ସତ ହେବକି ମାଳିକା ? ୨୦୨୬ ରେ ଭାଙ୍ଗିଯିବ ହୀରାକୁଦ ବନ୍ଧ, ଚିତଳ ମାଛ ହାଡରେ ତିଆରି ହେବ ନୂଆ କବାଟ

ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ମାଳିକା କୁ ବହୁ ଗୁରୁତ୍ବ ଦିଆଯାଇଥାଏ । ଏହି ମାଳିକା ବିଶ୍ଵର ଭବିଷ୍ୟତ ବୋଲି ବିଶ୍ୱାସ କରାଯାଏ । ମହାପୁରୁଷ ଅଚ୍ୟୁତଙ୍କ ରଚିତ ଏହି ମାଳିକା ବଚନରେ ବିଶ୍ଵ କିଭଳି ଭାବେ ଧୀରେ ଧୀରେ ପ୍ରଳୟ ଆଡକୁ ଗତି କରିବ ଓ ନିର୍ଦ୍ଧିଷ୍ଟ ସମୟ ଆସିଲେ ଏହା ଧ୍ଵଂସ ହେବ ବୋଲି ଲେଖା ରହିଛି ।

ସଂସାର ରେ ପାପ ର ଭାର ବଢିବା, ବଡ଼ ବଡ଼ ପ୍ରଳୟ ମାଡି ଆସିବା, ବାଇଶି ପାହାଚରେ ମୀନ ଖେଳିବା । କଳ୍କୀ ଙ୍କ ଜନ୍ମ ହେବା ଆଦି ସେଥିରେ ବର୍ଣ୍ଣିତ । ତେବେ ନିକଟରେ ବ୍ୟାପିଥିବା ମହାମାରୀ କରୋନା ସମ୍ପର୍କରେ ମଧ୍ୟ ମାଳିକା ରେ ବର୍ଣ୍ଣନା ଥିବା କୁହାଯାଇଛି । ମାଳିକା ରେ ଲେଖା ଥିଲା ଅଚିହ୍ନା ରୋଗ ବ୍ୟାପିବ, ଯାହା ପାଇଁ ବଇଦ ନାହାନ୍ତି । ଭିନ୍ନ ଭିନ୍ନ କବିଙ୍କ ଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ଏପରି ଏକ ସମୟ ଆସିବ, ସମଗ୍ର ଓଡ଼ିଶାର ଅବିଭକ୍ତ ୬ ଜିଲ୍ଲା ଜଳାର୍ଣ୍ଣବ ହେବ ବୋଲି ମାଳିକା ବଚନରେ କୁହାଯାଇଛି ।

ଏହାକୁ ମହାପୁରୁଷ ଅତ୍ୟୁତାନନ୍ଦ ଦାସ ତାଙ୍କ ଭବିଷ୍ୟ ଗ୍ରନ୍ଥରେ ଏସମ୍ପର୍କରେ ପ୍ରମାଣ ଦେଇଛନ୍ତି । ମାଳିକାରେ ଲେଖାଅଛି ଯେ ଦଳେଇଘାଇର ବନ୍ଧ ଭାଙ୍ଗିବ । ଏହାପରେ ଏଥିରେ ବନ୍ୟାର ପରିସ୍ଥିତି ସୃଷ୍ଟି ହେବ । ମାଳିକାରେ ମହାପୁରୁଷ ମାନେ ବର୍ଣନା କରିଛନ୍ତି ଏହି ଦଳେଇଘାଇର ବନ୍ଧ ତିନି ଥର ଭାଙ୍ଗିବ । ଯାହା ପୂର୍ବରୁ ଦୁଇଥର ଭାଙ୍ଗି ସାରିଛି । ଆଉ ଥରେ ଭାଙ୍ଗିବାର ସମ୍ଭାବନା ରହୁଛି ।

ଏହି ବନ୍ଦ ଭାଙ୍ଗିବା ମନୁଷ୍ୟ କୃତ ହେଇପାରୁ ଅଥବା କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହୁଛି । ମହାପୁରୁଷ ମାନେ ବର୍ଣନା କରିଛନ୍ତି ଏହି ଘାଇ ଯେତେବେଳେ ଭାଙ୍ଗିବ ସେତେବେଳେ ଏହି କଳିଯୁଗରେ ବହୁତ ପ୍ରଳୟ ଚାଲୁଥିବ । ମାନେ କୌଣସି ଭୟଙ୍କର ପ୍ରାକୃତିକ ବିପର୍ଯୟ ସମୟରେ ଏହି ବନ୍ଦ ଭାଙ୍ଗିବ । ଏହି ବନ୍ଦ ଯତେବେଳେ ଥରେ ଭାଙ୍ଗିବ ତାହା ସମଗ୍ର ଜିଲ୍ଲାକୁ ସମ୍ପୂର୍ଣ ଭାବରେ ଜଳ ମଗ୍ନ କରିଦେବ । ଏହି ବନ୍ୟା ଲୋକ ମାନଙ୍କର ବହୁତ କିଛି ଛଡେଇ ନେବ ।

ମାଳିକା ବଚନ ଅକାଟ୍ୟ ସତ୍ୟ ଅଟେ କାରଣ ବର୍ତମାନ ସମୟ ରେ ଲୋକ ମାନେ ମାଳିକା ବଚନ କୁ ମାନୁ ନ ଥିଲେ ହେଲେ ବର୍ତମାନ ସମୟ ରେ ଯେଉଁ ପରି ସ୍ଥିତି ହୋଇଛି ଲୋକ ଏହି ମାଳିକା ବଚନ କୁ ମାନିବା ପାଇଁ ବାଧ୍ୟ ଅଟନ୍ତି କାରଣ ଏହି ମାଳିକା ବଚନ ବର୍ତମାନ ର ସ୍ଥିତି ବିଷୟ ରେ ପୂର୍ବ ରୁ ଲେଖା ଥିଲା ଏବଂ ବର୍ତମାନ ସମୟ ରେ ଏହା ଅକ୍ଷରେ ଅକ୍ଷରେ ସତ ହୋଇଛି ।

ତେବେ ଏହା ମଧ୍ୟ ଲେଖା ରହିଛି ଯେ କଟକ ହୀରାକୁଦ ବନ୍ଧ ୨୦୨୬ ରେ ଭଙ୍ଗାଯିବ ଓ ଏକ ବଡ଼ ଚିତ୍ତଳ ମାଛ ଉଠି ଆସିବ । ଏହା ମା ଶାରଦା ଙ୍କୁ ଦର୍ଶନ କରି ଆସି ଛତିଆ ବଟ ରେ ପ୍ରାଣ ହରାଇବ । ସେହି ମାଛ ର ଅସ୍ଥି ରେ ପୁଣିଥରେ ଏହି ବନ୍ଧ ତିଆରି ହେବ ଓ କବାଟ ତିଆରି ହେବ ।

Leave a Reply

Your email address will not be published. Required fields are marked *