କହିଲା ତୋ ବାପା ମଦଖାଇ ନଙ୍ଗଳା ହେଇ ପଡ଼ିଛି,ନିର୍ବାଚନ ପ୍ରଚାର ପାଇଁ ଯାଇଁ ଟଳିପଡିଲେ ଯୁବକ।

ତେବେ ବନ୍ଧୁଗଣ ଚଳିତ ବର୍ଷ ବର୍ତମାନ ସମୟରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇ ସାରିଛି । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି । କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସବୁଠୁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଇଛନ୍ତି ଲୋକେ । ତେବେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ସର୍ବମୋଟ ୨୩ ଜଣ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇ ସାରିଛି ।

ୱାର୍ଡମେମ୍ବରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ନାମାଙ୍କନପତ୍ର ଦାଖଲ ଠାରୁ ଏଯାବତ ୨୩ ଜଣ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଚଳିତଥର ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ ।

ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରରେ ଭୋଟ୍ ଗଣତି କରାଯିବାର ଥିବା ବେଳେ ନିର୍ବାଚନ କୁ ନେଇ ଅଶାନ୍ତି ଆଉ ଗଣ୍ଡଗୋଳ ବଢ଼ି ବଢ଼ି ଚାଲିଛି । ତେବେ ଜଣେ ଯୁବକଙ୍କ ପାଇଁ କାଳ ହେଲା ଇଲେକ୍ସନ ରାଲି । ନିର୍ବାଚନ ପ୍ରଚାର ପାଇଁ ଯାଇକି ଫେରି ଆସି ଖାଉଥିବା ବେଳେ ଟଳି ପଡିଛନ୍ତି ଯୁବକ ଜଣକ ।

ଆଉ ବାପା ଛେଉଣ୍ଡ ହୋଇଯାଇଛି ତାଙ୍କର ପୁଅଟି । ଆଉ କାନ୍ଦି କାନ୍ଦି ତା ବାପାର ମୃତ୍ୟୁ ର କାରଣ ବଖାଣୁଛି ଗଣ ମାଧ୍ୟମ ସାମ୍ନାରେ । ସେ କହୁଛି ତାର ବାପା ରାଲିରୁ ଫେରି ଖାଇ ସାରି ବସିଥିଲେ ଚଉରା ମୂଳରେ । ତିନି ଜଣ ଲୋକ ଆସିଲେ ତାର ବାପାକୁ ଡାକିବାକୁ । ସେ ଯୁବକ ତିନିଜଣ ହେଲେ ହେମନ୍ତ, ବାବୁ କୁମାର ଆଉ ଗୁରିଆ । ରାଲି୤ପାଇଁ ଡ଼ାକିନେଇକି ତାବାପାକୁ କଣ ଦେଇକି ମାରି ଦେଇଛନ୍ତି । ଆଉ ତାଙ୍କ ଘରେ ଆସିଲି କହିଲେ ତାର ବାପା ମଦ ପିକି ନଙ୍ଗଳା ହେଇକି ରାସ୍ତାରେ ପଡିଛି ଯାଇକି ନେଇ ଆସିବା ପାଇଁ ।

ତେବେ ସୂଚନା ଅନୁସାରେ ମୃତ ଯୁବକଙ୍କ ପରିଚୟ ହେଉଛି ସାଲେପୁର ରାଘପୁର ଗାଁର ଭଞ୍ଜ ସାମଲ । ଭଞ୍ଜ ରାଘବ ଦୀର୍ଘ ଦିନ ହେବ ସେହି ଗାଁରେ ଘର ଜ୍ବାଇଁ ହୋଇ ରହି ଆସୁଥିଲେ । ପଞ୍ଚାୟତ ନିର୍ବାଚନ ରାଲିରେ ପ୍ରଚାର କରିବାକୁ ମଧ୍ୟ ଯାନ୍ତି । ତାଙ୍କୁ ମଦ ମାଂସ ଆଉ ଟଙ୍କାର ଲୋଭ ଦେଖାଇ ନେଇ କଣ ପାଇଁ ମାରିଦେଲେ ଏପର୍ଯ୍ୟନ୍ତ କିଛି ସଠିକ୍ ଜଣା ପଡିନଥିବା ବେଳେ । ତାଙ୍କ ପୁଅର, ସ୍ତ୍ରୀ ଏବଂ ଘର ଲୋକେ ନ୍ୟାୟ ପାଇବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *