କେମିତି ମହିଳା ମାନଙ୍କୁ ନିଜ ପ୍ରେମରେ ଫସାଉଥିଲା ରସିକିଆ ନକଲି ଡାକ୍ତର ?

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ମ୍ୟାଟ୍ରିମୋନି ଜରିଆରେ ନକଲି ଡାକ୍ତର ରମେଶ ଫସାଉଥିଲା ଯୁବତୀଙ୍କ ସହ ପୁଣି ମହିଳାଙ୍କୁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଭଳି ଫସାଉଥିଲା ଏହି ମହିଳାଙ୍କୁ, ରମେଶ ନିଜକୁ ୪୫ ରୁ ୫୦ ବର୍ଷୀୟ ବୋଲି କହି ବିଧବା, ଅବିବାହିତ ଓ ଛାଡପତ୍ର ପାଇଥିବା ମଧ୍ୟ ବୟସ୍କା ମହିଳାଙ୍କୁ ଫସାଇ ସେମାନଙ୍କ ସହ ସମ୍ପର୍କ ଯୋଡୁଥିଲା।

ଆଉ ମହିଳା ମାନେ ବି ରମେଶର ମିଠା ମିଠା କଥାରେ ପାଗଳ ହୋଇ ଯାଉଥିଲେ, ଆଉ ପଡିଯାଉଥିଲେ ରମେଶର ପ୍ରେମରେ। ଢେଙ୍କାନାଳରେ ରହୁଥିବା ଅଧ୍ୟାପିକା ପଞ୍ଜାବୀ ଝିଅଙ୍କ ସହ ରମେଶ ଯୋଗାଯୋଗ କରୁଥିଲା। ନିଜକୁ ୫୦ ବର୍ଷୀୟ ଏବଂ ଅବିବାହିତ କହି ପ୍ରେମ ସମ୍ପର୍କ ଯୋଡିବା ଆରମ୍ଭ କରିଥିଲା।

ଅନ୍ୟ ପଟେ ସେହି ଅଧ୍ୟାପିକା ଜଣକ ମଧ୍ୟ ଅବିବାହିତ ଥିଲେ, ଆଉ ଏହିଭଳି କିଛି ମିଛ କଥା କହି ନିଜର ପ୍ରେମ ସମ୍ପର୍କକୁ ନିବିଡ କରିଲା ରମେଶ। ରମେଶ ଏବଂ ଅଧ୍ୟାପିକା ଦୁହେଁ ପରସ୍ପରକୁ ଭେଟୁଥିଲେ ଏବଂ ସମୟ ବିତାଉଥିଲେ। ପଞ୍ଜାବୀ ମହିଳାଙ୍କ ସହ ରମେଶ ୨ ବର୍ଷ ସମ୍ପର୍କରେ ରହିଥିଲେ।

ହେଲେ ଏବେ ପୋଲିସ କରିଦେଇଛି ରମେଶର ପର୍ଦ୍ଧାଫାସ୍, ରମେଶର ହ୍ୱାଟସପ୍ ଚାର୍ଟ, କଲ୍ ରେକର୍ଡ ଏବଂ ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ରମେଶ ତିନିଜଣଙ୍କ ସହ ସମ୍ପର୍କରେ ଥିଲା ଏବଂ ସମସ୍ତଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ହେଲେ ପୋଲିସ ତାକୁ ଧରି ତାର ସମସ୍ତ ଗୁମର ଖୋଲି ଦେଇଥିଲା, ଏବଂ ତାକୁ ଆରେଷ୍ଟ ମଧ୍ୟ କରିନେଇଛି।

Leave a Reply

Your email address will not be published. Required fields are marked *