ବରଯାତ୍ରୀଙ୍କୁ ନେଇ କନ୍ୟା ଦୁଆରେ ପହଁଞ୍ଜିଲେ ବର, ଠିକ ସମୟରେ ମିଳିଲାନି ଖାଇବା ବୋଲି ବାହାଘର ଛାଡି ରାତା-ରାତି ହୋଇଗଲେ ଫେରାର

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ବରଯାତ୍ରୀଙ୍କୁ ଖାଇବାକୁ ଦେବାରେ ଡେରି ହୋଇଗଲା ତ ବର ଆଉ ତାଙ୍କ ପିତା ରାଗିଗଲେ | ବର ରାତିରେ ହିଁ ଫେରାର ହୋଇଗଲେ | ଏହା ପରେ କନିଆ ବିବାହ ଯୋଡ଼ାରେ ଅପେକ୍ଷା କରି ରହିଗଲା | କନିଆଙ୍କ ମାଆ ମାମଲାର ଅଭିଯୋଗ ପୋଲିସ ଙ୍କୁ କରିଛନ୍ତି | ପୋଲିସ ମାମଲାର ଯାଞ୍ଜ କରୁଛି |

ବିହାରର ପୂର୍ଣ୍ଣିୟା ଜିଲ୍ଲାରୁ ଏକ ଅଜବ ଖବର ସାମ୍ନାକୁ ଆସିଛି | ଏଠାରେ ବରଯାତ୍ରୀ ନେଇକରି କନିଆର ଦୁଆରେ ପହଁଞ୍ଜିଲା ବର ଆଉ ତାଙ୍କର ପରିଜନ ମାନଙ୍କୁ ଖାଇବା ଡେରିରେ ମିଳିବାରୁ ରାଗିଗଲେ | ବରର ରାଗ ଏତେ ବଢିଆଗଲା ଯେ କନିଆଙ୍କ ବାପାଙ୍କ ତରଫରୁ ମିଳିଥିବା ସବୁ ସାମଗ୍ରୀକୁ ଫେରେଇଦେଲେ ଆଉ ଏହା ପରେ ସେ ବାହାଘରର ସବୁ ରିତୀ-ନୀତି ଛାଡ଼ିକରି ଫେରାର ହୋଇଗଲେ | କନିଆଙ୍କ ପରିବାର ଲୋକ ଚିନ୍ତତ ହେଉଛନ୍ତି |

ଏହି ଘଟଣା ପୂର୍ଣ୍ଣିୟାର କସବା ପୋଲିସ ଷ୍ଟେସନ ଅଧୀନରେ ଥିବା ମୋହନି ପଞ୍ଚାୟତର ବତୌନା ଗ୍ରାମରେ ଅବସ୍ଥିତ ଇସୱାରୀ ଟୋଲାର ଅଟେ | ଏହି ଘଟଣା ସମ୍ପର୍କରେ କନିଆଙ୍କ ମାତା ମୀନା ଦେବୀ କହିଛନ୍ତି ଯେ ଉଭୟ ପାର୍ଶ୍ୱରେ ବହୁତ ଥର ପଞ୍ଚାୟତ ମଧ୍ୟ ବାସିଛି, କିନ୍ତୁ ଏହାର ସମାଧାନ ହେବା ପରିବର୍ତ୍ତେ ମାମଲା ବିଗିଡି ଯାଇଛି | ବର୍ତ୍ତମାନ, ବରଙ୍କ ପିତା ବରଯାତ୍ରୀଙ୍କୁ ଡେରିରେ ଖାଇବା ମିଳିବାରୁ ଏତେ ରାଗିଯାଇଛନ୍ତି ଯେ ସେ ଖାଇବା ଖୁଏଇବାରେ ହୋଇଥିବା ଖର୍ଚ୍ଚ ଆଉ ବାଇକି ସହିତ ବରଙ୍କୁ ମିଳିଥିବା ସବୁ ସାମଗ୍ରୀ କନିଆ ପକ୍ଷଙ୍କୁ ଫେରେଇ ଦେଇଛନ୍ତି |

‘ବରଯାତ୍ରୀଙ୍କ ରିତୀ-ନୀତି ନିଭେଇବାରେ ହୋଇଯାଇଥିଲା ଡେରି ‘ :-

କନିଆଙ୍କ ମା କହିଛନ୍ତି ଯେ ତାଙ୍କ ଝିଅର ବାହାଘର ପୋଲିସ ଧମ୍-ଦାହା ପୋଲିସ ଷ୍ଟେସନର ଅମାରି କୃକରନ ନିବାସୀ ଫୁଲେଶ୍ୱର ଉଁରାବଙ୍କ ପୁଅ ରାଜକୁମାରଙ୍କ ସହ ସ୍ଥିର ହୋଇଥିଲା | ଯେତେବେଳେ ବରଯାତ୍ରୀ କନିଆଙ୍କ ଦୁଆରକୁ ଆସିଲେ ସେତେବେଳେ ଲୋକମାନେ ବାହାଘରର ରିତୀ-ନୀତି ପାଳନ କରିବାରେ ଲାଗିଗଲେ | ଆଉ ଏହି ସମୟରେ ବରଯାତ୍ରୀଙ୍କ ଖାଇବାରେ ଡେରି ହୋଇଗଲା | ବାର ତାଙ୍କ ବନ୍ଧୁ ଆଉ ବରଙ୍କ ପିତା ରାଗିଗଲେ ଆଉ ନିଜ ଘଋକୁ ଫେରିଗଲେ | ଯଦିଓ ଗ୍ରାମୀଣ ଆଉ ପଞ୍ଜୟତ ତାଙ୍କୁ ରାତିରେ ଅଟକେଇବା-ପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଅଟକିଲେ ନାହିଁ |

କନିଆର ମାଆ ଯାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ :-

କନିଆର ମାଆ ବର ଆଉ ତାଙ୍କ ପିତାଙ୍କ ବିରୋଧରେ ରବିବାର ଦିନ କସବା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି | କସବା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅମିତ କୁମାର କହିଛନ୍ତି ଯେ କନିଆଙ୍କ ମା’ଙ୍କଠାରୁ ମିଳିଛି ଆବେଦନ | ମାମଲାର ଯାଞ୍ଜ କରାଯାଉଛି | ପୋଲିସ ଷ୍ଟେସନରେ ମାମଲା ଦର୍ଜ କରିବା ପରେ ବରର ପିତା ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ କରିଛନ୍ତି, ତଥାପି ପୋଲିସ ଘଟଣାର ତଦନ୍ତ କରୁଛି |

Leave a Reply

Your email address will not be published. Required fields are marked *