ସୌମ୍ୟ ଠାରୁ ସୋନାଲି ବହୁତ୍ ଟଙ୍କା ନେଇଛି,ସୋନାଲିର ବ୍ୟାଙ୍କ ଆକାଉଣ୍ଟ୍ ଚେକ କରାଯାଉ

ପ୍ରେମ ମଣିଷ ଜୀବନର ଅଭିନ୍ନ ଏକ ଅଙ୍ଗ ବୋଲି କୁହାଯାଏ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜୀବନକାଳ ମଧ୍ୟରେ ଅତିକମରେ ଥରେ କାହାକୁ ପ୍ରେମ କରିଥାନ୍ତି । କାହାର ପ୍ରେମ ସଫଳ ହୁଏତ ତ ଆଉ କାହାର ଅଧୁର ରହିଯାଏ । ପ୍ରେମରେ ଯେତିକି ମଧୁରତା ରହିଥାଏ, ପରିସ୍ଥିତିରେ ପଡିଲେ ସେତିକି ତିକ୍ତତା ମଧ୍ୟ ଭରିଯାଏ । ପ୍ରେମରେ ଧୋକା ଏବଂ ପ୍ରତ୍ୟାଖ୍ୟାନର ଭୟରେ ମଣିଷ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉଚିତ ମଣିଥାଏ ।

ଏହିଭଳି ଏକ ପ୍ରେମ ଏବଂ ପ୍ରତାରଣାର କାହାଣୀ ଯାହା ଏବେ ସାରା ଓଡିଶା ରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀ ଙ୍କ କଥା । ପ୍ରେମିକା ସୋନାଲି ନନ୍ଦଙ୍କ ପ୍ରତାରଣା ସହି ନପାରି ଶେଷରେ ନିଜ ଜୀବନ ନେଇଯିବାକୁ ନିର୍ଣ୍ଣୟ ନେଇଥିଲେ ସୌମ୍ଯ । ଆଉ ଏହା ପୂର୍ବରୁ ଦୁନିଆ ପାଇଁ ଛାଡି ଯାଇଥିଲେ ପ୍ରେମିକା ସୋନାଲିଙ୍କ ଠାରୁ ପାଇଥିବା ପ୍ରେମ, ପ୍ରତିଶ୍ରୁତି ଏବଂ ପ୍ରତାରଣାର । ଯାହା ସୌମ୍ଯ ନିଜେ ଲେଖି ଦୁନିଆକୁ ଜଣାଇଥିଲେ ଯେ ପ୍ରେମ କିଭଳି ତାଙ୍କ ଜୀବନ ନେବାକୁ ବାଧ୍ୟ କଲା ।

ଏବେ ସୋମ୍ୟଙ୍କ ସାଙ୍ଗ ଆଶୁତୋଷଙ୍କ ଏକ ଭିଡିଓ ଦେଖିବାକୁ ମିଳୁଛି, ଆଶୁତୋଷ ସୋମ୍ୟଙ୍କର ଏକ ଭଲ ବନ୍ଧୁ ଥିଲେ। ସେମାନଙ୍କ ବନ୍ଧୁତା ୧୫ ବର୍ଷର ଅଟେ। ସେ କହିଛନ୍ତି କି ସୋମ୍ୟ ତାଙ୍କ ସହ ନିଜର ସବୁକିଛି କଥା ସେୟାର୍ କରୁଥିଲେ, ସୋନାଲିଙ୍କ କଥା ମଧ୍ୟ ସୋମ୍ୟ କହିଥିଲେ। ଆଶୁତୋଷ ସୋନାଲିଙ୍କ ସହ ଦୁଇ ତିନିଥର ମିଶିଚନ୍ତି ମଧ୍ୟ, ହୋଲିରେ ମଣ୍ଡପକୁ ଯାଇ ସେମାନଙ୍କ ସହ ହୋଲି ମଧ୍ୟ ଖେଳିଛନ୍ତି।

ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଥିଲା, ହେଲେ ହଠାତ୍ କଣ ହେଲା ସୋମ୍ୟ ଏଭଳି ଏକ ଭୁଲ୍ ନିଷ୍ପତ୍ତି ନେଲେ ତାଙ୍କ ସାଙ୍ଗ ମାନେ ବି ସବୁ ଆଶ୍ଚର୍ଯ୍ୟ ଅଛନ୍ତି। ସୋନାଲି ସୋମ୍ୟଙ୍କ ଟଙ୍କା ପଇସା କଥାରେ ମଧ୍ୟ ସାମିଲ୍ ଥିଲେ, ଆଶୁତୋଷଙ୍କ କହିବା କଥା କି ସୋନାଲି ସୋମ୍ୟଙ୍କ କ୍ୟାଫେରେ ମଧ୍ୟ ବସୁଥିଲେ ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରାଯାଉ। ସେ କେତେ ଟଙ୍କା କଣ ସୋମ୍ୟଙ୍କ ଠାରୁ ନେଇଛନ୍ତି ତାହା ମଧ୍ୟ ଚେକ୍ କରାଯାଉ, ଆଉ ଇନ୍ଭେଷ୍ଟିକେସନ୍ ପ୍ରୋପର୍ କରାଯାଉ।

Leave a Reply

Your email address will not be published. Required fields are marked *