ଦୁଃଖଦ ଘଟଣା : ବିରିୟାନୀ ଆଣିପାରିଲେନି ବାପା,ଆଉ ସେଇ ରାଗରେ ଆତ୍ମହତ୍ୟା କରିଦେଲା ପୁଅ

ପୁଅ ଅଳି କରିଥିଲା ବିରିୟାନୀ ଖାଇବ ବୋଲି । ହେଲେ ବାପା ବ୍ୟସ୍ତ ରହିବାରୁ ଦେଇପାରିନଥିଲେ ବିରିୟାନୀ । ଆଉ ଶେଷରେ ସାମାନ୍ୟ ବିରିୟାନୀ ନମିଳିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ । ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନ୍ତା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ବାପା ବିରିୟାନୀ ଆଣି ଦେଲେନି ବୋଲି, ଜିଦରେ ଜୀବନ ହାରିଦେଲା ପୁଅ ।

ଗୋଟିଏ ଦିନ ଅପେକ୍ଷା ନକରିପାରି ଶେଷରେ ଆତ୍ମହତ୍ୟା କରିଦେଲା କୁନିପୁଅ । ଛୋଟ ଛୋଟ ଜିଦର କରୁଣ ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ବାଲେଶ୍ୱର ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତରରେ । ଯେଉଁଠି ସାଧାରଣ ବିରିୟାନୀ ପାଇଁ ଚାଲିଯାଇଛି ନାବାଳକର ଜୀବନ । ଆଉ ପୁଅର ଆକସ୍ମିକ ଆତ୍ମହତ୍ୟା ପରେ ପରିବାର ଆଖିରୁ ଶୁଖୁନି ଲୁହ । ନୀଳଗିରି ଥାନ୍ତା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ମନୋରଞ୍ଜନ ମାହାଣାଙ୍କ ଏକମାତ୍ର ପୁଅ ସତ୍ୟବ୍ରତ ମାହାଣା । ବୟସ ମାତ୍ର ୧୩ ବର୍ଷ ।

ବୁଧବାର ସନ୍ଧ୍ୟାରେ ବିରିୟାନୀ ଆଣିଦେବାକୁ ବାପାଙ୍କ ପାଖେ ଅଳି କରିଥିଲା ପୁଅ । ସେ ବିରିୟାନୀ ଖାଇବାକୁ ଚାହୁଁଛି ବୋଲି ବାପାଙ୍କୁ କହିଥିଲା ସତ୍ୟ । ହେଲେ ବାପା ଏକ ଠିକା ସଂସ୍ଥାରେ ଚାକିରି କରୁଥିବାରୁ କାଲି ଆଣିଦେବାକୁ କହି ଡ୍ୟୁଟି ଚାଲିଯାଇଥିଲେ । କିନ୍ତୁ ପୁଅକୁ ସେହି ସମୟରେ ବିରିୟାନୀ ଦରକାର ଥିବାରୁ ପରଦିନକୁ ଅପେକ୍ଷା ନକରି ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ନେଇଥିଲା । ଆଉ ଘର ଭିତରେ ପାଠ ପଢିବା ବାହାନାରେ କବାଟ କିଳି ଦେଇଥିଲା ।

ପରେ ଅନେକ ସମୟ ଯାଏଁ ଘରେ କବାଟ ନଖୋଲିବାରୁ ସନ୍ଦେହରେ କବାଟକୁ ଧକାକମାରି ପରିବାର ଲୋକେ ଯାହା ଦେଖିଲେ ତାହା ସେମାନଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲି ପଡିଥିଲା କୁନିପୁଅ । ସଙ୍ଗେ ସଙ୍ଗେ ତାକୁ ଖନ୍ତାପଡା ମେଡିକାଲକୁ ଅଣାଯାଇଥିଲେ ବି ସେଠାରେ କୁନିପୁଅକୁ ମୃତ ଘୋଷଣା କରାଯାଇଥିଲା । ପୋଷ୍ଟମର୍ଟମ ପରେ ମୃତଦେହ ଅନ୍ତିମସଂସ୍କାର କରାଯାଇଥିଲା ।

ତେବେ ଏମିତି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିବା ବେଳେ କୁନିପିଲାଙ୍କ ଜିଦ୍ ଯେ ଆତ୍ମହତ୍ୟା ଆଡକୁ ସେମାନଙ୍କୁ ଟାଣିନେଉଛି ତାହା ବାପାମାଆଙ୍କ ମନରେ ଭୟ ଭରିଦେଲାଣି ।ତେବେ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ମୃତକ ଙ୍କ ପରିବାର ପାଖରେ ଉପସ୍ଥିତ ହୋଇ ସମବେଦନା ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏକକ ପରିବାର ପାଇଁ ଏପରି ହେଉଛି ଯେଉଁଠି ଛୋଟ ପିଲା ଙ୍କୁ ମା ବାପା ସମୟ ଦେଇ ପାରୁନାହାନ୍ତି । ଯାହା ଫଳରେ ଏପରି ଚିନ୍ତା ଆସୁଛି ପିଲା ଙ୍କ ମଧ୍ୟରେ ।

Leave a Reply

Your email address will not be published. Required fields are marked *