ଆସିଲା “ଶ୍ରିଭଲ୍ଲି” ସଙ୍ଗ ର ଓଡ଼ିଆ କଭର ସଙ୍ଗ,ମିଲିଅନ ମିଲିଅନ ଲୋକ ଭିଡ଼ିଓକୁ ଦେଖିଲେଣି,ଆପଣ ବି ଦେଖନ୍ତୁ ଭିଡ଼ିଓ …….

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଧାନାଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ଦର୍ଶକଙ୍କୁ ଦିୱାନା କରିଛି। ଫିଲ୍ମର ଅଭିନୟ ଯେମିତି ଗୀତ ମଧ୍ୟ ସେମିତି ଲୋକପ୍ରିୟ ହୋଇଛି।’ପୁଷ୍ପା’ର ଗୀତଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ଏହାର ଡାଇଲଗ ପର୍ଯ୍ୟନ୍ତ ବହୁତ ଭାଇରାଲ ହେବାରେ ଲାଗିଛି।ପୁଷ୍ପା ହିନ୍ଦି ରିଲିଜ୍ ଆଜି ସୁଦ୍ଧା ୯୦ କୋଟିରୁ ଅଧିକ ବ୍ୟବସାୟ କରିଛି। ସାରା ଭାରତରେ ଏହା ୩୫୦ କୋଟିରୁ ଅଧିକ କଲେକ୍ସନ କରିଛି। ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡ଼ରେ ବି ଏହା ଲୋକଙ୍କୁ ପ୍ରଭାବିତ କରୁଛି।

ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଫିଲ୍ମ ର ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି। ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି । ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି। ଉଭୟ ସାମି ସାମି ଏବଂ ପ୍ରିବଲି ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁବାରେ ସକ୍ଷମ ହୋଇଛି।

ଏହା ସହିତ ଫିଲ୍ମର ପ୍ରଥମ ଗୀତ ଅନ୍ୟ ଭାଷା ସହିତ ହିନ୍ଦୀରେ ମଧ୍ୟ ରିଲିଜ୍ ହେଉଛି । ଫିଲ୍ମର ସମସ୍ତ ଭାଷା ପାଇଁ ସଙ୍ଗୀତ ବିଭିନ୍ନ ଭାଷାରେ ରଚନା କରାଯାଇଛି । ଏହାର ହିନ୍ଦୀ ସଂସ୍କରଣକୁ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି କମ୍ପୋଜ କରିଥିବା ବେଳେ ନିଜେ ଗୀତ ଗାଇଛନ୍ତି ।ଅନ୍ୟ ଭାଷା ବିଷୟରେ କହିବାକୁ ଗଲେ ଏହା ତେଲୁଗୁ ଭାଷାରେ ଶିବମ୍ ଗୀତ ଗାଇଥିବା ବେଳେ ତାମିଲରେ ବେନି ଦୟାଲ, ମାଲାୟାଲରେ ରାହୁଲ ନାମ୍ବିଆର୍ ଓ କନ୍ନଡ ସଂସ୍କରଣରେ ବିଜୟ ପ୍ରକାଶ ଗୀତ ଗାଇଛନ୍ତି।

ଗୀତ ଗୁଡ଼ିକ ତେଲୁଗୁ ଭାଷାରେ ଲେଖିଛନ୍ତି ଚନ୍ଦ୍ରବୋସ୍, ତାମିଲରେ ବିବେକା, କନ୍ନଡାରେ ଭରଦାରାଜା ଚିକ୍କାବାଲାପୁରା ଓ ମାଲାୟାଲମରେ ସିଜୁ ଥରୁରଙ୍କ ଦ୍ୱାରା ଗୀତ ଲେଖାଯାଇଛି।ଏବେ ଏହି ଶ୍ରିବାଲି ଗୀତର ଓଡ଼ିଆ ଭର୍ସନ ଆସିଛି। ଶ୍ରିବାଲୀ ଗୀତକୁ ଓଡ଼ିଆରେ ଗାଇଛନ୍ତି ସୁରେଶ ସୁନା। ଡି.ଆର ଷ୍ଟୁଡିଓ ରେ ଏହି ଗୀତ ରେକର୍ଡ ହୋଇଥିବା ବେଳେ ଏହି ଗୀତର ଲିରିକ୍ସ ଦେଇଛନ୍ତି ଦେବାଶିଷ ନାୟକ। ସମାନ ହିନ୍ଦି ଶିବଲି ସ୍ବର ଭଳି ସୁରେଶ ଏଠାରେ ତାଙ୍କର ସ୍ବର ଦେଇଛନ୍ତି। ଏହି ଗୀତକୁ ଓଡ଼ିଆରେ ଶୁଣି ଲୋକେ ଏବେ ବେଶ୍ ପସନ୍ଦ କରୁଛନ୍ତି ଏବଂ ଖୁସି ହେଉଛନ୍ତି।

Leave a Reply

Your email address will not be published. Required fields are marked *