ବୁଥ୍ ଅଫିସର ସାମ୍ନାରେ ବୁଥ ରିଗିଂ ! ଦେଖନ୍ତୁ କେମିତି ଜଣେ ଲୋକ ବାଡେଇ ଚାଲିଛି ମନଇଚ୍ଛା ଭୋଟ,ଦେଖନ୍ତୁ ଭିଡ଼ିଓ

ବର୍ତମାନ ପଞ୍ଚାୟତ ନିର୍ବାଚନ ସବୁଠି ଚାଲିଛି । ତେବେ ସୁରୁଖୁରରେ ନିର୍ବାଚନ ପାଇଁ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । କିନ୍ତୁ ବୁଥ ରେ ଚାଲିଛି ଦୁଇ ନମ୍ବ କାମ । ଭିଡିଓ ଆସିଚି ବୁଥ ରୁ । ଜୋରଜବରଦସ୍ତ ବୁଥ ରିଗିଂର ଭିଡିଓ ସାମ୍ନାକୁ ଆସିଛି । କିଭଳି ଗଣତନ୍ତ୍ରକୁ ଖୋଲାଖୋଲି ଦଳି ଦିଆଯାଉଛି ତାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଯାଜପୁର ଜିଲ୍ଲା ରେ କେତୋଟି ବୁଥ ରୁ ଆସିଛି ଏହି ଦୃଶ୍ୟ । ଏକାଧିକ ବ୍ୟକ୍ତି ବାଲଟ ବସ୍କକୁ ନିଜ କବଜାକୁ ନେଇ ଗୋଟିଏ ପରେ ଗୋଟିଏ ବାଲଟ ଭର୍ତ୍ତି କରୁଥିବା ଭିଡିଓରୁ ଦେଖିବାକୁ ମିଳୁଛି ।

ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନରେ ୪ ଜିଲ୍ଲାର ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ବୁଥ୍ ରିଗିଂ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

ତେବେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ସେପଟେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବାରୁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଂଚି ସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥ୍ରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି । ତେବେ ଗତକାଲି ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ହୋଇ ମତଦାନ ବାଧାପ୍ରାପ୍ତ ହୋଇଛି । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଆବେଦନ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କଣାସ ବ୍ଲକ ବଡ଼ାଲ ପଂଚାୟତର ୫, ୭, ୮ ନମ୍ବର ବୁଥ, କୃଷ୍ଣ ପ୍ରସାଦ ଅଲଣ୍ଡ ପଂଚାୟତର ୮ ନମ୍ବର ବୁଥ, ବ୍ରହ୍ମଗିରି ଚାପମାଣିକ ଗାଁର ୯ନମ୍ବର ବୁଥରେ ହେବ ପୁନଃ ମତଦାନ । ସେହିପରି ସମାନ ଧରଣର ଚିତ୍ର ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରୁ । ତେବେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବୁଥ ରିଗିଂର ଏହି ଭିଡିଓ ସାମ୍ନାକୁ ଆସିଥିଲା

ତେବେ ଅନେକ ସ୍ଥାନ ରେ ଏହିପରି ଘଟଣା ପରେ ଗଣ୍ଡଗୋଳ ହେବାରୁ କିଛି ଆହତ ହୋଇଥିବା ଜଣାପଡିଛି । ତେବେ ଏହି ୱାର୍ଡ଼ରେ ନିର୍ବାଚନ ବାତିଲ ହୋଇଥିବା ବେଳେ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ବୁଥ ନମ୍ବର ୧୫, ୧୬ ଓ ୧୭ରେ ଏଭଳି ଘଟଣା ଘଟିଛି । ବୁଥ ଭିତରେ ଥିବା ୩ ଜଣ ଲୋକ ବାଲାଟ ପେପରରେ ମୋହର ମାରୁଥିବାର ଦୃଶ୍ୟ ଦଖିବାକୁ ମିଳିଛି ।

ଏମାନେ ପୋଲିଂ କର୍ମଚାରୀ କିମ୍ବା ଅନ୍ୟକେହି ବ୍ୟକ୍ତି ତାହା ଭିଡିଓରୁ ସ୍ପଷ୍ଟ ହେଉନାହିଁ । କିନ୍ତୁ ଗୋଟିଏ ପରେ ଗୋଟିଏ ବାଲଟ ଚିରି ନିଜେ ମୋହର ମାରୁଥିବା ଦେଖିବାକୁ ମିଳୁଛି । ସେହିପରି ଏହି ପଂଚାୟତର ୮ ନମ୍ବର ବୁଥରେ ମଧ୍ୟ ବୁଥ ଜବରଦଖଲ ଯୋଗୁଁ ଭୋଟ୍ ବାତିଲ ହୋଇଥିବା ଜଣାପଡିଛି । ଦେଓଦା ପଂଚାୟତର ଦୁଇଟି ବୁଥରେ ଭୋଟ ଜବରଦଖଲ ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ କିପରି ସୁରୁଖୁରୁରେ ମତଦାନ ହେବ ସେ ପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ କମିଶନର କହିଛନ୍ତି ।

Leave a Reply

Your email address will not be published. Required fields are marked *