ବହୁତ ଗରିବ ଅବସ୍ଥାରେ ଦିନ କାଟୁଛନ୍ତି ସିଏମ୍ ଯୋଗୀଙ୍କ ବଡ ଭଉଣୀ,ଭାଇଙ୍କ ବିଜୟ ପାଇଁ ସବୁବେଳେ କରନ୍ତି ପୂଜା |

ପିଏମ ମୋଦୀଙ୍କ ପରି ସିଏମ ଯୋଗୀଙ୍କ ପରିବାର ମଧ୍ୟ ଏକ ସାଧାରଣ ଜୀବନଯାପନ କରନ୍ତି | ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ତାଙ୍କ ପୁରା ପରିବାରର ଜୀବନଶ ଶୈଳୀ ପ୍ରଥମେ ଯେମିତି ଥିଲା ଆଜି ବି ଠିକ ସେମିତି ଅଛି | ସାତ ଭାଇ-ଭଉଣୀଙ୍କ ମଧ୍ୟରେ ସିଏମ୍ ଯୋଗୀ ପଞ୍ଚମ ସ୍ଥାନରେ ଅଛନ୍ତି | ତାଙ୍କର ସବୁଠାରୁ ବଡ଼ ଭଉଣୀ ଆଉ ତାଙ୍କ ପରିବାର ଗୋଟେ ଛୋଟ ଖାଇବା-ପିଇବା ଦୋକାନ ଚଳାଇ ନିଜର ଜୀବନ ଅତିବାହିତ କରନ୍ତି | ତାଙ୍କ ସାନଭାଇ ଯୋଗୀ ଆଦିତ୍ୟନାଥଙ୍କ ପୁଣିଥରେ ସିଏମ୍ ବନନ୍ତୁ ଆଉ ସେ ଏଇଥିପାଇଁ କଣ କରୁଛନ୍ତି ଆମେ ଆପଣଙ୍କୁ ଆଗକୁ ଜଣେଇବୁ |

ନିଜ ଭାଇଙ୍କର ସଫଳତା କାମନା କରିବା ପାଇଁ ଯୋଗୀଙ୍କ ଭଉଣୀ ପୌଡି ଗାଢଵାଲରେ ବିଶ୍ୱାସର କେନ୍ଦ୍ର ନୀଳକଣ୍ଟ ମହାଦେବଙ୍କ ନିକଟରେ ପ୍ରତିଦିନ ପ୍ରାର୍ଥନା ଆଉ ପୂଜା କରନ୍ତି | ଅନେକ ବର୍ଷ ହେଲା ଭାଇ ଭଉଣୀଙ୍କ ମଝିରେ ଏକ ଦୂରତା ଅଛି,କିନ୍ତୁ ଭଉଣୀଙ୍କ ପାଖରେ ତାଙ୍କ ଛୋଟ ଭାଇଙ୍କର ବହୁତ ସାରା ସ୍ମୃତି ଅଛି |

ୟୁପିର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ହେବା ପରେ ମଧ୍ୟ ସରଳତା ଆଉ ପରିଶ୍ରମ ପାଇଁ ଜଣା-ଶୁଣା ଏହି ପରିବାରର ଜୀବିକା ମଧ୍ୟ ନୀଳକଣ୍ଟ ମହାଦେବଙ୍କ ପ୍ରସାଦରୁ ଚଳିଥାଏ | ଅନେକ ବର୍ଷରୁ ନିଜ ଭାଇଙ୍କ ଠାରୁ ଦୂରରେ ରହୁଥିବା ଏହି ଭଉଣୀଙ୍କ ହୃଦୟରେ ଭାଇ ଯୋଗୀଙ୍କର ବହୁତ ସ୍ମୃତି ଅଛି |

ଯୋଗୀ ଆଦିତ୍ୟନାଥ ମୂଳତ :-

ଉତ୍ତରାଖଣ୍ଡର ଯମକେଶ୍ୱର ଅଞ୍ଚଳର ଅଟନ୍ତି | ସେ ଏଠାରେ ଏକ ଛୋଟ ଗାଁ ପଞ୍ଚୁରରେ ଜନ୍ମଗ୍ରହଣ କରିଥିଲେ | ଯମକେଶ୍ୱରରେ ହିଁ ତାଙ୍କ ଗୁରୁଙ୍କ ଶରଣରେ ଆସି ଯୋଗୀ ସନ୍ନ୍ୟାସ ଗ୍ରହଣ ନେଇଥିଲେ | ଯୋଗୀଙ୍କ ନେତୃତ୍ୱରେ ଏଥର ବିଜେପି ଉତ୍ତରପ୍ରଦେଶ ନିର୍ବାଚନରେ ​​ଲଢୁଛି ଆଉ ତାଙ୍କ ପରିବାର ଏହି ଯୁଦ୍ଧରେ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି | ତାଙ୍କ ପରିବାର ଏବେ ବି ପଞ୍ଚୁରରେ ରୁହନ୍ତି | ତାଙ୍କ ବାପାଙ୍କର ଏହି କିଛି ସମୟ ପୂର୍ବରୁ ଦେହାନ୍ତ ହୋଇଥିଲା | ସାତ ଭାଇଭଉଣୀଙ୍କ ମଧ୍ୟରୁ ପଞ୍ଚମ ଯୋଗୀଙ୍କ ବଡ ଭଉଣୀ ହେଉଛନ୍ତି ଶଶି, ଯାହାଙ୍କର ଏକ ଛୋଟ ଦୋକାନ ଅଛି |

ଯୋଗୀଙ୍କ ଭଉଣୀ ଶଶି କୋଠର ଗାଁର ପୂର୍ଣ୍ଣା ସିଂ ପୟାଲ ଙ୍କୁ ବିବାହ କରିଥିଲେ | ଶଶି ତାଙ୍କ ସ୍ୱାମୀଙ୍କ ସହ ପ୍ରତିଦିନ ଗାଁଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ନୀଳକଣ୍ଟ ମହାଦେବଙ୍କ ନିକଟରେ ପହଞ୍ଚନ୍ତି | ସେଠାରେ ତାଙ୍କର ମନ୍ଦିରର ପ୍ରସାଦ ଆଉ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଏକ ଛୋଟ ଦୋକାନ ଅଛି | ଶଶି କହିଛନ୍ତି ଯେ ପ୍ରତିଦିନ ସେ ନିଜ ଭାଇର ସଫଳତା ପାଇଁ ନୀଳକଣ୍ଟ ମହାଦେବଙ୍କୁ ପ୍ରାର୍ଥନା କରନ୍ତି | ଏହା ସତ୍ତ୍ୱେ କି ଶଶି ଆଉ ଯୋଗୀଙ୍କ ମଧ୍ୟରେ ବର୍ଷର ଦୂରତା ହୋଇସାରିଛି |

ଯୋଗୀଙ୍କର ସନ୍ୟାସ ନେବା ପରେ ବନ୍ଦୀ ନାହାଁନ୍ତି ରାକ୍ଷୀ :-

ଶଶି କହିଛନ୍ତି ଯେ 28 ବର୍ଷରୁ ସେ ଭାଇଙ୍କ ହାତରେ ବାନ୍ଧି ନାହାଁନ୍ତି ରାକ୍ଷୀ | ପ୍ରତ୍ୟେକ ପର୍ବରେ ନିଜ ଭାଇଙ୍କ ପାଖକୁ ରାକ୍ଷୀ ନିଶ୍ଚିତ ଭାବରେ ପଠାଉଥିବା ଶଶି କହିଛନ୍ତି ଯେ ଯୋଗୀ 1994 ରେ ସନ୍ୟାସ ନେଇଯାଇଥିଲେ ଆଉ ସେଇଥି ପାଇ ସେବେଠାରୁ ସେ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିନାହାନ୍ତି | ଶଶି କହିଛନ୍ତି ଯେ ଯୋଗୀ ତାଙ୍କ ହାତରେ ରନ୍ଧା ଖାଇବାକୁ ମଧ୍ୟ ବହୁତ ପସନ୍ଦ କରୁଥିଲେ, କିନ୍ତୁ ଅନେକ ବର୍ଷ ଧରି ଦୁହେଁ ଏକା ସାଙ୍ଗରେ ଭୋଜନ କରିନାହାନ୍ତି |

ଶଶିଙ୍କର ମନେ ଅଛି ଯେ ପିଲାଦିନରୁ ଯୋଗୀଙ୍କର ସ୍ଵଭାଵ ଅଲଗା ଥିଲା | ସେ ଗମ୍ଭୀର ପ୍ରକୃତିର ଥିଲେ,ତେଣୁ ସେ ସନ୍ନ୍ୟାସ ରାସ୍ତାରେ ଗଲେ | ଏମିତିରେ ଯୋଗୀଙ୍କ ପରିବାର ନିଜର ସରଳତା ପାଇଁ ପୁରା ଅଞ୍ଚଳରେ ଜଣାଶୁଣା ଅଟନ୍ତି | ତାଙ୍କ ଭାଇଭଉଣୀମାନେ ସାଧାରଣ ଅବସ୍ଥାରେ କଠିନ ପରିଶ୍ରମ କରି ନିଜର ଜୀବିକା ନିର୍ବାହ କରନ୍ତି | ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରିବାର ବୋଲି ଗର୍ବ କରନ୍ତି ନାହିଁ | ସେମାନେ କେବଳ ଯୋଗୀଙ୍କ କଲ୍ୟାଣ ଆଉ ସଫଳତା ପ୍ରାର୍ଥନା କରନ୍ତି |

Leave a Reply

Your email address will not be published. Required fields are marked *