ପ୍ରତିଶୋଧରୁ ହତ୍ୟା ! ଖଳନାୟିକା ସାଜିଲା ପ୍ରେମିକା, ବରବେଶରେ ସଜେଇ ହେବା ପୂର୍ବରୁ ବାସୁଦେବଙ୍କ କୋକେଇ ଉଠିଲା,ଜାଣନ୍ତୁ ପୁରା ଘଟଣା

ତୁଷୁରା ଥାନା ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ରାହୁଲ ନଦୀ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବୁଧବାର ସନ୍ଧ୍ୟା ସମୟରେ ଠାବ ହୋଇଥିଲା । ଶରୀର ଅଣ୍ଟାରୁ ଉପରକୁ ପୋଡି ଯିବା ସହ ମୁଣ୍ଡରେ ଭୁଜାଲି ଆଘାତ ଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର୍ ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ ଗତ ୧୨ ତାରିଖ ସନ୍ଧିସରା ଗାଁର ସ୍ଥିତ ପିଉସୀ ପୁଅ ପାଖକୁ ଆସିଥିଲେ । ବାସୁଦେବ କୌଣସି କାମରେ କର୍ଲାଖମନ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିଲେ ।

ପରିବାର ଲୋକେ ନିଖୋଜ ହେବା ଜାଣିବା ପରେ କର୍ଲାଖମନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବାସୁଦେବଙ୍କ ପତ୍ତା ମିଳି ନଥିଲା । ପରେ କଣ୍ଟାମାଳ ଥାନାରେ ବାସୁଦେବ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । କଣ୍ଟାମାଳ ପୁଲିସ ଓ ତୁଷୁରା ପୁଲିସ ମିଳିତ ଭାବରେ ତଦନ୍ତ କରିଥିଲେ ମଧ୍ୟ କିଛି ପତ୍ତା ପାଇ ନଥିଲେ । ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ କର୍ଲାଖମନ ରାହୁଲ ନଦୀ କୂଳରେ ବରିଘାଟର ନିକଟ ଏକ ନାଳରେ ଏକ ଶବକୁ ପ୍ରାୟ ୮୦ ପ୍ରତିଶତ ପୋଡି ଦିଆଯାଇଥିଲା । ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳ ପହଞ୍ଚି ମୃତଦେହ ବାସୁଦେବର ବୋଲି ଦାବି କରିଥିଲେ।

ମୁଣ୍ତରେ ଭୁଜାଳି ଆଘାତ ହୋଇଥିବାରୁ ହତ୍ୟା କରାଯାଇଥିବା ସନ୍ଧେହ କରଯାଇଛି । ଏନେଇ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ ତୁଷୁରା ଥାନାରେ ହତ୍ୟା କରାଯାଇଥିବା ଲିଖିତ ଭାବରେ ଅଭିଯୋଗ କରିବା ପରେ ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶିକ୍ଷକ ବାସୁଦେବଙ୍କ ବାହାଘର ହେବାର ଥିଲା । ବାହାଘର ପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା ।  କିନ୍ତୁ ବାହାଘରର ୧୪ ଦିନ ଆଗରୁ ୧୧ ଦିନ ହେଲା ନିଖୋଜ ଥିବା ବାସୁଦେବଙ୍କ ଦରପୋଡା ଶବ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି  ।

ବାସୁଦେବ କର୍ଲାଖମନ ଗାଁର ଜଣେ ଝିଅ ସହ ୪ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିବା ସହ ସେ ବିଭିନ୍ନ ସମୟରେ ଗାଁରୁ ୨ ଶହ ମିଟରରେ ଥିବା ଏକ ଜଙ୍ଗଲରେ ପ୍ରମିକା ସହ ଭେଟ ହେଇଆସୁଥିବା ଚର୍ଚ୍ଚା ହେଉଛି । ୧୨ ତାରିଖ ରାତ୍ରିରେ ପ୍ରେମିକ ଜଣକୁ ଫୋନରେ ଭେଟ ହେବା ପାଇଁ ଅନୁରୋଧ କରିଥିଲା ।ବାସୁଦେବର ବାହାଘର ଅନ୍ୟ ଏକ ଝିଅସହ ହେବାକୁ ଥିବାରୁ ଏହା ଶେଷ ଭେଟ ବୋଲି କହି ପ୍ରେମିକା ଜଣ ବାରମ୍ବାର ଆସିବାକୁ କହିଥିବାର ବାସୁଦେବଙ୍କ ସମ୍ପର୍କିୟ କହିଥିଲେ ।

ଯାହାଦ୍ୱାରା ବାଧ୍ୟ ହୋଇ ତାର ୨ଜଣ ସମ୍ପର୍କିୟ ଭାଇଙ୍କ ସହ ଆସିବା ପରେ କିଛି ଦୂରରେ ସେମାନଙ୍କୁ ଛାଡି ଦେଇ ଭେଟ ପାଇଁ ବାସୁଦେବ ଆସିଥିଲେ । ହେଲେ ବାସୁଦେବଙ୍କୁ ତାଙ୍କ ପ୍ରେମିକା ସେଇ ଜଙ୍ଗଲରେ ଶଙ୍ଖା ସିନ୍ଦୁର ପିନ୍ଧାଇବାକୁ ବାଧ୍ୟ କରିଥିଲେ ଆଉ ବାସୁଦେବ ମନା କରିଦେବା କାରଣରୁ ହତ୍ୟା କରାଯାଇଛି ବୋଲି ଜଣା ପଡ଼ିଛି । ଭେଟ ହୋଇଥିବା ସ୍ଥାନରେ ଏକ ପାଉଜ ଜରି ପଡିବା ସହ ମେନ୍ ଫୋର୍ସ ଟେବେଲେଟ୍ ପଡିଥିଲା । ଏବଂ ମୃତଦେହ ପୋଡା ଯାଇଥିବା ସ୍ଥାନରେ ଏକ ପ୍ରକାର କମ୍ପାନୀର ଜରି ପଡିବା ସହ ଚୂଡି ପଡିଥିଲା ଓ ବାସୁଦେବଙ୍କ ମୋବାଇଲ ଫୋନକୁ ମଧ୍ୟ ଜାଳି ଦିଆଯାଇଛି ।

ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଉପଖଣ୍ଡ ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ପୁଇତଲା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ଓ ତୁଷୁରା ଥାନାଅଧିକାରୀ ସଞ୍ଜୀବ ପ୍ରଧାନଙ୍କ ଉପସ୍ଥିତରେ ଘଟଣାର ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍ ଆସି ମୃତଦେହର ବିଭିନ୍ନ ଅଂଶକୁ ସଂଗ୍ରହ କରିଥିଲେ । ସନ୍ଧାନୀ କୁକୁର ସହଯୋଗରେ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରାଯାଇଥିଲା । ଆଉ ଏକ ଆଶ୍ଚର୍ୟ୍ୟ କଥା ପ୍ରେମିକାର ଘରକୁ ମଧ୍ୟ କୁକୁର ଯାଇ ଶୁଙ୍ଘାଶୁଙ୍ଘି କରିଥିବାରୁ ଆହୁରି ସନ୍ଦେହ ଘେରାରେ ରହିଛି ପ୍ରମିକା । ପ୍ରେମିକା ସହ ମାଆ ଓ ବାପାଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଅଧିକ ତଥ୍ୟ ପାଇବା ପାଇଁ ପଚରାଯିବାରୁ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *