14 ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ଶେଷ ହୋଇଛି। ସେବେଠାରୁ ପ୍ରେମ ସହ ଜଡିତ ସମସ୍ତ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ ଆପଣଙ୍କ ପାଇଁ ସେହିପରି ଏକ ଭିଡିଓ ଆଣିଛୁ। ଏଥିରେ ଜଣେ ଛାତ୍ର କ୍ଲାସରେ ବସି ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି। ତେବେ ଫୋନରେ କଥା ହେଉଥିବା ବେଳେ ଛାତ୍ରକୁ ତାଙ୍କ ଶିକ୍ଷକ ଧରିଛନ୍ତି
ଗାର୍ଲଫ୍ରେଣ୍ଡ ସହ କଥା ହେବା ବେଳେ ଧରାପଡିଲା ଛାତ୍ର।
ପ୍ରଥମେ ଆପଣ ଭିଡିଓ ଦେଖିବା ପରେ ଛାତ୍ର ଉପରେ ଦୟା ଅନୁଭବ କରିବେ, କିନ୍ତୁ ଶେଷରେ ଯାହା ହେବ ତାକୁ ଦେଖି ଆପଣ ନିଜର ହସ ସମ୍ଭାଳିପାରିବେ ନାହିଁ। ଭିଡିଓଟି ବହୁତ ମଜାଦାର ଅଟେ। ଭାଲେଣ୍ଟାଇନ୍ସ ଡେ ଅବସରରେ ଯେଉଁ ପ୍ରେମିକମାନେ ସେମାନଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟି ପାରନ୍ତି ନାହିଁ ସେହି ପ୍ରେମିକମାନେ ଫୋନରେ ନିଜ ଗର୍ଲଫ୍ରେଣ୍ଡମାନଙ୍କୁ ଭାଲେଣ୍ଟାଇନ୍ସ ଉଇଶ କରନ୍ତି। ଠିକ ସେହି କାର୍ଯ୍ୟ ଏହି ଛାତ୍ର ମଧ୍ୟ କରୁଥିଲେ । କିନ୍ତୁ ତାଙ୍କ ଶିକ୍ଷକ ତାଙ୍କୁ ଫୋନରେ ତାଙ୍କ ଗର୍ଲଫ୍ରେଣ୍ଡ ସହିତ କଥାବାର୍ତ୍ତା ହେଉଥିବାର ଦେଖିଦେଲେ।
View this post on Instagram
ଭିଡିଓରେ ଆପଣ ଦେଖିପାରିବେ ଯେ ଛାତ୍ର ଜଣକ ନିଜ କ୍ଲାସରେ ଫୋନରେ ନିଜ ଗର୍ଲଫ୍ରେଣ୍ଡ ସହିତ କଥା ହେଉଛନ୍ତି। ତାପରେ ତାଙ୍କ ଶିକ୍ଷକ ପଛରୁ ଆସି ତାଙ୍କୁ ଧରିଲେ। ଛାତ୍ର ଜଣକ ତାଙ୍କ ଗର୍ଲଫ୍ରେଣ୍ଡ ସହିତ କଥାବାର୍ତ୍ତା ହେବାରେ ଏତେ ବ୍ୟସ୍ତ ଥିଲେ ଯେ ଶିକ୍ଷକ କେତେବେଳେ ଆସିଲେ ତାହା ମଧ୍ୟ ସେ ଜାଣି ନଥିଲେ। ଶିକ୍ଷକ ଆସି ତାଙ୍କ ପଛରେ ଠିଆ ହୁଅନ୍ତି। ଭିଡିଓ ଦେଖି ଲାଗୁଛି ଯେ ବର୍ତ୍ତମାନ ଛାତ୍ରଟିର ଖରାପ ବେଳା ପାଖେଇ ଆସୁଛି ଏବଂ ତାଙ୍କୁ ମାଡ ମରାଯିବ।
ଶିକ୍ଷକ ଜଣକ ଫୋନଟିକୁ ନିଜ କାନରେ ଲଗାଇ ଶୁଣନ୍ତି ଗାର୍ଲଫ୍ରେଣ୍ଡର କଥା।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପିଲାଟିର ପଛରେ ଠିଆ ହେବାବେଳେ ଶିକ୍ଷକ କିଛି ନ କହି ହସିବାକୁ ଲାଗନ୍ତି। ତାପରେ ଛାତ୍ରଟି ପଛକୁ ବୁଲି ଶିକ୍ଷକ ଛିଡ଼ା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ। ଏହା ପରେ ଶିକ୍ଷକ ତାଙ୍କୁ ପଚାରନ୍ତି ଯେ ସେ କାହା ସହିତ କଥାବାର୍ତ୍ତା ହେଉଛନ୍ତି। ଯେତେବେଳେ ଛାତ୍ର ଜଣକ କହିଲେ ଯେ ସେ ନିଜ ଗର୍ଲଫ୍ରେଣ୍ଡ ସହିତ କଥା ହେଉଛନ୍ତି, ଶିକ୍ଷକ ଫୋନକୁ ତାଙ୍କ କାନରେ ଲଗାନ୍ତି।ଏହା ପରେ ଥଟ୍ଟା କରି କିଛି କହି ଛାତ୍ରକୁ ଛାଡିଦିଅନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓଟି ଏତେ ମଜାଳିଆ ଯେ ଏହା ଏପର୍ଯ୍ୟନ୍ତ 2 ମିଲିୟନରୁ ଅଧିକ ଭ୍ୟୁ ପାଇଛି।