ଭ୍ୟାଲେଣ୍ଟାଇନ୍ ଡେ’ରେ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆଙ୍କ ହେଲା ନିର୍ବନ୍ଧ,ଦେଖନ୍ତୁ ଭିଡ଼ିଓ

ମିଷ୍ଟର ଗୁଲୁଆଙ୍କୁ ଆପଣମାନେ ୟୁଟୁବ୍ ରେ ନିଶ୍ଚିତ ଭାବରେ ଦେଖିଥିବେ । ୟୁଟୁବ୍ ଚ୍ୟାନେଲ୍ ଛଡା ସେ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ଦର୍ଶକ ବନ୍ଧୁ ତାଙ୍କର ପ୍ରକୃତ ନାମ ହେଉଛି ଆଶିଷ କୁମାର ଦାସ, କିନ୍ତୁ ଆପଣମାନଙ୍କ ନିକଟରେ ସେ ଅତି ପ୍ରିୟ ମିଷ୍ଟର ଗୁଲୁଆ ରୂପେ ପରିଚିତ । ମିଷ୍ଟର ଗୁଲୁଆଙ୍କୁ ଆପଣମାନେ ୟୁଟୁବ୍ ରେ ବିଭିନ୍ନ କମେଡି ଶୋ କରୁଥିବାର ଭିଡ଼ିଓ କ୍ଲିପ୍ ରେ ନିଶ୍ଚିତ ଭାବରେ ଦେଖିଥିବେ । ୟୁଟୁବ୍ ଚ୍ୟାନେଲ୍ ଛଡା ସେ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ବର୍ତମାନ ସମୟରେ ହାତକୁ ଦି ହାତ ହୋଇଛନ୍ତି ମିଷ୍ଟର ଗୁଲୁଆ । ଚଳିତ ବର୍ଷ୧୪ ଫେବୃଆରୀ ଅର୍ଥାତ୍ ଭ୍ୟାଲେଣ୍ଟାଇନ୍ ଡ଼େରେ ତାଙ୍କ ନିର୍ବନ୍ଧ ହୋଇଛି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ସେ ତାଙ୍କର ଜଣେ ସାଙ୍ଗକୁ ବିବାହ କରିବାକୁ ଯାଉଛନ୍ତି । ଅନେକ ଥର ଦୁଇ ଜଣ ମଧ୍ୟ ୟୁଟୁବ୍ ଚ୍ୟାନେଲରେ ଏକାଠି ଥିବାର ମଧ୍ୟ ଆପଣ ମାନେ ଦେଖିଥିବେ । ଖୁବ୍ ଶୀଘ୍ର ମଧ୍ୟ ତାଙ୍କର ବାହାଘର ହେବ ବୋଲି ସେ ସୁଚନା ଦେଇଛନ୍ତି କିନ୍ତୁ ବାହାଘର ତାରିଖ ସେ ପ୍ରକାଶ କରି ନାହାନ୍ତି । ତାଙ୍କର ଅତ୍ୟଧିକ ସାଧନା ଓ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ସେ ଆଜି ଘରେ ଘରେ ପରିଚିତ ହୋଇଛନ୍ତି  ।

ତେବେ ବନ୍ଧୁଗଣ ଏବେ ସାରା ଓଡ଼ିଶାରେ ଗୋଟିଏ ଡାଇଲଗ ଫେମସ ହୋଇଯାଇଛି । ଯାହାକି ହେଲା “ଗୋଟେ ଖୁସି ଆଉ” ।ତେବେ ଏହି ଡାଇଲଗ କାହିଁକି ଏମିତି ଭାଇରଲ ହେଇଗଲା ଏବଂ କିଏ ଏହାକୁ କହିଥିଲେ ଆପଣ ଜାଣିଛନ୍ତି କି ସେହି ଅସଲ ନାୟକ ଙ୍କ ବିଷୟରେ I ସେ ଆଉ କେହି ନୁହନ୍ତି ହେଉଛନ୍ତି ଏହି ହାସ୍ୟକଳାକାର ମିସ୍ଟର ଗୁଲୁଆ I ଏମିତିରେ ତ ତାଙ୍କ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ I ୟୁଟୁବ ରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ I

କିଛି ଦିନ ପୂର୍ବେ ଟ୍ରାଫିକ ନିୟମ କୁ ନେଇକି ଏକ ଭିଡିଓ କରିଥିଲେ ଯେଉଁଥିରେ କି ଜଣେ କିନ୍ନର ବେଶରେ ତାଙ୍କୁ ଦେଖିବାକୁ ମିଳିଥିଲା I ଟ୍ରାଫିକ ପୋଲିସ ତାଙ୍କୁ ପଚାରୁଛନ୍ତି ଲାଇସେନ୍ସ ଆଣିଛ ? ଗୁଲୁଆ :ଗୋଟେ ଖୁସି ଆଉ ,ପ୍ଲୁସନ :ଗୁଲୁଆ :ଗୋଟେ ଖୁସି ଆଉ,ହେଲମେଟ ? ଗୁଲୁଆ :ଗୋଟେ ଖୁସି ଆଉ ..ଏହିଭଳି ଭାବରେ ତାଙ୍କର ଏହି ଗୋଟେ ଖୁସି ଆଉ ଡାଇଲଗ ଏମିତି ଲୋକଙ୍କ ହୃଦୟ କୁ ଛୁଇଁଯାଇଛି ଯେ ଏବେ ସବୁଆଡେ ଚର୍ଚା ହେଉଛି ‘ଗୋଟେ ଖୁସି ଆଉ I

ସୂଚନା ମୁତାବକ ଗୁଲୁଆଙ୍କର ନିକଟରେ ଦୁଇଟି ଚଳଚିତ୍ର ମଧ୍ୟ ରିଲିଜ ହେଇଛି । ଲୋକାଲ ଟୋକା ଲଭ ଚୋଖା ରେ ବାବୁଶାନ ଙ୍କ ବନ୍ଧୁ ହେଇଥିବା ବେଳେ ଚାମ୍ପିଅନ ରେ ଅର୍ଚିତା ଙ୍କ ସହିତ ରହିଛି ଦମଦାର ଅଭିନୟ I ତେବେ ଓଡ଼ିଆ ୟୁଟ୍ୟୁବରେ ଆଶିଷଙ୍କୁ କମେଡି ବାଦଶାହା କହିଲେ ଭୁଲ ହେବନି I ଦର୍ଶକ ମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଭିଡିଓକୁ I ତେବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୁଲୁଆଙ୍କ ନିର୍ବନ୍ଧରେ ସାରା ଓଡ଼ିଶା ଖୁସି ।

Leave a Reply

Your email address will not be published. Required fields are marked *