ଟ୍ୟାକ୍ସି ଡ୍ରାଇଭରକୁ ଛୁରୀ ମାରିଲେ ହିଜାବି ମହିଳା, ପୋଲିସ ଉପରକୁ ମଧ୍ୟ ପକାଇଲେ ପାଣି, ସାମ୍ନାକୁ ଆସିଲା ଭିଡ଼ିଓ

ସାରା ଦେଶରେ ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ-ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା ହୋଇଛି। କୌଣସି ସ୍ଥାନରେ ବିରୋଧ ଏବଂ ଅନ୍ୟ କେଉଁଠାରେ ସମର୍ଥନ ଚାଲିଛି। ଏହି ସମୟରେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ଜଣେ ମହିଳା ଛୁରୀରେ ଟ୍ୟାକ୍ସି ଡ୍ରାଇଭର ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମହିଳା ହିଜାବ ପିନ୍ଧିଥିଲେ। ଅଭିଯୁକ୍ତ ମହିଳା ଜଣକ ବିଦେଶର ବାସିନ୍ଦା ବୋଲି କୁହାଯାଉଛି।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ମହିଳା ଇଜିପ୍ଟର ବାସିନ୍ଦା। ଏଥି ସହ ମହିଳାଙ୍କ ଆକ୍ରମଣରେ ଆହତ ହୋଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କୁ ଗୁରୁଗ୍ରାମର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ଚାଲିଛି

ପୋଲିସ ଉପରକୁ ପକାଇଲେ ପାଣି।

ଜଣେ ମହିଳା ଛୁରୀରେ ଟ୍ୟାକ୍ସି ଡ୍ରାଇଭର ଉପରେ ଆକ୍ରମଣ କରିଥିବା ପୋଲିସ ସୂଚନା ପାଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଅଭିଯୁକ୍ତ ମହିଳା ପୋଲିସ ସହିତ ଦୁର୍ବ୍ୟବହାର କରିଥିଲେ। ଅଭିଯୁକ୍ତ ମହିଳା ଜଣକ ମହିଳା ପୋଲିସ ଉପରେ ପାଣି ଫିଙ୍ଗି ବିବାଦ ଆରମ୍ଭ କରିଥିଲେ।

ପୋଲିସ ଅଭିଯୁକ୍ତ ମହିଳାଙ୍କୁ କାରରେ ବସାଇବା ସହ ସାଙ୍ଗରେ ପୋଲିସ ଷ୍ଟେସନକୁ ନେଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏଥିସହିତ ଆହତ ଡ୍ରାଇଭରଙ୍କୁ ଗୁରୁଗ୍ରାମର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ତାଙ୍କ ଜୀବନକୁ ବିପଦ ନାହିଁ ବୋଲି କୁହାଯାଉଛି।

ମହିଳା ଜଣକ କାନ୍ଧକୁ ମାରିଲେ ଛୁରୀ।

ସୂଚନା ଅନୁଯାୟୀ ମହିଳା ଜଣକ କ୍ୟାବ ଡ୍ରାଇଭରକୁ ଅଟକାଇଥିଲେ ଏବଂ କ୍ୟାବ ଡ୍ରାଇଭର ଯେତେବେଳ ପଚାରିଲା ଯେ ଆପଣ କେଉଁଠାକୁ ଯିବାକୁ ଚାହୁଁଛନ୍ତି? ସେତେବେଳେ ମହିଳା ଜଣକ ଏକ ଛୁରୀ ବାହାର କରି କାନ୍ଧରେ ଆଘାତ କଲେ। ଆକ୍ରମଣ ପରେ ମହିଳା ଜଣକ ଦୌଡ଼ି ପଳାଇବାକୁ ଲାଗିଲେ। କ୍ୟାବ ଡ୍ରାଇଭର ମହିଳାଙ୍କୁ ଧରିବାକୁ ଚେଷ୍ଟା କଲା। ଆଖପାଖର ଲୋକମାନେ କ୍ୟାବ ଡ୍ରାଇଭର ସହ ମହିଳାଙ୍କୁ ଧରିଥିଲେ। ଏହା ପରେ ପୋଲିସର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୀଡିତା କ୍ୟାବ ଡ୍ରାଇଭର ରଘୁରାଜ କହିଛନ୍ତି, ମୁଁ ଗାଡି ଚଲାଏ । ଯେତେବେଳେ ଏହି ମହିଳା ପଛରୁ ଆସିଲେ, ମୁଁ ତାଙ୍କୁ ପଚାରିଲି କାମ କଣ। ତାପରେ ସେ ମୋତେ ଛୁରୀରେ ଆଘାତ କରି ଦଉଡି ଚାଲିଯିବାକୁ ଲାଗିଲେ। ସେ ମୋ ସହିତ କଥାବାର୍ତ୍ତା ମଧ୍ୟ କରିନଥିଲା। ମୁଁ କିଛି ଜାଣିନି ଏହି ମହିଳା କିଏ ଏବଂ କେଉଁଠାରୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *