କିଛି ଦିନ ହେବ ଆମେ ଲଗାତାର ଏକ ନିରୀହ ଶିଶୁ ର ସସ୍ଥ୍ୟ ଅବସ୍ଥା କୁ ନେଇ ଖବର ଶୁଣିବା କୁ ପାଉଥିଲୁ । କନ୍ଧମାଳ ଫୁଲବାଣୀ ବ୍ଲକ୍ ଗୁଞ୍ଜପଡ଼ା ଆମ୍ବପଡା ଗାଁର ଦେଢ଼ ବର୍ଷର ଶିଶୁ ରାଜବୀର ରଣା କ ର ବିଷୟ ରେ ଯିଏ କୁ ବିରଳ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ରୋଗରେ ପୀଡିତ ହୋଇ ଏବେ ଜୀବନ ଯନ୍ତ୍ରଣା ଭୋଗୁ ଥିବାବେଳେ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ କାରଣ ତାଙ୍କୁ ଚିକିତ୍ସା ପାଇଁ ଦରକାର ପଡ଼ୁଛି ଅନେକ ଅର୍ଥ ।
୧୬୦୦ କୋଟି ହେଲେ ରାଜବୀରର ହେବ ଅସ୍ତ୍ର ଉପଚାର ଏପରିକି ତାଙ୍କ ଚିକିତ୍ସା ପାଇଁ ସମଗ୍ର ରାଜ୍ୟ ସମେତ ବଲିଉଡ୍ ର ଅଭିନେତା ମଧ୍ୟ ରାଜବୀରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି । ୧୯ ମାସର କୁନି ଶିଶୁ ରାଜବୀର । ଏସଏମଇ ପରି ବିରଳ ରୋଗରେ ପୀଡିତ ଏହି କୁନି ଶିଶୁଟି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ ଜାରି ରଖିଛି ।
ଏତେ ସବୁ ଘଟଣା ଭିତରେ ଏବେ ସାମ୍ନା କୁ ଆସିଚି ଏହି ଘଟଣା ରେ ନୁଆ ମୋଡ଼ । ଶୁଣିବାକୁ ମିଳିଛି କିଁ ରଜବୀର୍ ଙ୍କ ମା ବାପା ତାଙ୍କ ନିଜର ପରିଚୟ ଲୁଚାଇଛନ୍ତି । ଯାହା କି ଏବେ ସବୁ ଠାରୁ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିବା ସହିତ ସାରା ଓଡିଶା ବାସୀ କୁ ଚକିତ କରିଥିଲା । ତେବେ ଏହି ରାଜବୀର ଙ୍କ ଘଟଣା ରେ ଅନେକ ଲୋକ ଙ୍କ ନାମ ଉଠିଥିଲା ଓ ଏହି ପିଲା ଟି କାହାର ବୋଲି ମଧ୍ୟ ସନ୍ଦେହ ଉଠିଥିଲା ।
ତେବେ ରାଜବୀର ଙ୍କ ମା ବାପା ଦୁହେଁ ଗଣମାଧ୍ୟମ ସାମ୍ନା ରେ କାନ୍ଦି କାନ୍ଦି କହିଛନ୍ତି ଯେ ପିଲା ଟି ତାଙ୍କର ବୋଲି । ତେବେ ଏଭଳି ପରସ୍ଥିତିରେ ରାଜବୀର ପାଇଁ ହେଉଥିବା କ୍ରାଉଡ ଫଣ୍ଡିଂ, ପିତାମାତାଙ୍କ ବ୍ୟବହାର ଏବଂ ଆୟ ଅନ୍ୟ କିଛି ଜିନିଷକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ଟାମଲିକା କହିଛନ୍ତି ରାଜବୀର ବିରଳ ରୋଗରେ ପୀଡିତ ଥିବା ଏକ କୁନି ଶିଶୁ । ବିଭିନ୍ନ ସମୟରେ ଆମକୁ ସମସ୍ତେ ଶୋଷଣ କରିଛନ୍ତି ବୋଲି କହିଥିଲେ ରାଜବୀରର ମା ଟାମଲିକା ।
ପ୍ରଥମେ ରାଜବୀରର ସହାୟତା ପାଇଁ ଦେବବ୍ରତ ଷଡଙ୍ଗୀ ହାତ ବଢାଇଥିଲେ । ମାତ୍ର ଦେବବ୍ରତ ରାଜନୀତି କରିବାକୁ ଚାହିଁବାରୁ ଆମେ ଓହରି ଯାଇଥିଲୁ । ପରବର୍ତ୍ତୀ ସମୟରେ ଅମିତ ଏବଂ ସୁଜାତା ମଧ୍ୟ ସହାୟତାର ହାତ ବଢାଇଥିଲେ । ତେବେ ସେମାନେ ପଛକୁ ଫେରିବା ସହିତ ଦେଇଥିବା ସହାୟତା ରାଶି ମଧ୍ୟ ଫେରାଇ ନେଇଥିଲେ । ଦେବବ୍ରତ ସେମାନଙ୍କୁ ୪୦ ହଜାର ଟଙ୍କା ମାଗିଥିବା ନେଇ କହିଥିଲା ଟାମଲିକା
ଅନୁ ଯେଉଁଭଳି ଭାବରେ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନରେ ସେ ବହୁତ ଭଲ ବୋଲି କହିଥିଲେ ଟାମଲିକା । ଅନୁ ତାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧିବାକୁ କହିଥିବା ବେଳେ ପଇସା ସମ୍ପର୍କରେ କାହାକୁ ନ ଜଣେଇବାକୁ କହିଥିଲେ । ନିଜ ଛୁଆ ପାଇଁ ନିଜେ ସେ ନିଜର ସମସ୍ତ ଅଙ୍ଗ ବିକ୍ରି କରିଦେବା ପାଇଁ ବି ପ୍ରସ୍ତୁତ ବୋଲି କାନ୍ଦି କାନ୍ଦି କହିଥିଲେ ଟାମଲିକା । ବାସ୍ତବ ରେ ଜଣେ ମାଆ ଓ ବାପା କେଉଁ ପରିସ୍ଥିତି ରେ ପଡ଼ିଲେ ଏପରି କହିପାରିବେ ଦେଖନ୍ତୁ ।