“ରିଅଲ୍ ଲାଇଫ୍ ରେ ମୁଁ ସବୁବେଳେ ରୋମାଣ୍ଟିକ୍ ଆଉ ରିଲ୍ ରେ ଦରକାର ପଡ଼ିଲେ” – କୁସୁମ ତ୍ରିପାଠୀ

ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ସେହି ସବୁ ମଧ୍ୟରୁ ଅନେକ ଭିଡିଓ ସିନେ ଷ୍ଟାର ମାନଙ୍କ ଉପରେ ଥାଏ।ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି।

ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେହିଭଳି ଆମ ରାଜ୍ୟରେ ମଧ୍ୟ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ଅନେକ କଳାକାର ମାନେ ସର୍ବଦା ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି।

ଆମେ ଆପଣଙ୍କୁ ଏକ ଅଭିନେତ୍ରୀ କୁସୁମ ତ୍ରିପାଠୀଙ୍କ ବିଷୟରେ କହିବୁ ଯିଏକି ଫିଲ୍ମ ଓ ସିରିଏଲରେ ୮୦ ଜଣଙ୍କ ପତ୍ନୀ ହୋଇସାରିଛନ୍ତି । ଅଭିନେତ୍ରୀ ଜଣଙ୍କୁ ଯେତେବେଳେ ରୋମାଣ୍ଟିକ ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମୁଁ ରିଅଲ ଲାଇଫରେ ସବୁବେଳେ ରୋମାଣ୍ଟିକ, କିନ୍ତୁ ରିଲ ଲାଇଫରେ ଦରକାର ପଡିଲେ ଆମେ ରୋମାଣ୍ଟିକ ହବୁ, ନଚେତ କାହିଁକି ହବୁ? ଏହା ପରେ ତାଙ୍କୁ ପ୍ରଶ୍ନ କରାଗଲା ରିଲ ଲାଇଫର କାହାର ପତ୍ନୀ ହେବାକୁ ସେ ଅଧିକ ପସନ୍ଦ କରନ୍ତି ।

ଯାହାର ଜବାର ସେ କହିଲେ କି ମୁଁ ସମସ୍ତଙ୍କ ସହ ଅଭିନୟ କରିଛି । କିନ୍ତୁ ମୁଁ ଅଶ୍ରୁ ଭାଇଙ୍କ ସ୍ତ୍ରୀ ଭୂମିକା ଅଧିକା କରିଛି। ମୋର ପାଖାପାଖି ୮୦ ଜଣ ସ୍ଵାମୀ ହେବେ ଫିଲ୍ମ ଓ ସିରିଏଲରେ । ଯେତେବେଳେ ଯେଉଁ ସମୟରେ ସେମାନେ ମୋ ଅପୋଜିଟରେ ଯାହାକୁ ରଖନ୍ତି ମୁଁ ତାଙ୍କ ସହ ଅଭିନୟ କରିଥାଏ । ମୁଁ ନିଜ ଇଚ୍ଛାରେ ସ୍ଵାମୀ ବାଛି ନାହିଁ । ଯେଉଁଠି ସେମାନେ ଯାହା ସହିତ ଯୋଡି କରନ୍ତି ମୁଁ ତାଙ୍କ ସହ ଅଭିନୟ କରିନିଏ । ଅଭିନେତ୍ରୀ ଜଣକ ଆଗକୁ କହିଲେ କି ପୂର୍ବେ କାମ କରିବାକୁ ଭଲ ଲାଗୁ ଥିଲା ।

ମଣିଷର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଥିଲା ।ଆମର ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ଥିଲା ଭଲ ପାଇବା ଥିଲା । ସିନିୟର କଳାକାରମାନଙ୍କୁ ଆମେ ସମ୍ମାନ ଦେଉଥିଲୁ । ସ୍ଵର୍ଗତ ବିଜୟ ଭାଇ ଓ ମିହିର ଭାଇ ଯେଉଁମାନେ କି ଚାଲିଗଲେଣି, ସ୍ମେଆନେ ଯେଉଁଠି ବସୁଥିଲେ ଆମେ ସେଠି ଛିଡା ହୋଇ ରହୁଥିଲୁ । ମୁଁ ପାଖାପାଖି ସବୁ ହିରୋ ଓ ହିରୋଇନଙ୍କ ସହ କାମ କରିସାରିଛି ।

ମୋର ୫୦ ରୁ ବି ଅଧିକ ଫିଲ୍ମ ଋଲ୍ଜ ହୋଇଥିବ । କିନ୍ତୁ ଆମେ ଆମର ଜାଗାରେ ରହୁ ।ଆମେ କେବେ ବି ସୀମା ପାର କରି ନ ଥାଉ । କିନ୍ତୁ ଆଜିକାଲି ଝିଅମାନଙ୍କର ସିନିୟରମାନଙ୍କୁ ସେତିକି ସମ୍ମାନ ଦବାର ନାହିଁ । ଅଭିନେତ୍ରୀ ଜଣକ ଆଗକୁ କହିଲେ କି କେତେକ ଜାଗାରେ ଆମକୁ ଲୋକମାନେ ବହୁତ ସମ୍ମାନ ବି ଦିଅନ୍ତି । କେତେକ ଦୋକାନରେ ଆମେ ଖାଇବା ପରେ ଲୋକମାନେ ଆମ ଠାରୁ ଟଙ୍କା ନିଅନ୍ତି ନାହିଁ । କିନ୍ତୁ ଆମେ ଟଙ୍କା ଦେଇ ଆସି ଥାଉ ।

Leave a Reply

Your email address will not be published. Required fields are marked *