବରଫ ପାହାଡରେ ବାସ କରେ। ଏହା ପଥର କୁ ପଥର ଆଶ୍ଚର୍ଯ୍ୟଜନକ ଭାବରେ ଡେଇଁଥାଏ। ଲୋକମାନେ ଏହାକୁ ‘ପାହାଡ଼ର ଭୂତ’ ବୋଲି ମଧ୍ୟ କୁହନ୍ତି।

ଏଠାରେ ଲୁଚିରହିଛି ଚିତାବାଘ।

ଯଦି ଆପଣ ତଥାପି ଏହି ଫଟୋରେ ଚିତାବାଘକୁ ଖୋଜିପାଇପାରୁନାହାନ୍ତି। ତେବେ ଆସନ୍ତୁ ଆମେ ଆପଣଙ୍କୁ ଦେଖାଇବୁ। ଏହି ଚିତାବାଘ ଫଟୋର ବାମ ପାର୍ଶ୍ୱରେ ବସିଛି ଯେଉଁଠାରେ ବରଫର ଲାଇନ ଶେଷ ହେଉଛି।

Leave a Reply

Your email address will not be published. Required fields are marked *