ପ୍ରାୟ ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ଏବଂ ସମସ୍ତେ ନୂତନ ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି। କେବଳ ଏତିକି ନୁହେଁ, ଆମ ଭାରତୀୟମାନଙ୍କ ପ୍ରଥମ ପସନ୍ଦ ବିଦେଶୀ ଦେଶ ହୋଇଥାଏ। ଯେଉଁଠାରେ ଆମେ ପ୍ରାୟତଃ ବୁଲିବାକୁ ଯିବାକୁ ଚିନ୍ତା କରୁ, କିନ୍ତୁ ଆପଣ ଜାଣନ୍ତି କି ଭାରତରେ ମଧ୍ୟ ଏହିପରି କିଛି ସ୍ଥାନ ଅଛି ଯାହା ବିଦେଶୀ ଦେଶର ସୁନ୍ଦର ସ୍ଥାନ ଠାରୁ ମଧ୍ୟ ଆହୁରି ସୁନ୍ଦର। ଆପଣ ଠିକ୍ ଶୁଣୁଛନ୍ତି ଯେ ଆମ ଦେଶରେ ମଧ୍ୟ ଭ୍ରମଣ କରିବାକୁ ଅନେକ ଭଲ ସ୍ଥାନ ଅଛି।
ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଦେଶର ଲୋକଙ୍କୁ ଯିବାକୁ ଅନୁମତି ନାହିଁ, କିନ୍ତୁ ଏହି ସ୍ଥାନଗୁଡିକ ବହୁତ ସୁନ୍ଦର ଏବଂ ଏଠାରେ କେବଳ ବିଦେଶୀ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଛି।
ବେଙ୍ଗାଲୁରୁର ୟୁନୋ ଇନ ହୋଟେଲ।
Ueno-in- Hotel ବେଙ୍ଗାଲୁରୁରେ ଅବସ୍ଥିତ ଏବଂ ଏହି ହୋଟେଲ 2012 ମସିହାରେ ଜାପାନୀ ଲୋକଙ୍କ ପାଇଁ ନିର୍ମିତ ହୋଇଥିଲା। ଯାହା ପରେ ଶୀଘ୍ର ଏହି ସ୍ଥାନ ବିବାଦ ଭିତରକୁ ଆସିଥିଲା ଏବଂ 2014 ରେ ଜାତି ଭେଦଭାବ ହେତୁ ଏହାକୁ ବନ୍ଦ କରିବାକୁ ପଡିଲା।
ଗୋଆର ଓନଲି ଫରେନର୍ସ ବିଚ।
ଗୋଆରେ ପର୍ଯ୍ୟଟକଙ୍କ ପାଇଁ ବହୁତ ସ୍ଥାନ ଅଛି। ଯେଉଁଠାରେ ସେମାନେ ବୁଲାବୁଲି କରିପାରିବେ ଏବଂ ଏହି ରାଜ୍ୟର ଅର୍ଥନୀତି ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ଗୋଆରେ ଏପରି ଅନେକ ପ୍ରାଇଭେଟ ବେଳାଭୂମି ଅଛି, ଯେଉଁଠାରେ ଭାରତୀୟମାନଙ୍କୁ ଯିବାକୁ ବାରଣ କରାଯାଇଛି ଏବଂ କେବଳ ବିଦେଶୀମାନେ ଏଠାରେ ପ୍ରବେଶ କରିପାରିବେ। କେବଳ ବିଦେଶୀମାନଙ୍କୁ ଯିବାକୁ ଅନୁମତି ଦିଆଯିବାର କାରଣ ମଧ୍ୟ ଅଛି। ଏହି ବିଚ ର ମାଲିକ କହିଛନ୍ତି ଯେ ‘ବିକିନି ପିନ୍ଧିଥିବା ବିଦେଶୀ ପର୍ଯ୍ୟଟକଙ୍କୁ’ ଖରାପ ନଜର ରେ ନ ଦେଖିବା ପାଇଁ ଏପରି ନିୟମ କରାଯାଇଛି।
ହିମାଚଳ ପ୍ରଦେଶରେ କସୋଲର ଫ୍ରି କାଫେ।
ହିମାଚଳ ପ୍ରଦେଶର ସୁନ୍ଦର ଉପତ୍ୟକା କୁ ଦେଖିବା ମାତ୍ରେ ହିଁ ମନ ରେ ଶାନ୍ତି ଖେଳିଯାଏ ଏହାକୁ ଦେବଭୂମି ମଧ୍ୟ କୁହାଯାଏ। ଏପରି ଅନେକ ସ୍ଥାନ ଅଛି ଯାହାର ସୌନ୍ଦର୍ଯ୍ୟ ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ କସୋଲ ଗ୍ରାମ। ଯାହା ସବୁବେଳେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ଥାନରେ ଭାରତୀୟଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଏବଂ କୌଣସି ଭାରତୀୟ ଏଠାକୁ ଯାଇପାରିବେ ନାହିଁ। ଏଥି ସହିତ ଏହା କରିବା ପଛରେ କାଫେ ମାଲିକ କହିଛନ୍ତି ଯେ ଏଠାକୁ ଆସୁଥିବା ଅଧିକାଂଶ ଭାରତୀୟ ପର୍ଯ୍ୟଟକ ପୁରୁଷ, ଯେଉଁମାନେ ଏଠାରେ ଅନ୍ୟ ପର୍ଯ୍ୟଟକଙ୍କ ସହ ଅସଦାଚରଣ କରନ୍ତି
ଆଣ୍ଡାମାନ ଏବଂ ନିକୋବରର ନର୍ଥ ସେଣ୍ଟିନାଲ ଆଇଲ୍ୟାଣ୍ଡ।
ଏକ ଦ୍ୱୀପ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଅଛି। ଯେଉଁଠାରେ କାହାକୁ ଆସିବାକୁ ଅନୁମତି ନାହିଁ।ଏହି ଦ୍ୱୀପର ନାମ ହେଉଛି ‘ନର୍ଥ ସେଣ୍ଟିନେଲ ଆଇଲ୍ୟାଣ୍ଡ’। ଯେଉଁଠାରେ କେବଳ ଆଦିବାସୀ ବାସ କରନ୍ତି ଏବଂ ଏହି ଦ୍ୱୀପ ବାହ୍ୟ ଜଗତ ସହିତ ଯୋଗାଯୋଗରେ ନାହିଁ। ଏପରି ପରିସ୍ଥିତିରେ ଏହି ଦ୍ୱୀପରେ ବାହାରୁ ଆସୁଥିବା କୌଣସି ବ୍ୟକ୍ତିଙ୍କ ପରିଦର୍ଶନ ନିଷେଧ।
ଚେନ୍ନାଇର ରେଡ୍ ଲଲିପପ୍ ହଷ୍ଟେଲ୍।
ଚେନ୍ନାଇ କହିବାକୁ ଗଲେ ଭାରତର ଏକ ପାର୍ଟ ଅଟେ, କିନ୍ତୁ ଏଠାରେ ମଧ୍ୟ ଅନେକ ହୋଟେଲ ଅଛି ଯେଉଁଠାରେ ଭାରତୀୟମାନଙ୍କୁ ଯିବାକୁ ବାରଣ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ଲଲିପପ୍ ହଷ୍ଟେଲ। ଯେଉଁଠାରେ ଭାରତୀୟଙ୍କ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲାଗିଛି।